"ଉତ୍କଳ ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ନିମିତ୍ତ ଆବଶ୍ୟକୀୟ ତଥ୍ୟ ଲେଖାହେଲା
୩୦ କ ଧାଡ଼ି:
==ବିଭାଗ==
ଏହି ବିଶ୍ଵବିଦ୍ୟାଳୟରେ ୨୭ଟି ବିଭାଗ ରହିଛି ।<ref>{{cite book|title=Higher Education of SC/ST Girls in Orissa|page=୧୫୬}}</ref>
 
== ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ==
ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପରୀକ୍ଷା ଦେବାକୁ ହେବ । ଏ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ସୋମବାର, ୧୭ ସେପ୍ଟେମ୍ବର ୨୦୧୮ରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସମ୍ମିଳନୀ କକ୍ଷରେ ଏକ ପାଓ୍ବାର ପ୍ରେଜେଣ୍ଟେଶନ ପ୍ରଦର୍ଶନ କରିବେ, ଯାହା ଅଭିନବ ଚିନ୍ତାଧାରାର ହୋଇଥିବ। କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୧୦ଟି ରାଜ୍ୟରୁ ଗୋଟିଏ ଲେଖାଏ ବିଶ୍ୱବିଦ୍ୟାଳୟକୁ ନେଇ ମୋଟ ୧୦ଟି ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ସ୍ଥିର କରିଛନ୍ତି । ଏଥିପାଇଁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ପାଓ୍ବାର ପ୍ରେଜେଣ୍ଟେଶନ କରିବାକୁ କୁହାଯାଇଛି । ଯେଉଁ ବିଶ୍ୱବିଦ୍ୟାଳୟର ପାଓ୍ବାର ପ୍ରେଜେଣ୍ଟେଶନ ମନୋନୀତ ହେବ ତାହାକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବ । ଏହାପରେ ଭିତ୍ତିଭୂମି ବିକାଶ ଲାଗି ରୁସା ପ୍ରକଳ୍ପରେ ଉକ୍ତ ୧୦୦ କୋଟି ଟଙ୍କା ଅନୁଦାନ ମିଳିବ । ଏଥିରୁ ୬୦% କେନ୍ଦ୍ର ସରକାର ମଞ୍ଜୁର କରିବାକୁ ଥିବାବେଳେ ୪୦% ରାଜ୍ୟ ସରକାର ପ୍ରଦାନ କରିବେ । ମାତ୍ର ପାଓ୍ବାର ପ୍ରେଜେଣ୍ଟେଶନ ଅଭିନବ ଚିନ୍ତାଧାରାର ହୋଇ ନ ଥିଲେ ମାନ୍ୟତା ମିଳିବା ସମ୍ଭାବନା କ୍ଷୀଣ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପାଓ୍ବାର ପ୍ରେଜେଣ୍ଟେଶନ ସମୟରେ କୁଳପତିଙ୍କ ସହିତ ଅନ୍ୟ କର୍ମଚାରୀ ଏବଂ ଉଚ୍ଚଶିକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ମନ୍ତ୍ରଣାଳୟ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହିବେ ।
 
ମିଳିଥିବା ସୂଚନା ମୁତାବକ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଅଭିନବ ଚିନ୍ତାଧାରାରେ ଏକ ପାଓ୍ବାର ପ୍ରେଜେଣ୍ଟେଶନ ପ୍ରସ୍ତୁତ କରିଛନ୍ତି । ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିକୁ କିଭଳି ବିକାଶ କରାଯାଇ ପାରିଲେ ବିଶ୍ୱବିଦ୍ୟାଳୟଟି ଆଗାମୀ ଦିନରେ ବିଶ୍ୱସ୍ତରୀୟ ହୋଇପାରିବ ତାହାକୁ ଲକ୍ଷ୍ୟ କରି ପାଓ୍ବାର ପ୍ରେଜେଣ୍ଟେଶନ ପ୍ରସ୍ତୁତ ହୋଇଛି । ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ପାଇଁ ମନ୍ତ୍ରଣାଳୟ ରୁଷା ପ୍ରକଳ୍ପ ଅଧୀନରେ ଏନ୍‌ହାନ୍ସ କ୍ୱାଲିଟି ଆଣ୍ଡ୍‌ ଏକ୍ସଲେଣ୍ଟ୍‌ ଇନ୍‌ ଷ୍ଟେଟ୍‌ ୟୁନିଭର୍ସିଟି ନାମକ ଏକ ପ୍ରକଳ୍ପ ଆରମ୍ଭ କରିଛି । ପ୍ରକଳ୍ପର ଅବଧି ୨୦୨୦ ମାର୍ଚ୍ଚ ରହିଛି। ଆବଶ୍ୟକସ୍ଥଳେ ମନ୍ତ୍ରଣାଳୟ ପ୍ରକଳ୍ପର ସମୟସୀମା ବୃଦ୍ଧି କରିପାରନ୍ତି ।<ref>http://www.dharitri.com/main/news/71226</ref>
 
== ଆଧାର ==