"କମଳା ନେହେରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୫ କ ଧାଡ଼ି:
== ପରିଚୟ ==
କମଳା ନେହେରୁ ଦିଲ୍ଲୀର ଏକ ପ୍ରମୁଖ ବ୍ୟବସାୟୀ ପଣ୍ଡିତ ଜବାହରଲାଲମଲ ଏବଂ ରାଜପତି କୌଲଙ୍କ କନ୍ୟା । ଏକ ଭାରତୀୟ ପରମ୍ପରାଗତ କାଶ୍ମିରୀ ବ୍ରାହ୍ମଣ ପରିବାରରେ କମଳାଙ୍କ ଜନ୍ମ ୧ ଅଗଷ୍ଟ ୧୮୯୯ ମସିହାରେ ଦିଲ୍ଲୀରେ ହୋଇଥିଲା । କମଳା ହେଉଛନ୍ତି ପରିବାରର ଜ୍ୟେଷ୍ଠ ସନ୍ତାନ ।.<ref>{{cite book|last1=Jayakar|first1=Pupul|title=Indira Gandhi, a biography|date=1995|publisher=Penguin|location=New Delhi, India|isbn=978-0140114621|pages=9–11|edition=Rev.|url=https://books.google.com/books?hl=en&lr=&id=gm5JGkb2rhkC&oi=fnd&pg=PR9&dq=%22kamala+nehru%22+indira&ots=HmAcxCR7af&sig=uutna11h7Ek-Gir1l5-dLV8MUVQ#v=snippet&q=%22kamala%20marriage&f=false}}</ref> ଚାନ୍ଦ ବାହାଦୁର କାଉଲ ଏବଂ କୈଳାଶ ନାଥ କାଉଲ ନାମରେ ତାଙ୍କର ଦୁଇ ଭାଇ । ଅନ୍ୟ ଏକ ଭଉଣୀ ହେଲେ ସ୍ଵରୂପ କଟଯୁ । କମଳା ଜଣେ ପଣ୍ଡିତ ଏବଂ ଏକ ମୌଲବୀ ଗୃହ ଶିକ୍ଷକଙ୍କ ତତ୍ତ୍ଵାବଧାନରେ ଶିକ୍ଷା ଲାଭ କରିଥିଲେ । ମାତ୍ର ସତର ବର୍ଷ ବୟସରେ କମଳାଙ୍କ ବିବାହ ଜବାହରଲାଲ ନେହେରୁଙ୍କ ସହ ୮ ଫେବୃଆରୀ ୧୯୧୬ ମସିହାରେ ହୋଇଥିଲା । ବିବାହ ପରେ କମଳାଙ୍କ ନାମ କମଳା କୌଲ ନେହେରୁ ହେଲା । ବ୍ରିଟିଶ ଲେଖିକା କ୍ୟାଥରିନ ଫ୍ରାନ୍ସିକ ସ୍ୱରଚିତ ବହି "Indira: The Life of Indira Nehru Gandhi " ରେ ଲେଖିଛନ୍ତି ଯେ ଦିଲ୍ଲୀର ପରମ୍ପରାଗତ ହିନ୍ଦୁ ବ୍ରାହ୍ମଣ ପରିବାର ସହ ସମ୍ବନ୍ଧ ରଖିଥିବା ହେତୁ କମଳା ନେହେରୁଙ୍କ ଚରିତ୍ରରେ ହିନ୍ଦୁ ସଂସ୍କାର ସ୍ପଷ୍ଟ ବାରିହୋଇପଡୁଥିଲା । କିନ୍ତୁ ବିବାହ ପରେ ବିଦେଶ ଫେରନ୍ତା ତଥା ପାଶ୍ଚାତ୍ୟ ଢଙ୍ଗରେ ପ୍ରଭାବୀ ନେହେରୁଙ୍କ ପରିବାରରେ ତାଙ୍କୁ ଅଲଗା ପରିବେଶରେ ରହିବାକୁ ହେଲା ।
 
== ସ୍ୱାଧୀନତା ସଂଗ୍ରାମରେ ଭୂମିକା ==
କମଳା ନେହେରୁ ଭାରତର ସ୍ୱାଧୀନତା ସଂଗ୍ରାମରେ ଜବାହାରଙ୍କ ପ୍ରମୁଖ ସହଯୋଗୀ ଥିଲେ । ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନରେ ଆଲ୍ଲହାବାଦରେ ମହିଳାମାନଙ୍କୁ ଏକତ୍ର କରି ବିଦେଶୀ ଲୁଗା ଦୋକାନ ତଥା ମଦ ଦୋକାନରେ ପିକେଟିଂ କରିବା ଆରମ୍ଭ କଲେ । ଏପରିକି ଇଂରେଜ ସରକାର ଯେତେବେଳେ ଜବାହାରଙ୍କୁ ଇଂରେଜ ବିରୋଧୀ ଭାଷଣ ଦେବାରୁ ବିରତ କରିବାକୁ ଦେଶଦ୍ରୋହ ଅପରାଧରେ ଗିରଫ କଲେ, ସେତେବେଳେ କମଳା ନେହେରୁ ଜବାହରଙ୍କ ଲିଖିତ ଭାଷଣ ପଢିବାକୁ ଆଗେଇଯାଇଥିଲେ ।<ref>{{cite book|last1=Nehru|first1=Jawaharlal|title=An Autobiography|date=26 January 1936|publisher=Bodley Head|location=London|edition=1|accessdate=15 August 2018}}</ref><ref name="iloveindia1">{{cite web|url=http://www.iloveindia.com/indian-heroes/kamala-nehru.html|title=Kamala Nehru Biography|publisher=Iloveindia|accessdate=15 August 2018}}</ref> ଯେତେବେଳେ ଇଂରେଜ ସରକାର ଦେଖିଲେ ଯେ ସ୍ୱାଧୀନତା ସଂଗ୍ରାମରେ କମଳାଙ୍କ ଲୋକପ୍ରିୟତା ବୃଦ୍ଧି ହେଉଛି, ସେତେବେଳେ ଭିନ୍ନ ଭିନ୍ନ ସଂକ୍ରାନ୍ତରେ କମଳାଙ୍କୁ ଦୁଇଥର ଜେଲ ଯିବାକୁ ପଡିଥିଲା । କମଳାଙ୍କ ସହ ସରୋଜିନୀ ନାଇଡୁ ତଥା ଅନ୍ୟ ମହିଳା ମଧ୍ୟ କାରାବରଣ କରିଥିଲେ । ଏହି ସମୟରେ କମଳା ନିଜ ଘର ସ୍ୱରାଜ ଭବନର ଏକ ବଖରାରେ ଆହତ ସ୍ୱତନ୍ତ୍ରତା ସେନାନୀମାନଙ୍କୁ ସେବା କରିବା ତଥା ଔଷଧ ବିତରଣ କରିବା ଆରମ୍ଭ କରିଦେଲେ । କମଳାଙ୍କ ମୃତ୍ୟୁ ପରେ ମହାତ୍ମା ଗାନ୍ଧୀ ତଥା ଅନ୍ୟ ପ୍ରମୁଖ ନେତାଙ୍କ ସହାୟତାରେ ଏହାକୁ '''କମଳା ନେହେରୁ ମେମୋରିଅଲ ହାସପାତାଳ''' ନାମରେ ପ୍ରତିଷ୍ଠା କଲେ ।
 
==ଆଧାର==