"ବାଘ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୧ କ ଧାଡ଼ି:
}}
 
'''ବାଘ''' ବା '''ବ୍ୟାଘ୍ର''' (ଈଂରାଜୀରେ '''Tiger''', ହିନ୍ଦୀରେ '''बाघ''', ଜୀବବିଜ୍ଞାନ ନାମ '''''Panthera tigris''''') ବିଡ଼ାଳ ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏହାର କମଳା ରଙ୍ଗର ଚମଡ଼ାରେ କଳା ରଙ୍ଗର ପଟା ପଟା ଦାଗ ଥାଏ ଓ ପେଟଟି ଧଳା ରଙ୍ଗର ହୋଇଥାଏ । ବାଘ, [[ସିଂହ]], [[କଲରାପତରିଆ ବାଘ]], [[ଜାଗୁଆର]] ଓ [[ହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)|ହିମ କଲରାପତ୍ରିଆ ବାଘ]] ଇତ୍ୟାଦି ଜୀବ ପାନ୍ଥେରା ପ୍ରଜାତି ଭାବେ ପରିଗଣିତ ହୋଇଥାନ୍ତି । ବାଘ ନିଜ ପରିବାସର ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚତମ ମାଂସାସୀ ଜୀବ । ଗୋରୁ ଓ ହରିଣ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ଏମାନେବାଘମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରନ୍ତି, କେବଳ କେତେକ ପରିସ୍ଥିତିରେ କିଛି ବାଘମାନଙ୍କୁ ଏକାଠି ମିଳିମିଶି ରହୁଥିବା ଦେଖାଯାଏ । ବାଘମାନେ ସାଧାରଣତଃ ନିଜର ଏକ ଶିକାର କ୍ଷେତ୍ର ନିର୍ଦ୍ଧାରଣ କରି ତାହାର ନିୟନ୍ତ୍ରଣ କରନ୍ତି । ଶିକାରର ଚାହିଦା ମେଣ୍ଟାଇ ପାରୁଥିବା ଏକ ବିରାଟ ଅଞ୍ଚଳକୁ ସାଧାରଣତଃ ବାଘମାନେ ନିଜର ପରିବାସ ବା ଶିକାର କ୍ଷେତ୍ର ରୂପେ ଚୟନ କରିଥାନ୍ତି । ଅନେକ କାରଣରୁ ପୃଥିବୀର କେତେକ ଦେଶରେ ମନୁଷ୍ୟ ଓ ବାଘ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।
 
ନିଜ ଦେହର ସ୍ଵତନ୍ତ୍ର ସୁନ୍ଦର ରଙ୍ଗ ତଥା ଜଙ୍ଗଲରେ ନିଜର ଅଦ୍ଭୁତପୂର୍ବ ରାଜକୀୟ ଠାଣି ପାଇଁ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମହଲରେ ବାଘ ଖୁବ୍ ଲୋକପ୍ରିୟ । ପ୍ରାଚୀନ ପୌରାଣିକ କଥା, ଲୋକକଥା ଇତ୍ୟାଦିରେ ବାଘଙ୍କ ଉପସ୍ଥିତି ଦେଖାଯାଇପାରିବ ଓ ଆଧୁନିକ ସମୟରେ କଥାଚିତ୍ର, ବୃତ୍ତଚିତ୍ର, ସାହିତ୍ୟ, ପତାକା, ରାଜ ସଙ୍କେତ ଓ କ୍ରୀଡ଼ା ମାସ୍କଟ୍ ଭାବେ ବାଘମାନଙ୍କୁ ଦେଖିବାକୁ ମିଳେ । ବାଘ ହେଉଛି [[ଭାରତ]], [[ବଙ୍ଗଳାଦେଶ]], [[ମାଲେସିଆ]] ଓ [[ଦକ୍ଷିଣ କୋରିଆ]] ପ୍ରଭୃତି ଦେଶର ଜାତୀୟ ପଶୁ ।
"https://or.wikipedia.org/wiki/ବାଘ"ରୁ ଅଣାଯାଇଅଛି