"ଗୋମାଂସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Psubhashish (ଆଲୋଚନା | ଅବଦାନ) Created by translating the page "Beef" |
(କିଛି ବଦଳିନାହିଁ)
|
୧୧:୩୯, ୧୯ ଅଗଷ୍ଟ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଗୋମାଂସ (ଗୋରୁମାଂସ ଓ ହଡ଼ା ଭାବେ ମଧ୍ୟ ଜଣା) ଖାଦ୍ୟ ଭାବେ ବ୍ୟବହୃତ ବିଶେଷ କରି କଙ୍କାଳରୁ ନିଆଯାଇଥିବା ଗୋରୁମାନଙ୍କ ମାଂସକୁ ବୁଝାଏ । ପ୍ରାକୈତିହାସିକ ସମୟରୁ ମଣିଷମାନେ ଗୋମାଂସ ଖାଇଆସୁଛନ୍ତି ।[୧] ଗୋମାଂସରେ ଉଚ୍ଚମାନର ପୁଷ୍ଟିସାର ଓ ଅନ୍ୟାନ୍ୟ ଖାଦ୍ୟସାର ରହିଛି ।[୨]
ଗୋମାଂସ କଙ୍କାଳ ମାଂସ ସାଧାରଣତଃ ରୋଷ୍ଟ, ଛୋଟ ରିବ ଓ ଷ୍ଟେକ ଭାବେ କଟାଯାଇଥାଏ (ଏସବୁ ଫିଲେଟ ମିଗନୋନ, ସରଲୋଇନ ଷ୍ଟେକ, ରମ୍ପ ଷ୍ଟେକ, ରିବ ଷ୍ଟେକ, ରିବ ଆଇ ଷ୍ଟେକ, ହ୍ୟାଙ୍ଗର ଷ୍ଟେକ ଆଦି ନାମରେ ଜଣା) ଓ ବାକି କଟା ପ୍ରଣାଳୀରେ ମାଂସକୁ ବିଭିନ୍ନ ପ୍ରକ୍ରିୟାକରଣ କରାଯାଇଥାଏ (ଯଥା କର୍ଣଡ଼ ବିଫ ଓ ବିଫ ଜର୍କି) । ସସେଜରେ ବୟସ୍କ (ତେଣୁ ଶକ୍ତ) ଗୋରୁମାଂସକୁ ଟ୍ରିମିଂ ମିଶାଇ ଗୁଣ୍ଡକରି, ଛୋଟ ଛୋଟ ଖଣ୍ଡ କରି କାଟି (ମିନ୍ସିଂ) ବ୍ୟବହାର କରାଯାଇଥାଏ । କେତେକ ବ୍ଲଡ଼ ସସେଜରେ ରକ୍ତ ମଧ୍ୟ ବ୍ୟବହାର ହୋଇଥାଏ । ଅନ୍ୟାନ୍ୟ ଅଙ୍ଗପ୍ରତଙ୍ଗ ଓ ଓଫାଲ ଯଥା ଗୋରୁ ଲାଞ୍ଜ, ଯକୃତ, ଜିଭ, ପାକସ୍ଥଳୀ କାନ୍ଥମାଂସ ଆଦି ପାକନଳୀ ଓ ରୁମେନ ଏବଂ ଗ୍ରନ୍ଥୀ (ବିଶେଷ କରି ଅଗ୍ନାଶୟ ଓ ଥାଇମସ ଯାହା ସୁଇଟବ୍ରେଡ଼ ନାମରେ ମଧ୍ୟ ଜଣା) ମଧ୍ୟ ଖିଆଯାଇଥାଏ । ଏଥି ସହିତ ହୃତପିଣ୍ଡ, ମସ୍ତିଷ୍କ (ବୋଭାଇନ ସ୍ପଞ୍ଜିଫର୍ମ ଏନସେଫାଲୋପାଥି ବା BSE ଯାହା ମ୍ୟାଡ଼ କାଓ ଡିଜିଜ ବା "ପାଗଳ ଗୋରୁ ରୋଗ" ନାମରେ ଜଣା ରୋଗ ହେଉଥିବାରୁ ଏହା ଖାଇବା ବାରଣ କରାଯାଏ), ବୃକକ, ଓ ଷଣ୍ଢର ଅଣ୍ଡକୋଷ (ଯୁକ୍ତରାଷ୍ଟ୍ର ଆମେରିକାରେ କାଫ ଫ୍ରାଇସ, ପ୍ରେଇରେ ଓଏଷ୍ଟର ଏବଂ ରକି ମାଉଁଣ୍ଟେନ ଓଏଷ୍ଟର ନାମରେ ଜଣା) ଆଦି ମଧ୍ୟ ଖିଆଯାଏ । କେତେକ ପାକନଳୀ ରନ୍ଧାହୋଇ ଯଥାରୀତି ଖିଆଯାଏ[୩] ଓ କେତେକ ପ୍ରାକୃତିକ ସସେଜର ଖୋଳ ଭାବେ ବ୍ୟବହାର ହୁଏ । ହାଡ଼ଗୁଡ଼ିକ ବିଫ ଷ୍ଟକ ଭାବେ ବ୍ୟବହାର କରାଯାଏ ।
ହିନ୍ଦୁଧର୍ମରେ ଗାଈ ପବିତ୍ରଭାବେ ଗ୍ରହଣ କରାଯାଏ ଓ ଅନ୍ୟାନ୍ୟ ମାଂସ ଖାଉଥିବା ଧାର୍ମିକ ହିନ୍ଦୁମାନେ ସାଧାରଣତଃ ଗୋମାଂସ ଖାଆନ୍ତି ନାହିଁ ।
୨୦୧୫ରେ ଭାରତ, ବ୍ରାଜିଲ ଓ ଅଷ୍ଟ୍ରେଲିଆ ପୃଥିବୀର ସର୍ବାଧିକ ଗୋମାଂସ ରପ୍ତାନୀକାରୀ ଦେଶ ଥିଲେ ।[୪][୫] ଗୋମାଂସ ଉତ୍ପାଦନରେ ଉରୁଗୁଏ, କାନାଡ଼ା, ପାରାଗୁଏ, ମେକ୍ସିକୋ, ଆର୍ଜେଣ୍ଟିନା, ବେଲାରୁସ ଓ ନିକାରାଗୁଆ ଅନ୍ୟତମ ।
ଆଧାର
- ↑ Piatti-Farnell, Lorna (2013). Beef: A Global History. London: Reaktion Books. p. 7. ISBN 1780231172.
In prehistoric times, our ancestors were known to have hunted aurochs, a type of wild—and rather ferocious—cattle that were the ancestor to modern livestock.
- ↑ Oh, Mirae; Kim, Eun-Kyung; Jeon, Byong-Tae; Tang, Yujiao (2016). "Chemical compositions, free amino acid contents and antioxidant activities of Hanwoo (Bos taurus coreanae) beef by cut". Meat Science. 119: 16–21. doi:10.1016/j.meatsci.2016.04.016. PMID 27115864.
Beef is one of the main animal food resources providing high-quality protein and essential nutrients, including essential amino acids, unsaturated fatty acids, minerals, and vitamins, for human consumption.
- ↑ Dejohn, Irving (2011-03-29), You got the guts to try Argentinian chinchulini - cow intestine delicacy?, NY Daily News, archived from the original on 2017-09-05, retrieved 2018-04-27
{{citation}}
: Unknown parameter|dead-url=
ignored (|url-status=
suggested) (help) - ↑ Beef and Veal Meat Exports by Country in 1000 MT CWE. 25 March 2013
- ↑ Raghavan, TCA Sharad (10 August 2015). "India on top in exporting beef". The Hindu. India. Retrieved 7 October 2016.
{{cite news}}
: More than one of|accessdate=
and|access-date=
specified (help); More than one of|work=
and|newspaper=
specified (help)