"ବିଧାନ ପରିଷଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବହୁବିକଳ୍ପ ପୃଷ୍ଠା
Content deleted Content added
"'''ଵିଧାନ ପରିଷଦ''' ଵା '''ଲେଜିସଲେଟିଵ କାଉନସିଲ''' ହେଉଛି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୦୧:୪୨, ୧୦ ସେପ୍ଟେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଵିଧାନ ପରିଷଦ ଵା ଲେଜିସଲେଟିଵ କାଉନସିଲ ହେଉଛି ଦ୍ବିସଦନୀୟ ଵିଧାନ ମଣ୍ଡଳଦ୍ୱାରା ଵ୍ୟଵସ୍ଥିତ ଭାରତୀୟ ରାଜ୍ୟମାନଙ୍କର ଉପର କକ୍ଷକୁ ବୁଝାଏ । ଭାରତର ସମ୍ବିଧାନ ଧାରା ୧୬୯(୧)ରେ ଵିଧାନ ପରିଷଦ ଗଠନ କରିବାର ଵ୍ୟଵସ୍ଥା ଅଛି । ୨୦୧୮ ସୁଦ୍ଧା ଭାରତର ୨୯ଟି ରାଜ୍ୟ ମଧ୍ୟରୁ ୮ଟି ରାଜ୍ୟର ଵିଧାନ ପରିଷଦ ରହିଛି ।[୧] ସେମାନେ ଆଞ୍ଚଳିକ ସ୍ତରରୁ, ଵିଧାନ ସଭା, ରାଜ୍ୟପାଳ, ସ୍ନାତକଧାରୀ, ଶିକ୍ଷକଆଦିଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ଵିଧାନ ପରିଷଦର କାର୍ଯ୍ୟକାଳ ୬ ବର୍ଷ ଅଟେ । ଏହାର ସଦସ୍ୟମାନଙ୍କୁ ଵିଧାନ ପରିଷଦ ସଦସ୍ୟ ଵା ଏମଏଲସି (MLC) କୁହାଯାଏ ।

ସଦସ୍ୟତା

ପ୍ରତ୍ୟେକ ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ । ପ୍ରତି ଦୁଇ ବର୍ଷରେ ସଦନର ଏକ ତୃତୀୟାଂଶ ସଦସ୍ୟଙ୍କ ସଦସ୍ୟତା ସମାପ୍ତ ହୋଇଥାଏ । ଏହି ଵିଧି ଵ୍ୟଵସ୍ଥା ସଂସଦର ଉପର କକ୍ଷରାଜ୍ୟ ସଭାର ସମାନ୍ତରାଳ ଅଟେ ।

ଏମଏଲସି ନିହାତି ଭାଵେ ଭାରତୀୟ ନାଗରିକ ହେବା ସହ ଅନୁନ୍ୟ ୩୦ ଵର୍ଷର ହୋଇଥିବେ । ମାନସିକ ଵିକାରଗ୍ରସ୍ତ ହୋଇନଥିବେ, ଏଵଂ ନିର୍ଵାଚନ ପ୍ରତଦ୍ବନ୍ଦିତା କରୁଥିବା ରାଜ୍ୟର ମତଦାତା ତାଲିକାରେ ଅନ୍ତର୍ଭୁକ୍ତ ଥିବେ । ଏକା ସମୟରେ ସେ ମଧ୍ୟ ଵିଧାନ ସଭାର ସଦସ୍ୟ ନଥିବା ଉଚିତ ।

ଵିଧାନ ପରିଷଦର ସଦସ୍ୟଙ୍କ ସଂଖ୍ୟା ରାଜ୍ୟ ଵିଧାନ ସଭାର ଏକ ତୃତୀୟାଂଶରୁ ଅଧିକ କିମ୍ବା ୪୦ରୁ କମ ହୋଇପାରିବ ନାହିଁ (ଜମ୍ମୁ କାଶ୍ମୀର ଵ୍ୟତିତ, ଯେଉଁଠି ସମ୍ବିଧାନ ନିୟମ ଅନୁଯାୟୀ ୩୬ ସଦସ୍ୟ ଅଛନ୍ତି) ।

ଏମଏଲସିମାନେ ଏହିପରି ଚୟନ ହୋଇଥାନ୍ତି:

  • ଏକ ତୃତୀୟାଂଶ ସଦସ୍ୟ - ଆଂଚଳିକ କ୍ଷେତ୍ରରୁ ଯଥା ନଗରପାଳିକା, ଗ୍ରାମ ପଞ୍ଚାୟତ/ଗ୍ରାମ ସଭା, ପଞ୍ଚାୟତ ସମିତି, ଏଵଂ ଜିଲ୍ଲା ପରିଷଦ ।
  • ଏକ ତୃତୀୟାଂଶ ସଦସ୍ୟ - ରାଜ୍ୟର ଵିଧାନ ସଭା ସଦସ୍ୟଙ୍କ ଦ୍ୱାରା ଯେଉଁମାନେ ଵିଧାନ ସଭାର ସଦସ୍ୟ ନୁହଁନ୍ତି ।
  • ଏକ ଷଷ୍ଠାଂଶ ସଦସ୍ୟ - ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି ଯେଉଁମାନେ ସାହିତ୍ୟ, ଵିଜ୍ଞାନ, କଳା, ସମବାୟ ଆନ୍ଦୋଳନ ଏଵଂ ସମାଜ ସେଵା କ୍ଷେତ୍ରରେ ଅଭିଜ୍ଞତା ରଖିଛନ୍ତି ।
  • ଏକ ଦ୍ବାଦଶାଂଶ ସଦସ୍ୟ - ରାଜ୍ୟରେ ଅନୁନ୍ୟ ୩ ଵର୍ଷ ଧରି ଵସଵାସ କରୁଥିବା ସ୍ନାତକଧାରୀଙ୍କ ଦ୍ଵାରା
  • ଏକ ଦ୍ବାଦଶାଂଶ ସଦସ୍ୟ - ରାଜ୍ୟର ଶିକ୍ଷା ଅନୁଷ୍ଠାନମାନଙ୍କରେ ଅନୁନ୍ୟ ୩ ଵର୍ଷରୁ ଶିକ୍ଷକତା କରୁଥିବା ଵ୍ୟକ୍ତି, ଉଚ୍ଚ ଵିଦ୍ୟାଳୟ, ମହାଵିଦ୍ୟାଳୟ ଏଵଂ ଵିଶ୍ୱ ଵିଦ୍ୟାଳୟ ସ୍ତରରୁ କମ ହୋଇନଥିବେ ।

ଚଳନ୍ତି ଵିଧାନ ପରିଷଦ


ଭାରତର ପ୍ରସ୍ତାଵିତ ଵିଧାନ ପରିଷଦମାନ

ଵିଧାନ ପରିଷଦ ଗଠନ ରାଜନୈତିକ ବାଦଵିବାଦ ରହିତ ବୋଲି ପ୍ରମାଣିତ ହୋଇଛି । କିଛି ସଂଖ୍ୟକ ରାଜ୍ୟ ଏହାକୁ ଗଠନ କରି ପୁଣି ଭାଙ୍ଗି ଦେଇଛନ୍ତି । ଏହାର ପୁନଃଗଠନ ପାଇଁ ସଂସଦର ସୁନିଶ୍ଚିତତା ଲୋଡ଼ା ।

ଆହୁରି ଦେଖନ୍ତୁ

ଆଧାର