"ଜଗନ୍ନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୫୮ କ ଧାଡ଼ି:
 
==ଜଗନ୍ନାଥ ତତ୍ତ୍ଵ ବିଚାର==
== ତାନ୍ତ୍ରିକ ଦୃଷ୍ଟିଭଙ୍ଗୀରେ ଶ୍ରୀଜଗନ୍ନାଥ ==
ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଅନ୍ୟ ବହୁ ମତବାଦ ପରି ତନ୍ତ୍ରର ମଧ୍ୟ ବିପୁଳ ପ୍ରଭାବ ପଡିଛି । ଐତିହାସିକ ଦୃଷ୍ଟିରୁ ଓଡ଼ିଶା ଏକଦା ତନ୍ତ୍ରର ଏକ ପ୍ରଧାନ ପୀଠ ଥିଲା । "ହେବଜ୍ରତନ୍ତ୍ର" ଗ୍ରନ୍ଥ ତନ୍ତ୍ରର ଚାରିପୀଠ ମଧ୍ୟରେ ଉଡ୍ଡୀୟାନପୀଠକୁ ଗ୍ରହଣ କରିବା ସହ, ଏହାକୁ ତନ୍ତ୍ର ସାଧନାର ମୁଖ୍ୟପୀଠ ରୂପେ ବର୍ଣ୍ଣନା କରିଛି । କାଳିକା ପୁରାଣରେ ଏହି ପୀଠ "ଓଡ୍ରାଖ୍ୟଂ" ରୁପେ ବର୍ଣ୍ଣିତ ଏବଂ ପ୍ରଥମ ପୀଠ ଭାବରେ ସ୍ଵୀକୃତ । ହରପ୍ରସାଦ ଶାସ୍ତ୍ରୀ, ଡ. ବିନୟତୋଷ ଭଟ୍ଟାଚାର୍ଯ୍ୟ ଆଦି ଗବେଷକ ମାନେ ଉଡ୍ଡୀୟାନପୀଠ ଓ ଓଡ଼ିଶାକୁ ଏକ ବୋଲି ପ୍ରମାଣ କରିଛନ୍ତି । ଏହି ପୀଠ ମଧ୍ୟରେ ଅବସ୍ଥିତ ଶ୍ରୀକ୍ଷେତ୍ରକୁ ତନ୍ତ୍ରପୀଠ ରୂପେ ପ୍ରାଧାନ୍ୟ ଦିଆଯାଇଛି ।
 
ତନ୍ତ୍ର ଶାସ୍ତ୍ର ଉଲ୍ଲେଖ କରେ "ଶ୍ରୀଜଗନ୍ନାଥ ସାକ୍ଷାଦ୍ ଦକ୍ଷିଣ କାଳୀକା" । ଅର୍ଥାତ ଶ୍ରୀ ଜଗନ୍ନାଥ ସାକ୍ଷାତ ଦକ୍ଷିଣ କାଳୀକା ଅଟନ୍ତି । ଅନ୍ୟ ଏକ ମତାନୁସାରେ ଏହି ପୀଠର ଇଷ୍ଟଦେବୀ ବିମଳାଙ୍କୁ ଅନେକ ଗ୍ରନ୍ଥରେ ଭୈରବୀ ରୂପେ ଗ୍ରହଣ କରାଯାଇ ଶ୍ରୀ ଜଗନ୍ନାଥଙ୍କୁ ଭୈରବ ରୂପେ ବର୍ଣ୍ଣନା କରାଯାଇଛି । ତନ୍ତ୍ର ଅନୁସାରେ ପ୍ରତ୍ୟକ ତନ୍ତ୍ରପୀଠର ରକ୍ଷା ନିମନ୍ତେ ଅଷ୍ଟଶକ୍ତି ଓ ଅଷ୍ଟରୂଦ୍ର ରହିବା ଆବଶ୍ୟକ । ଏହି ଦୃଷ୍ଟିରୁ ଶ୍ରୀ କ୍ଷେତ୍ରର ଅଷ୍ଟଶକ୍ତି ରୂପେ ବଟମୂଳ ଅଗ୍ନିକୋଣରେ ମଙ୍ଗଳା, ପଶ୍ଚିମରେ ବିମଳା, ବାୟୁକୋଣରେ ସର୍ବମଙ୍ଗଳା, ଉତ୍ତରରେ ଅର୍ଦ୍ଧଶୋଷିନୀ, ଈଶାନରେ ଆଲାମଚଣ୍ଡୀ, ଦକ୍ଷିଣରେ କାଳରାତ୍ରୀ, ପୂର୍ବରେ ମରୀଚିକା, ନୈରତରେ ଚଣ୍ଡରୂପା ବିରାଜିତା । ଶ୍ରୀକ୍ଷେତ୍ରର ଅନ୍ତର୍ବେଦୀର ରକ୍ଷା ନିମନ୍ତେ ଏହି ଅଷ୍ଟଶକ୍ତିଙ୍କ ପରିକଳ୍ପନା କରାଯାଇଛି ବୋଲି କୁହାଯାଏ । ସେହିପରି ଅଷ୍ଟରୂଦ୍ର ମଧ୍ୟ ସମସ୍ତ ଦିଗରେ ବିରାଜିତ । ସେମାନେ ହେଲେ କପାଳମୋଚନ, ଯମେଶ୍ଵର, ଈସାନେଶ୍ଵର, ମାର୍କଣ୍ଡେଶ୍ଵର, ବିଲେଶ୍ଵର, ନୀଳକଣ୍ଠ, ବଟେଶ ଓ ମହେଶ ବା ଲୋକନାଥ । ଶ୍ରୀ ମନ୍ଦିରରେ ବିମଳାଙ୍କୁ ଭୈରବ ରୂପୀ ଜଗନ୍ନାଥଙ୍କ ଉଚ୍ଛିଷ୍ଟ ସମର୍ପଣ କରାଯାଉଥିବାରୁ ଏହା ଉଚ୍ଛିଷ୍ଟପୀଠ ଭାବେ ବର୍ଣ୍ଣିତ । ଏଠାରେ ଦେବୀ ସତୀଙ୍କ ପାଦ ପଡିଥିବାରୁ ଏହା ପାଦପୀଠ ରୂପେ ମଧ୍ୟ ପରିଚିତ । ଶ୍ରୀ ମନ୍ଦିର ମଧ୍ୟରେ ଅନେକ ତାନ୍ତ୍ରିକ ଦେବୀ ଯଥା କୁତାମଚଣ୍ଡୀ, ମଶାଣିଚଣ୍ଡୀ, ଖମ୍ବକାଳୀ, ବେଢାକାଳୀ, କମଳା ଆଦି ପୂଜା ପାଆନ୍ତି ।
 
==ଶ୍ରୀଜଗନ୍ନାଥ ସଂସ୍କୃତି==
ବିଶ୍ଵର ସକଳ ଧର୍ମଶାସ୍ତ୍ରର ସାରତତ୍ତ୍ଵ ଶ୍ରୀଜଗନ୍ନାଥ ସଂସ୍କୃତିରେ ଅନୁଭବନୀୟ, ଅଥଚ ଏହି ସଂସ୍କୃତି କୈଣସି ଧର୍ମଧାରାରେ ସୀମାବଦ୍ଧ ନୁହେଁ। ଜଗନ୍ନାଥ ସଂସ୍କୃତିରେ କୌଣସି ପ୍ରକାର ଆଞ୍ଚଳିକ ସଂକୀର୍ଣ୍ଣତା ନାହିଁ। ଏହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସଂଯୋଗକାରୀ ସେତୁ। ପରିବର୍ତ୍ତିତ ସ୍ଥିତିରେ ଏହାର ବାହ୍ୟ ରୂପର ପରିବର୍ତ୍ତନ ଘଟିଥିଲେ ହେଁ ମୂଳତତ୍ତ୍ଵ ଅପରିବର୍ତ୍ତିତ ରହିଛି। ପରିଣାମ ସ୍ଵରୂପ ବିଶ୍ଵର ସକଳ ସଂସ୍କୃତି ମଧ୍ୟରେ ଏହା ସମନ୍ଵୟ ପ୍ରତିଷ୍ଠା କରିପାରିଛି। ଜଗନ୍ନାଥ ସଂସ୍କୃତି ସମସ୍ତ ଜାତି, ଧର୍ମ,ପ୍ରଥା, ପରମ୍ପରା ଓ ସଂସ୍କୃତିକୁ ପ୍ରଶୟ ଦେଇଛି। ନିଜେ ବଞ୍ଚିବା ଓ ଅନ୍ୟକୁ ବଞ୍ଚାଇବା ଏହାର ମୌଳିକ ନୀତି। ଏହି ସଂସ୍କୃତିରେ ଏକତା, ସମାନତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ଭ୍ରାତୃତ୍ଵର ବାଣୀ ଅତି ସୁସ୍ପଷ୍ଟ । ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାରିଗୋଟି ବର୍ଣ୍ଣ ସମଗ୍ର ମାନବ ଜାତିର ବିଭିନ୍ନ ରଙ୍ଗର ନିଦର୍ଶନ । ଏହାହିଁ ପ୍ରମାଣ କରିଥାଏ ଯେ ଜଗନ୍ନାଥ ସଂସ୍କୃତି ହେଉଛି ସାର୍ବଜନୀନ ସସ୍କୃତି। ଏକତା, ସମାନତା ଓ ବିଶ୍ଵଭ୍ରାତୃତ୍ଵ ଏହାର ପରମ ଲକ୍ଷ୍ୟ । ଚତୁର୍ଦ୍ଧାମୂର୍ତ୍ତିଙ୍କର ଚାରିଗୋଟି ବର୍ଣ୍ଣ ହେଉଛି ପ୍ରତୀକାତ୍ମକ,ଯାହା ସମଗ୍ର ବିଶ୍ଵବାସୀଙ୍କ ନିକଟରେ ସାମ୍ୟ,ମୈତ୍ରୀ ଓ ଭାତୃତ୍ଵ ପ୍ରତିଷ୍ଠା କରି ଆସୁଅଛି। ଏହି ପୁରୋଦୃଷ୍ଟିରେ ଜଗନ୍ନାଥ ସଂସ୍କୃତି କେବଳ ଜନହିତୈଷୀ ସଂସ୍କୃତି ନୁହେଁ, ବିଶ୍ଵହିତୈଷୀ ସଂସ୍କୃତି। ଏହି ସଂସ୍କୃତି ବିଶ୍ଵର ମଙ୍ଗଳ ଉପରେ ପ୍ରାଧାନ୍ୟ ଦିଏ । ଏହି ସଂସ୍କୃତି ଉଦଘୋଷଣା କରେ ଯେ ; ଇଶ୍ଵର ସକଳ ଜୀବ ମଧ୍ୟରେ ପ୍ରକାଶିକ, ତେଣୁ ପୃଥିବୀର ସକଳ ପ୍ରାଣି ସମାନ।
"https://or.wikipedia.org/wiki/ଜଗନ୍ନାଥ"ରୁ ଅଣାଯାଇଅଛି