"ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧୭ କ ଧାଡ଼ି:
}}
 
'''ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ''', ଜଣେ ଓଡ଼ିଆ ଅଭିନେତା । ସେ ଓଡ଼ିଆ କଥାଚିତ୍ର ସମେତ ମଞ୍ଚ ଏବଂ ଥିଏଟରରେ ଅଭିନୟ କରନ୍ତିକରୁଥିଲେ । ସେ ଅଭିନୟ ବ୍ୟତୀତ କିଛି ନାଟକ ତ‌ଥା ଗୀତିନାଟ୍ୟର ନିର୍ଦ୍ଦେଶନା ଦେଇଥିଲେ । ପୂର୍ଣ୍ଣଚନ୍ଦ୍ର ଜଣେ ସେବାୟତ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ । ସତୁରୀ ଦଶକରେ ମଞ୍ଚ ଅଭିନୟ ଜରିଆରେ ପୂର୍ଣ୍ଣଚନ୍ଦ୍ର ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ଅନ୍ନପୂର୍ଣ୍ଣା ଥିଏଟରରେ ନିଜର ଅଭିନୟ ଆରମ୍ଭ କରିଥିଲେ ଏବଂ ପରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୭୬ ମସିହାରେ ସେ ଓଡ଼ିଆ କଥାଚିତ୍ର [[ସିନ୍ଦୂର ବିନ୍ଦୁ]] ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ପରବର୍ତ୍ତୀ ସମୟରେ ସେ [[ପକା କମ୍ବଳ ପୋତ ଛତା]], [[ଏମିତି ଭାଇ ଜଗତେ ନାହିଁ]] ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଅନ୍ନପୂ୍ର୍ଣ୍ଣ ଥିଏଟରରେ ସେ ପ୍ରାୟ ଶହେରୁ ଅଧିକ ନାଟକରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ନାଟକମାନଙ୍କ ମଧ୍ୟରୁ ମହିଷା ମର୍ଦ୍ଦିନୀ, କଂସା କବାଟ, ପୁଣି ଚାଖିଆ ଲେଉଟିଲା, ରେବତୀ ପ୍ରଭୃତି ନାଟକ ଅଧିକ ଲୋକପ୍ରିୟତା ପାଇଥିଲା । ରବୀନ୍ଦ୍ର ମଣ୍ଡପରେ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ''ପଦ୍ମପାଖୁଡ଼ା ସୂର୍ଯ୍ୟ'' ଲୋକପ୍ରିୟ ହୋଇଥିଲା । ଏଥିସହିତ ସେ ଦୂରଦର୍ଶନରେ ପ୍ରସାରିତ କିଛି ନାଟକରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।