"ବାଘ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୨ କ ଧାଡ଼ି:
 
ନିଜ ଦେହର ସ୍ଵତନ୍ତ୍ର ସୁନ୍ଦର ରଙ୍ଗ ତଥା ଜଙ୍ଗଲରେ ନିଜର ଅଦ୍ଭୁତପୂର୍ବ ରାଜକୀୟ ଠାଣି ପାଇଁ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମହଲରେ ବାଘ ଖୁବ୍ ଲୋକପ୍ରିୟ । ପ୍ରାଚୀନ ପୌରାଣିକ କଥା, ଲୋକକଥା ଇତ୍ୟାଦିରେ ବାଘଙ୍କ ଉପସ୍ଥିତି ଦେଖାଯାଇପାରିବ ଓ ଆଧୁନିକ ସମୟରେ କଥାଚିତ୍ର, ବୃତ୍ତଚିତ୍ର, ସାହିତ୍ୟ, ପତାକା, ରାଜ ସଙ୍କେତ ଓ କ୍ରୀଡ଼ା ମାସ୍କଟ୍ ଭାବେ ବାଘମାନଙ୍କୁ ଦେଖିବାକୁ ମିଳେ । ବାଘ ହେଉଛି [[ଭାରତ]], [[ବଙ୍ଗଳାଦେଶ]], [[ମାଲେସିଆ]] ଓ [[ଦକ୍ଷିଣ କୋରିଆ]] ପ୍ରଭୃତି ଦେଶର ଜାତୀୟ ପଶୁ ।
== ନାମକରଣର ଇତିହାସ ==
ଲାଟିନ୍ ଶବ୍ଦ ''ଟାଇଗ୍ରିସ୍ (tigris)''ରୁ ପ୍ରାଚୀନ ଫରାସୀ ଶବ୍ଦ ''ଟିଗ୍ରେ (tigre)''ର ସୃଷ୍ଟି ଓ ପୁଣି ଏହି ଫରାସୀ ଶବ୍ଦରୁ ପୁରାତନ ଈଂରାଜୀ ଶବ୍ଦ ''ଟାଇଗ୍ରାସ୍ (tigras)'' ଓ ମଧ୍ୟଯୁଗୀୟ ଈଂରାଜୀ ଶବ୍ଦ ''ଟାଇଗର୍ (tigre)''ର ସୃଷ୍ଟି ।<ref>{{cite web |url=http://www.thefreedictionary.com/tiger |title=tiger |work=The Free Dictionary |publisher=Farlex |accessdate=6 April 2014}}</ref>
ପ୍ରାଚୀନ ଗ୍ରୀକ୍ ଶବ୍ଦ ''τίγρις (ଟାଇଗ୍ରିସ୍)''ରୁ ଏହି ଲାଟିନ୍ ଶବ୍ଦର ସୃଷ୍ଟି ହୋଇଥିଲା । ଗ୍ରୀକ୍ ଶବ୍ଦଟିର ମୂଳ କେଉଁଠାରୁ ତାହା ଅଜଣା, ତେବେ ଏହି ଶବ୍ଦଟି ବାଘ କିମ୍ଵା "ଟାଇଗ୍ରିସ୍ ନଦୀ"କୁ ବୁଝାଇବା ପରି ମନେ ହୁଏ ।<ref>{{cite web |author1=Liddell, H. G. |author2=Scott, R. |lastauthoramp=yes | url=http://www.perseus.tufts.edu/hopper/text?doc=Perseus%3Atext%3A1999.04.0057%3Aentry%3Dti%2Fgris |title=τίγρις |work=A Greek-English Lexicon, revised and augmented |year=1940 |location=Oxford |publisher=Clarendon Press}}</ref>
ଆଉ ଏକ ମତାନୁସାରେ ପାରସୀ ଶବ୍ଦ ''ଟିଗ୍ରା - tigra'' ବା ଅୱେସ୍ତୀୟ ଭାଷାର ଶବ୍ଦ ''ତିଗ୍ରି - tigrhi'' ଏହି ଜୀବର ଈଂରାଜୀ ନାମର ମୂଳ ଶବ୍ଦ ହୋଇପାରେ । ପାରସୀ ଶବ୍ଦର ଅର୍ଥ ମୁନିଆ ହୋଇଥିବା ବେଳେ ଅୱେସ୍ତୀୟ ଶବ୍ଦର ଅର୍ଥ ହେଉଛି ତୀର । ବାଘ ସହ ଏହି ସବୁ ଶବ୍ଦର ସମ୍ପର୍କ ବିଷୟରେ ସବିଶେଷ ପ୍ରମାଣ ନଥିଲେ ମଧ୍ୟ ବାଘର ଲମ୍ଫର ବେଗ ବା ଶାରୀରିକ ବୈଶିଷ୍ଟ୍ୟ ଯୋଗୁଁ ଏଗୁଡ଼ିକ ବ୍ୟବହାର କରାଯାଇଥିବ ବୋଲି ଅନୁମାନ କରାଯାଏ ।<ref>{{cite web |author=Harper, D. |year=2001–2011 |url=http://www.etymonline.com/index.php?term=tiger |title=Tiger |work=Online Etymology Dictionary |publisher=Etymonline.com |accessdate=6 April 2014}}</ref><ref>Oxford English Dictionary, entry ''tiger''</ref>
 
ଜୀବ ପରିବାରର "ପାନ୍ଥେରା" ନାମର ସୃଷ୍ଟି ପ୍ରାଚୀନ ଫରାସୀ ଶବ୍ଦ ପାଣ୍ଟେରେ, ଲାଟିନ୍ ଶବ୍ଦ ପାନ୍ଥେରା କିମ୍ଵା ପ୍ରାଚୀନ ଗ୍ରୀକ୍ ଶବ୍ଦ ପ୍ୟାନ୍ଥର୍‍ରୁ ହୋଇଥାଇପାରେ । ଏହି ସବୁ ଶବ୍ଦର ତତ୍କାଳୀନ ଅର୍ଥ ହେଲା – ହଳଦିଆ ପଶୁ । ପ୍ରାଚୀନ ଗ୍ରୀକ୍ କାଳରେ ପଣ୍ଡ୍ର ବୋଲି ମଧ୍ୟ ଏକ ଶବ୍ଦ ରହିଥିଲା ଯାହା ଧଳା-ହଳଦିଆ ମିଶା ରଙ୍ଗକୁ ବୁଝାଉଥିଲା ।<ref>{{cite web|author=Harper, D. |year=2001–2011 |url=http://www.etymonline.com/index.php?term=panther |title=Panther |work=Online Etymology Dictionary |publisher=[[Douglas Harper]]|accessdate=24 October 2011}}</ref> ପଣ୍ଡ୍ର ଶବ୍ଦଟି ସଂସ୍କୃତ ଶବ୍ଦ ପୁଣ୍ଡରୀକରୁ ସୃଷ୍ଟି ହୋଇଥିବା ସମ୍ଭବପର । ପୁଣ୍ଡରୀକ ଶବ୍ଦର ଅର୍ଥ ହେଲା ବାଘ ।<ref>Oxford Dictionary of English Etymology, edited by C.T. Onions, entry ''panther''</ref><ref>ପୂର୍ଣ୍ଣଚନ୍ଦ୍ର ଭାଷାକୋଶ</ref> (ତେବେ ପୁଣ୍ଡରୀକ ଶବ୍ଦର ଅନେକ ଅର୍ଥ ରହିଛି ।)
ଗ୍ରୀକ୍ ଲୋକକଥା ଅନୁସାରେ ଉପସ୍ଥାପିତ ମତ ଯେ ପ୍ୟାନ୍ଥର୍ ଶବ୍ଦ ପ୍ୟାନ୍ (ଅର୍ଥାତ୍ - ସମସ୍ତ) ଓ ଥେର୍ (ଅର୍ଥାତ୍ - ପଶୁ)ର ମିଶ୍ରଣରୁ ସୃଷ୍ଟ ତାହା ବିଭ୍ରାନ୍ତିକର ।<ref>Oxford Dictionary of English Etymology, edited by C.T. Onions, entry ''panther''</ref>
 
ସଂସ୍କୃତରେ ବି+ଆ+ଘ୍ରା (ଧାତୁ)ରୁ ବ୍ୟାଘ୍ର ଶବ୍ଦର ସୃଷ୍ଟି ।<ref>ପୂର୍ଣ୍ଣଚନ୍ଦ୍ର ଭାଷାକୋଶ</ref> ଏହି ଶବ୍ଦର ଅର୍ଥ ହେଲା – ଗନ୍ଧ ଗ୍ରହଣ କରିବା ବା ଭକ୍ଷଣ କରିବା । ବ୍ୟାଘ୍ର ଶବ୍ଦର ଅପଭ୍ରଂଶ ହୋଇ ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରଚଳିତ "ବାଘ" ଶବ୍ଦର ସୃଷ୍ଟି ।
 
 
"https://or.wikipedia.org/wiki/ବାଘ"ରୁ ଅଣାଯାଇଅଛି