"ଗୋବିନ୍ଦ ବଲ୍ଲଭ ପନ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭ କ ଧାଡ଼ି:
ପନ୍ତ ଆଲାହବାଦ ବିଶ୍ୱବିଦ୍ୟାଳୟରେ ଶିକ୍ଷା ସମାପ୍ତ କରିସାରି କାଶୀପୁରରେ ଓକିଲାତି ଆରମ୍ଭ କଲେ । ଏଇଠି ହିଁ ଏକ ମକଦ୍ଦମା ମାଧ୍ୟମରେ ଆରମ୍ଭ ହେଲା ପନ୍ତଙ୍କର ଇଂରେଜ ଶାସନ ବିରୁଦ୍ଧରେ ଲଢେଇ । ୧୯୧୪ ମସିହାରେ ସେ ସ୍ଥାନୀୟ ପରିଷଦ ପକ୍ଷରୁ ଇଂରେଜ ଦ୍ୱାରା ଲାଗୁ କରାଯାଇଥିବା "coolie begar" ଆଇନକୁ ଅବୈଧ ଘୋଷଣା କରିବା ନିମିତ୍ତ ଏକ ମକଦ୍ଦମାରେ ସହାୟତା କରିଥିଲେ । ଏହି ଆଇନ ପ୍ରକାରେ ସ୍ଥାନୀୟ ଲୋକଙ୍କୁ ସରକାରୀ କାର୍ଯ୍ୟରେ ଆସିଥିବା ଇଂରେଜ ଅଫିସରଙ୍କ ସାମାନ ବିନା ପାରିଶ୍ରମିକରେ ବୋହିବାକୁ ବାଧ୍ୟ କରାଯାଇଥିଲା । ୧୯୨୧ରେ ସେ ଆଗ୍ରା ଓ ଅଉଧ ସଂଯୁକ୍ତ ପ୍ରୋଭିନ୍ସର ବିଧାନ ସଭାର ସଭ୍ୟ ରୂପେ ନିର୍ବାଚିତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କଲେ ।
 
== ସ୍ୱାଧୀନତା ସଂଗ୍ରାମରେ ଭୂମିକା ==
== ସଂଗ୍ରାମୀ ଜୀବନ ==
ଜଣେ ଉଚ୍ଚ ଶ୍ରେଣୀର ଆଇନ ବିଶାରଦ ହେତୁ କଂଗ୍ରେସ ଦଳ ତାଙ୍କୁ କାକୋରୀ ହତ୍ୟା ମକଦ୍ଦମାରେ ଜଡିତ ରାମ ପ୍ରସାଦ ବିସମିଲ୍ଲା, ଆସଫାକୁଲ୍ଲା ଖାନ ତଥା ଅନ୍ୟ ଅଭିଯୁକ୍ତଙ୍କ ସପକ୍ଷରେ ଲଢିବା ପାଇଁ କୁହାଗଲା । ଏହା ୧୯୨୦ ମସିହାର ମଧ୍ୟଭାଗର ଘଟଣା । ୧୯୩୦ରେ ଗାନ୍ଧୀଙ୍କ ଡାକରାରେ ଏକ ଲବଣ ସତ୍ୟାଗ୍ରହ ମୋର୍ଚାର ନେତୃତ୍ୱ ନେଇଥିବାରୁ କିଛି ସପ୍ତାହ ପାଇଁ ତାଙ୍କୁ ଇଂରେଜ ସରକାର ଗିରଫ କରିନେଲେ । ୧୯୩୩ରେ ଇଂରେଜ ସରକାର ଦ୍ୱାରା ପ୍ରତିବନ୍ଧିତ ତତକାଳୀନ ପ୍ରାନ୍ତୀୟ କଂଗ୍ରେସର ଏକ ଅଧିବେଶନରେ ଯୋଗ ହେଇଥିବାରୁ ତାଙ୍କୁ ପୁଣି ହର୍ଷ ଦେବ ବହୁଗୁଣାଙ୍କ ସହ ସାତ ମାସ ପାଇଁ ଜେଲ ଯିବାକୁ ପଡିଥିଲା । ଏହି ପ୍ରତିବନ୍ଧକ ହଟିବା ପରେ ସେ ଜେଲରୁ ମୁକ୍ତ ହେଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଗାନ୍ଧୀଙ୍କ ଗୋଷ୍ଠୀ ଯେଉଁମାନେ କି ଯୁଦ୍ଧରେ ବ୍ରିଟିଶକୁ ସାହାଯ୍ୟ କରିବା ସପକ୍ଷରେ ଥିଲେ ଏବଂ ସୁଭାଷ ବୋଷ ସମର୍ଥିତ ଅନ୍ୟ ଗୋଷ୍ଠୀ ଯେଉଁମାନେ ଏହାର ସୁଯୋଗରେ ବ୍ରିଟିଶକୁ ବିରୋଧ କରିବାକୁ ଚାହୁଁଥିଲେ, ଏହି ଦୁଇ ଗୋଷ୍ଠୀ ମଧ୍ୟରେ ମଧ୍ୟସ୍ଥି କରି ଏକ ସର୍ବସମ୍ମତ ପ୍ରସ୍ତାବରେ ଉଭୟ ପକ୍ଷକୁ ରାଜି କରାଇପାରିଥିଲେ ।
 
୧୯୪୦ ମସିହାରେ ଏକ ସତ୍ୟାଗହ ଆୟୋଜନ କରାଇବା ଅଭିଯୋଗରେ ଗିରଫ ହେଲେ । ୧୯୪୨ରେ ଭାରତ ଛାଡ ସଂକଳ୍ପ (Resolution) ହସ୍ତାକ୍ଷର କରି ସେ ପୁଣି ଗିରଫ ହେଲେ ଏବଂ ତିନି ବର୍ଷ ଅହମଦନଗର୍ ଫୋର୍ଟରେ ଅନ୍ୟ କଂଗ୍ରେସ କର୍ମକର୍ତ୍ତାଙ୍କ ସହ କାରାବାସ ବିତାଇଲେ । ୧୯୪୫ ମାର୍ଚରେ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଜବାହରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ସେ ଜଲରୁ ମୁକୁଳିଲେ ।<ref name="Nanda">B. R. Nanda, ''Pant, Govind Ballabh (1887–1961), politician in India'' (2004)</ref>
 
== ସ୍ୱାଧୀନତା ପର ରାଜନୀତି ==