"ମଟର ସାଇକେଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ମଟର ସାଇକେଲ୍ ଏକ ମଟର ବା ଇଞ୍ଜିନ୍ ଚାଳିତ ଦୁଇ ଚକିଆ ଯ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୦:୨୧, ୨୪ ଅକ୍ଟୋବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ମଟର ସାଇକେଲ୍ ଏକ ମଟର ବା ଇଞ୍ଜିନ୍ ଚାଳିତ ଦୁଇ ଚକିଆ ଯାନ। ସ୍ଥଳବିଶେଷରେ ଏଥିରେ ୩ଟି କିମ୍ବା ୪ଟି ଚକ ଥାଏ। ଏହି ଯାନ ୨ ଷ୍ଟ୍ରୋକ୍ କିମ୍ବା ୪ ଷ୍ଟ୍ରୋକ୍ ପେଟ୍ରୋଲ୍ ଚାଳିତ ଇଞ୍ଜିନ୍ ଦ୍ୱାରା ଚାଲିଥାଏ।

ପ୍ରକାରଭେଦ

ମଟର ସାଇକେଲ୍ ସାଧାରଣତଃ ଗିଅର୍ ବିହୀନ (ମୋପେଡ଼୍) କିମ୍ବା ଗିଅର୍ ବିଶିଷ୍ଟ ଦୁଇ ଭାଗରେ ବିଭକ୍ତ ଯଦିଓ ମଟର ସାଇକେଲ୍ କହିଲେ ଅଧିକାଂଶ ଲୋକେ ଗିଅର୍ ବିଶିଷ୍ଟ ମଟର ସାଇକେଲ୍ ବୁଝିଥାଆନ୍ତି। ମୋପେଡ଼୍ ଗୁଡି଼କ ଛୋଟ ଚକ ବିଶିଷ୍ଟ। ଏ ଗୁଡି଼କ ସାଧାରଣତଃ ମହିଳା କିମ୍ବା ବୟସ୍କମାନଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ତିଆରି କରାଯାଇଥାଏ। ଗିଅର୍ ନଥିବାରୁ ଏହି ଯାନ ଗୁଡ଼ିକ ଚଳେଇବାରେ ସହଜ ହୋଇଥାଏ। ଅପର ପକ୍ଷରେ ଗିଅର୍ ବିଶିଷ୍ଟ ମଟର ସାଇକେଲ୍ ଗୁଡ଼ିକ ବଡ଼ ଚକ ବିଶିଷ୍ଟ ଓ ଚଳାଇବାରେ ମୋପେଡ଼୍ ଠାରୁ ଅଧିକ ଦକ୍ଷତା ଆବଶ୍ୟକ କରନ୍ତି। ନିର୍ଦ୍ଦିଷ୍ଟ ବେଗରେ ନିର୍ଦ୍ଦିଷ୍ଟ ଗିଅର୍ ଦରକାର ପଡ଼ୁଥିବାରୁ ବେଗରେ ପରିବର୍ତ୍ତନ ସହିତ ଗିଅର ପରିବର୍ତ୍ତନ କରିବାକୁ ପଡ଼ିଥାଏ। ମଟର ସାଇକେଲ୍ ମାନଙ୍କରେ ୩ ରୁ ୫ଟି ଗିଅର୍ ଥାଏ। ଗିଅର୍ ୧ ସର୍ବନିମ୍ନ ବେଗ ପାଇଁ ଓ ବୃହତ୍ତମ ଗିଅର୍ ଗୁଡ଼ିକ ଅପେକ୍ଷାକୃତ ଅଧିକ ବେଗ ପାଇଁ ଦରକାର ହୁଏ।

ସୁରକ୍ଷା

ଭାରତରେ ଯେକୌଣସି ମଟର ସାଇକେଲ୍ ଚଳାଇଲା ବେଳେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଅଟେ। ଏଥି ସହିତ ଉଜ୍ଜଳ ରଙ୍ଗର ପୋଷାକ ପିନ୍ଧିବା ବାଞ୍ଛନୀୟ। ୧ ଏପ୍ରିଲ୍ ୨୦୧୭ ପରଠାରୁ ସମସ୍ତ ମଟର ସାଇକେଲ୍ ରେ ଆଗ ଓ ପଛ ଆଲୋକ (ହେଡ୍ ଲାଇଟ୍ ଓ ଟେଲ୍ ଲାଇଟ୍) ଗାଡ଼ି ଚଲାଇବା ସମୟରେ ଜଳାଇବା ବାଧ୍ୟତାମୂଳକ। ମଟର ସାଇକେଲ୍ ଚାଳକ ନିଜ ସହିତ ଡ୍ରାଇଭିଙ୍ଗ୍ ଲାଇସେନସ୍, ଗାଡ଼ିର କାଗଜପତ୍ର ତଥା ବୀମା କାଗଜପତ୍ର ସାଙ୍ଗରେ ନବା ବାଞ୍ଛନୀୟ।

ଶବ୍ଦାବଳୀ

  • ଆକ୍ସିଲରେଟର୍ ବା ଥ୍ରୋଟଲ୍: ଏହା ଇଞ୍ଜିନ୍ ର ଗତିକୁ ତୀବ୍ର କରିଥାଏ। ବ୍ରେକ୍ ବ୍ୟବହାର ହେଉନଥିଲେ କିମ୍ବା କ୍ଲଚ୍ ଖୋଲା ନଥିଲେ ଏହା ଯାନର ଗତି ବଢ଼ାଏ।
  • ବ୍ରେକ୍: ଯାନର ଗତି କମାଏ କିମ୍ବା ଯାନକୁ ରୋକେ।
  • କ୍ଲଚ୍: ଗିଅର୍ ବିଶିଷ୍ଟ ଯାନମାନଙ୍କରେ କ୍ଲଚ୍ ଇଞ୍ଜିନ୍ ଓ ଚକ ସହିତ ସଂଯୋଗ ସ୍ଥାପନ କରେ। କ୍ଲଚ୍ ଖୋଲା ଥିଲେ ଇଞ୍ଜିନରୁ ଚକକୁ ଶକ୍ତି ସଂଚାର ହୋଇପାରେ ନାହିଁ। କ୍ଲଚ୍ ବନ୍ଦ ଥିଲେ ଇଞ୍ଜିନ୍ ଘୁରି ଚକକୁ ଘୁରାଏ ଓ ଗାଡ଼ିକୁ ଆଗକୁ ନିଏ। ମୋପେଡ଼୍ ମାନଙ୍କରେ କ୍ଲଚ୍ ସ୍ୱୟଂକ୍ରିୟ ହୋଇଥାଏ।
  • ଗିଅର୍: ମଟର ସାଇକେଲରେ ବ୍ୟବହୃତ ଏକ ସରଳ ଯନ୍ତ୍ର ଯାହା ଇଞ୍ଜିନର ଘୂର୍ଣନକୁ ବଢ଼ାଏ କିମ୍ବା କମାଏ।