"ଓଡ଼ିଶା ବିଧାନ ପରିଷଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"'''ଓଡ଼ିଶା ଵିଧାନ ପରିଷଦ''' ରାଜ୍ୟରେ ଵ୍ୟଵସ୍..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୦୧:୫୦, ୧୦ ସେପ୍ଟେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଓଡ଼ିଶା ଵିଧାନ ପରିଷଦ ରାଜ୍ୟରେ ଵ୍ୟଵସ୍ଥିତ ଦ୍ବିସଦନୀୟ ଵିଧାନ ମଣ୍ଡଳର ଉପର କକ୍ଷ ଅଟେ । ଓଡ଼ିଶାରେ ଵିଧାନ ପରିଷଦ ଗଠନପାଇଁ ୨୦୧୮ ସେପ୍ଟେମ୍ବର ୬ରେ ସଂକଳ୍ପ ପ୍ରସ୍ତାଵ ଆଗତ ହୋଇଥିଲା । ୧୦୮ଟି ଭୋଟରେ ଏହା ପାରିତ ହୋଇଥିଲା । ଏହି ପ୍ରସ୍ତାବ ୨୦୧୮ ଜୁଲାଇ ୨୪ ତାରିଖରେ କ୍ୟାବିନେଟ ଅନୁମୋଦନ ଲାଭକରିଥିଲା ।

ଆକାର

ଏଥିରେ ମୋଟ ୪୯ ଜଣ ସଦସ୍ୟ ରହିବେ । ଏହା ଏକ ସ୍ଥାୟୀ ଗୃହ ଭାବେ କାମ କରିବ । ଏଥିରେ ବାର୍ଷିକ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ସଂକଳ୍ପ ଅନୁସାରେ ପ୍ରତି ୨ ବର୍ଷରେ ଏକ ତୃତୀୟାଂଶ ସଦସ୍ୟ ଅଵସର ଗ୍ରହଣ କରିବେ । ବିଧାନ ପରିଷଦ ୪୯ ଜଣ ସଦସ୍ୟଙ୍କ ମଧ୍ୟରୁ ୧୬ ଜଣ ଵିଧାନସଭା ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହେବେ । ୧୬ ଜଣ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ମ୍ୟୁନିସିପାଲଟି ଦ୍ୱାରା ନିର୍ବାଚିତ ହେବେ । ୪ ଜଣ ସ୍ନାତକଙ୍କୁ ନେଇ ଗଠିତ ଇଲେକ୍ଟ୍ରୋରାଲ କଲେଜ ଦ୍ୱାରା ନିର୍ବାଚିତ ହେବେ । ୪ ଜଣ ଶିକ୍ଷକଙ୍କୁ ନେଇ ଗଠିତ ଇଲେକ୍ଟ୍ରୋରାଲ କଲେଜ ଦ୍ୱାରା ନିର୍ବାଚିତ ହେବେ। ବାକି ୯ ଜଣ କଳା, ସାହିତ୍ୟ, ସମାଜସେବା କ୍ଷେତ୍ରରୁ ମନୋନୀତ ହେବେ ।[୧]

ଅଧିଵେଶନ ବସିବା ବେଳେ ଏକ ସଙ୍ଗରେ ଵିଧାନସଭା ଓ ଵିଧାନ ପରିଷଦର ବୈଠକ ବସିବ । ଵିଧାନସଭା ସଦସ୍ୟଙ୍କ ପରି ବିଧାନ ପରିଷଦ ସଦସ୍ୟଙ୍କୁ ଦରମା, ଭତ୍ତା, ଵିଧାୟକ ପାଣ୍ଠି ଅର୍ଥ, ସରକାରୀ ଘର ଓ ପେନସନ ଆଦି ସମସ୍ତ ସୁବିଧା ସୁଯୋଗ ମିଳିବ ।

ଵିଧାନ ପରିଷଦ ଗଠନ ହେଲେ ଵିଧାନସଭାକୁ ସିଧାସଳଖ ନିର୍ବାଚିତ ହୋଇପାରୁନଥିବା ବିଭିନ୍ନ କ୍ଷେତ୍ରରୁ ଅଧିକ ପ୍ରତିନିଧିତ୍ବ ମିଳିବ । ଵିଭିନ୍ନ ଯୋଜନା ଏବଂ ନୀତି ନିୟମ ପ୍ରଣୟନ କ୍ଷେତ୍ରରେ ଵିଧାନ ପରିଷଦର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିବ । [୨] ବର୍ତ୍ତମାନ ପାଇଁ ଭୁବନେଶ୍ବରସ୍ଥିତ ସର୍ଦ୍ଦାର ପଟେଲ ହଲ (ପୁରୁଣା ଵିଧାନ ସୌଧ)ରେ ଏହା କାର୍ଯ୍ୟକ୍ଷମ ହୋଇପାରିବ । ଓଡ଼ିଶା ଵିଧାନସଭା ସମ୍ମିଳନୀକକ୍ଷର ତଳ ମହଲାକୁ ଉଭୟ ଗୃହର ମିଳିତ ବୈଠକରେ ରାଜ୍ୟପାଳଙ୍କ ଅଭିଭାଷଣ ନିମନ୍ତେ ମୁଖ୍ୟ କକ୍ଷ ଭାବେ ବ୍ୟବହାର କରାଯାଇପାରିବ ।

ଵିରୋଧ

ସରକାର ୭୫ହଜାର କୋଟି ଟଙ୍କା ଋଣ କରିଥିବା ବେଳେ ପୁଣି ୩୫ କୋଟି ଟଙ୍କା ବ୍ୟୟ କରିବାରେ ଯଥାର୍ଥତା ନାହିଁ ବୋଲି କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଵିରୋଧ କରି କହିଥିଲେ । ରାଜ୍ୟରେ ଶିକ୍ଷକ ଓ ଡାକ୍ତରଙ୍କ ଅଭାବ, ଦୁର୍ନୀତିରେ ଜଡ଼ିତ ଓ ଦଳୀୟ ନେତାଙ୍କୁ ଏଥିରେ ଥଇଥାନ ପାଇଁ ସରକାର ଏଭଳି ସଙ୍କଳ୍ପ ଆଣିଛନ୍ତି । ଚାଷୀଙ୍କୁ ପେନସନ ଦେଲେ ଆମେ ସଙ୍କଳ୍ପକୁ ସମର୍ଥନ କରିବୁ ବୋଲି ତାରାପ୍ରସାଦ କହିଥିଲେ । ଵିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ସନ୍ଦେହଜନକ ଥିବା ପ୍ରକାଶ କରି ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଏହାକୁ ବିରୋଧ କରୁଥିବା କହିଥିଲେ । ରାଜ୍ୟର ଋଣ ଭାର ବଢ଼ି ଚାଲିଥବା ବେଳେ ଏବାବଦରେ ଅଧିକ ଅର୍ଥ ଖର୍ଚ୍ଚର ଆବଶ୍ୟକତା ନଥିବା ପ୍ରକାଶ କରିଥିଲେ । ବିଧାନ ପରିଷଦ ଗଠନ ପାଇଁ ତରବରିଆ ଭାବେ ନିଷ୍ପତ୍ତି ନନେଇ ନିର୍ବାଚନ ପର ପର୍ଯ୍ୟନ୍ତ ଅପେକ୍ଷା କରାଯିବା ଉପରେ ଗୁରୁତ୍ବ ଦେଇଥିଲେ। [୩]

ଆହୁରି ଦେଖନ୍ତୁ

ଆଧାର