"ଜଗନ୍ନାଥ ଦାସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
+ ଅନ୍ୟ ଏକ ଛବି |
Hpsatapathy (ଆଲୋଚନା | ଅବଦାନ) ଟିକେ →ରଚନାବଳୀ |
||
୬୮ କ ଧାଡ଼ି:
୧୫୫୦ ଖ୍ରାଷ୍ଟାଦ୍ଦରେ ମାଘ ଶୁକ୍ଲପକ୍ଷ ସପ୍ତମୀ ଦିନ ଜଗନ୍ନାଥ ଦାସଙ୍କର ତିରୋଧାନ ହେଲା ।
== କିମ୍ବଦନ୍ତୀ ==
ଜଗନ୍ନାଥ ଦାସଙ୍କ ଭକ୍ତିର ଗଭୀରତାକୁ ନେଇ ଅନେକ କିମ୍ବଦନ୍ତୀ ପ୍ରଚଳିତ । ତନ୍ମଧ୍ୟରୁ ଗୋଟିଏ ଏହିଭଳି । କିମ୍ବଦନ୍ତୀ ଅଛି ଯେ ମେଧା ଓ ସୁମେଧା ନାମରେ ଦୁଇଜଣ ଦେବକନ୍ୟା ଜଗନ୍ନାଥଦାସଙ୍କର ସେବା କରିବାକୁ ଆସୁଥିଲେ । ଏଣୁ ରାଜା ଜଗନ୍ନାଥଦାସଙ୍କ ଚରିତ୍ର ଉପରେ ସନ୍ଦେହ କଲେ । ରାଜାଙ୍କ ଆଜ୍ଞାରେ ଚାରମାନେ ଛକି ଛକି ସେ ଦୁହିଙ୍କୁ ଧରିବାକୁ ଚେଷ୍ଟା କରିବାରୁ ସେମାନେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।
ଅନ୍ୟ ଏକ କିମ୍ବଦନ୍ତୀ ପ୍ରକାରେ ଏଭଳି ଆହୁରି ଏକ ଅଲୌକିକ ଘଟଣା ଘଟିଥିଲା ଜଗନ୍ନାଥଦାସଙ୍କ ଜୀବନରେ । କାଶୀରାମ ନାମକ ଜଣେ ବ୍ୟବସାୟୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିବା ନିମନ୍ତେ ଶ୍ରୀଖଣ୍ଡ ଚନ୍ଦନ ଟେଳାଟିଏ ମହାରାଜାଙ୍କୁ ଦେଇଯାଇଥିଲେ । ଏଥିରେ କସ୍ତୁରୀ, କର୍ପୂର ପ୍ରଭୃତି ବହୁବିଧ ମୂଲ୍ୟବାନ୍ ବାସଦ୍ରବ୍ୟ ମିଶ୍ରିତ ହୋଇଥିଲା । ଦିନେ ରାଜା ସେହି ଟେଳାରୁ ଖଣ୍ଡିଏ ଜଗନ୍ନାଥଦାସଙ୍କୁ ଦେଲେ ଓ ତାହାକୁ ଘୋରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବାକୁ କହିଲେ । ମାତ୍ର ଭକ୍ତ ଜଗନ୍ନାଥ ତାହାକୁ ଘୋରି ଭାବବିହ୍ୱଳ ଅବସ୍ଥାରେ ମଠ କାନ୍ଥରେ ଲେପିଦେଲେ । ରାଜା ଏ ସମାଚାର ପାଇ ଜଗନ୍ନାଥ ଦାସଙ୍କୁ ପରିବାରୁ ସେ କହିଲେ—“ମୁଁ ଠାକୁରଙ୍କ ଶ୍ରୀଅଙ୍ଗରେ ଚନ୍ଦନ ବୋଳି ଦେଇଛି । ରାଜା ପରୀକ୍ଷା ଉଦ୍ଦେଶ୍ୟରେ ମନ୍ଦିର ଯାଇ ଦେଖିଲେ ଯେ ବାସ୍ତବରେ ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲେପିତ ହୋଇଛି ଓ ମନ୍ଦିର ସୁଗନ୍ଧରେ ମହକି ଉଠୁଛି ।
== ରଚନାବଳୀ ==
=== ଭାଗବତ ଲିଖନ ===
|