"କମଳା ନେହେରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୧୪ କ ଧାଡ଼ି:
କମଳା ନେହୁରୁ ({{audio|Kamla Nehru.ogg|pronunciation}}; ୧ ଅଗଷ୍ଟ ୧୮୯୯ – ୨୮ ଫେବୃଆରୀ ୧୯୩୬)ଜଣେ ସ୍ଵାଧୀନତା ସଂଗ୍ରାମୀ, [[ଜବାହରଲାଲ ନେହେରୁ]]ଙ୍କ ସ୍ତ୍ରୀ ଏବଂ [[ଇନ୍ଦିରା ଗାନ୍ଧୀ]]ଙ୍କ ମା ଥିଲେ। ସେ ଜଣେ ଦେଶ ହିତାଭିଳାଷୀ ଥିଲେ ।
== ପରିଚୟ ==
କମଳା ନେହେରୁ ଦିଲ୍ଲୀର ଏକ ପ୍ରମୁଖ ବ୍ୟବସାୟୀ ପଣ୍ଡିତ ଜବାହରଲାଲମଲ ଏବଂ ରାଜପତି କୌଲଙ୍କ କନ୍ୟା । ଏକ ଭାରତୀୟ ପରମ୍ପରାଗତ କାଶ୍ମିରୀ ବ୍ରାହ୍ମଣ ପରିବାରରେ କମଳାଙ୍କ ଜନ୍ମ ୧ ଅଗଷ୍ଟ ୧୮୯୯ ମସିହାରେ ଦିଲ୍ଲୀରେ ହୋଇଥିଲା । କମଳା ହେଉଛନ୍ତି ପରିବାରର ଜ୍ୟେଷ୍ଠ ସନ୍ତାନ ।.<ref>{{cite book|last1=Jayakar|first1=Pupul|title=Indira Gandhi, a biography|date=1995|publisher=Penguin|location=New Delhi, India|isbn=978-0140114621|pages=9–11|edition=Rev.|url=https://books.google.com/books?hl=en&lr=&id=gm5JGkb2rhkC&oi=fnd&pg=PR9&dq=%22kamala+nehru%22+indira&ots=HmAcxCR7af&sig=uutna11h7Ek-Gir1l5-dLV8MUVQ#v=snippet&q=%22kamala%20marriage&f=false}}</ref> ଚାନ୍ଦ ବାହାଦୁର କାଉଲ ଏବଂ କୈଳାଶ ନାଥ କାଉଲ ନାମରେ ତାଙ୍କର ଦୁଇ ଭାଇ । ଅନ୍ୟ ଏକ ଭଉଣୀ ହେଲେ ସ୍ଵରୂପ କଟଯୁ । କମଳା ଜଣେ ପଣ୍ଡିତ ଏବଂ ଏକ ମୌଲବୀ ଗୃହ ଶିକ୍ଷକଙ୍କ ତତ୍ତ୍ଵାବଧାନରେ ଶିକ୍ଷା ଲାଭ କରିଥିଲେ । ମାତ୍ର ସତର ବର୍ଷ ବୟସରେ କମଳାଙ୍କ ବିବାହ ଜବାହରଲାଲ ନେହେରୁଙ୍କ ସହ ୮ ଫେବୃଆରୀ ୧୯୧୬ ମସିହାରେ ହୋଇଥିଲା । ବିବାହ ପରେ କମଳାଙ୍କ ନାମ କମଳା କୌଲ ନେହେରୁ ହେଲା । ବ୍ରିଟିଶ ଲେଖିକା କ୍ୟାଥରିନ ଫ୍ରାନ୍ସିକ ସ୍ୱରଚିତ ବହି "Indira: The Life of Indira Nehru Gandhi " ରେ ଲେଖିଛନ୍ତି ଯେ ଦିଲ୍ଲୀର ପରମ୍ପରାଗତ ହିନ୍ଦୁ ବ୍ରାହ୍ମଣ ପରିବାର ସହ ସମ୍ବନ୍ଧ ରଖିଥିବା ହେତୁ କମଳା ନେହେରୁଙ୍କ ଚରିତ୍ରରେ ହିନ୍ଦୁ ସଂସ୍କାର ସ୍ପଷ୍ଟ ବାରିହୋଇପଡୁଥିଲା । କିନ୍ତୁ ବିବାହ ପରେ ବିଦେଶ ଫେରନ୍ତା ତଥା ପାଶ୍ଚାତ୍ୟ ଢଙ୍ଗରେ ପ୍ରଭାବୀ ନେହେରୁଙ୍କ ପରିବାରରେ ତାଙ୍କୁ ଅଲଗା ପରିବେଶରେ ରହିବାକୁ ହେଲା ।
 
== ସ୍ୱାଧୀନତା ସଂଗ୍ରାମରେ ଭୂମିକା ==