"ଆଳୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଔଷଧୀୟ ଗୁଣ: ଆଧାର ଦିଆହେଲା
ହାନୀକାରକ ଗୁଣ ++
୩୧ କ ଧାଡ଼ି:
* ତ୍ୱଚାକୁ ସୁନ୍ଦର କରିଥାଏ ।
 
== ହାନିକାରାକ ଗୁଣ ==
ଔଷଧୀୟ ଗୁଣାବଳୀ ସହିତ କିଛି ଲୋକଙ୍କ ନିମିତ୍ତ ଆଳୁ ହାନୀକାରକ ମଧ୍ୟ ହୋଇପାରେ । ଏହି ଆଳୁ ବହୁତ ରୋଗର କାରଣ ସାଜିପାରେ । ତେବେ ଚାଲନ୍ତୁ ଜାଣିବା ଆଳୁ ଖାଇବା ଦ୍ୱାରା ଆମର କ’ଣ କ୍ଷତି ହୋଇଥାଏ –<ref>http://www.samajalive.in/potato-2/34374.html</ref>
 
=== '''ଅମ୍ଳ :''' ===
ପ୍ରତ୍ୟେକ ଦିନ ଆଳୁ ଖାଉଥିବା ବ୍ୟକ୍ତିଙ୍କର ଗ୍ୟାସ୍‍ ବା ଅମ୍ଳ ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ, ତେଣୁ ଖାଦ୍ୟରେ ଆଳୁର ବ୍ୟବହାର କମ୍‍ କରନ୍ତୁ ।
ଶର୍କରାରେ ଭରପୁର :
ଯଦି ଆପଣଙ୍କ ରକ୍ତରେ ଶର୍କରା ପରିମାଣ ଅଧିକ ରହିଛି, ତେବେ ଆଳୁ ବିଲ୍‍କୁଲ୍‍ ହି ଭୁଲିଯାଆନ୍ତୁ । ଆଳୁରେ ଗ୍ଲାଇସେମିକ୍‍ ଇଣ୍ଡେକ୍ସ ରହିଥାଏ, ଯାହାଦ୍ୱାରା ଶରୀରରେ ଗ୍ଲୁକୋଜ୍‍ର ମାତ୍ରା ବୃଦ୍ଧି ପାଇଥାଏ। [[ରକ୍ତ]]<nowiki/>ରେ ଶର୍କରାର ମାତ୍ରା କମ୍‍ କରିବା ପାଇଁ ଆଳୁ ଖାଇବା ବନ୍ଦ କରିଦିଅନ୍ତୁ ।
 
=== '''ରକ୍ତଚାପ :''' ===
ଆଳୁ ଆପଣଙ୍କ [[ରକ୍ତଚାପ]]<nowiki/>ରେ ପ୍ରଭାବ ପକାଇଥାଏ । ଏହା ଉଚ୍ଚ ରକ୍ତଚାପର ଆଶଙ୍କା ବଢାଇଥାଏ । ଗବେଷଣାରୁ ଜଣାପଡ଼ିଛି ସପ୍ତାହକୁ ୪ ଥର କିମ୍ବା ତା’ଠାରୁ ଅଧିକ ଆଳୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ଅଧିକ ଥାଏ ।
 
=== ମେଦ ବୃଦ୍ଧି : ===
ଏହା ସମସ୍ତେ ଜାଣନ୍ତି ଯେ ଆଳୁ ଓଜନ ବଢାଇବାରେ ସାହାଯ୍ୟ କରିଥାଏ । ଏହା ସେମାନଙ୍କ ପାଇଁ ବହୁ ଲାଭଦାୟକ ହୋଇଥାଏ ଯେଉଁମାନେ ନିଜ ଓଜନ ବଢାଇବାକୁ ଚାହିଁ ଥାଆନ୍ତି । ହେଲେ ଯଦି ଆପଣ ପତଳା ହେବା ପାଇଁ ଚାହୁଁଛନ୍ତି ତେବେ ଆଳୁର ସେବନ କମ୍‍ କରନ୍ତୁ। ଅଧିକ ଆଳୁ ଖାଇବା ଦ୍ୱାରା ଚର୍ବି ବା ମୋଟାପଣ ବୃଦ୍ଧି ହୋଇଥାଏ ।
==ଆଧାର==
"https://or.wikipedia.org/wiki/ଆଳୁ"ରୁ ଅଣାଯାଇଅଛି