"ବ୍ୟାଙ୍କ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ବ୍ୟାଙ୍କ ହେଉଛି ଏକ ଆର୍ଥିକ ସଂସ୍ଥା ଯାହା ଜନସାଧାରଣ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୧:୨୯, ୨୬ ଅକ୍ଟୋବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ବ୍ୟାଙ୍କ ହେଉଛି ଏକ ଆର୍ଥିକ ସଂସ୍ଥା ଯାହା ଜନସାଧାରଣଙ୍କ ଠାରୁ ଜମା ଗ୍ରହଣ କରି ଋଣ ପ୍ରଦାନ କରିଥାଏ। କମ୍ ସୁଧ ହାରରେ ଜମା ଗ୍ରହଣ କରି ଅଧିକ ହାରରେ ଋଣ ଦେଇ ବ୍ୟାଙ୍କମାନେ ବ୍ୟବସାୟ କରିଥାଆନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ହେଉଛି ଦେଶରେ ବ୍ୟାଙ୍କ ମାନଙ୍କର ନିୟାମକ। ଜମା, ଋଣର ସୁଧହାର ସମେତ ଅନ୍ୟାନ୍ୟ ଅନେକ ନିୟମ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଣୟନ କରିଥାଏ।

ପ୍ରକାରଭେଦ

  • ସରକାରୀ ବ୍ୟାଙ୍କ: ଏହି ବ୍ୟାଙ୍କ ଗୁଡ଼ିକ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ। ଯଥା: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ
  • ବେସରକାରୀ ବ୍ୟାଙ୍କ: ଏହି ବ୍ୟାଙ୍କ ଗୁଡ଼ିକ ବେସରକାରୀ ବ୍ୟକ୍ତି ବା ସଂସ୍ଥା ମାନଙ୍କ ଦ୍ୱାରା ପରିଚାଳିତ। ଯଥା:କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ
  • ଗ୍ରାମ୍ୟ ବ୍ୟାଙ୍କ: କୌଣସି ଏକ ସରକାରୀ ବ୍ୟାଙ୍କ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଅଂଶଧନ ଏହି ବ୍ୟାଙ୍କରେ ଥାଏ। ଯଥା: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ
  • ସମବାୟ ବ୍ୟାଙ୍କ: ଏଗୁଡ଼ିକ କିଛି ବ୍ୟକ୍ତି ବା ଗୋଷ୍ଠୀ ମାନଙ୍କର ମିଳିତ ଉଦ୍ୟମରେ ଚାଲେ। ଯଥା: କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ
  • ଜମା ବ୍ୟାଙ୍କ: ଏହି ବ୍ୟାଙ୍କ ଗୁଡ଼ିକ କେବଳ ଜମା ଗ୍ରହଣ କରନ୍ତି, କିନ୍ତୁ ଋଣ ପ୍ରଦାନ କରନ୍ତି ନାହିଁ। ଏହି ଜମା ଅର୍ଥକୁ ପାରମ୍ପରିକ ବ୍ୟାଙ୍କ୍ ବ୍ୟବସାୟରେ ନ ଲଗାଇ ଅନ୍ୟ ଉପାୟରେ ନିବେଶ କରନ୍ତି। ଯଥା: ଡାକ ଘର ବ୍ୟାଙ୍କ
  • ଋଣ ବ୍ୟାଙ୍କ (ବା ଋଣ ପ୍ରଦାନକାରୀ ସଂସ୍ଥାନ): ଏହି ସଂସ୍ଥାନ ଗୁଡ଼ିକ କେବଳ ଋଣ ପ୍ରଦାନ କରନ୍ତି, ଜମା ଗ୍ରହଣ କରନ୍ତି ନାହିଁ। ଯଥା: ମଣପ୍ପୁରମ୍

ବିଭିନ୍ନ ସେବା

  • ସଞ୍ଚୟ ଖାତା
  • ଚାଲୁ ଖାତା
  • ମିଆଦୀ ଜମା ଖାତା
  • ଆବର୍ତ୍ତୀ ଜମା ଖାତା
  • ବିଭିନ୍ନ ପ୍ରକାରର ଋଣ
  • ଏଟିଏମ୍
  • ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍
  • କ୍ରେଡିଟ୍ କାର୍ଡ଼୍