"ବାଗ୍ ଯନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨ କ ଧାଡ଼ି:
ମନୁଷ୍ୟର ମୁଖ ନିଃସୃତ [[ଧ୍ଵନି]] କିପରି ନିର୍ମିତ ହୁଏ, ଜାଣିବାକୁ ହେଲେ ଶ୍ଵାସ ବାୟୁର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ତାହାର ମାର୍ଗବର୍ତ୍ତୀ ବିଭିନ୍ନ ବିଭାଗ ସହିତ ପରିଚିତ ହେବା ଉଚିତ୍ । ମନୁଷ୍ୟର କଥିତ ଭାଷାର ବିଶ୍ଳେଷଣ ଭାଷାତତ୍ତ୍ଵର ଲକ୍ଷ୍ୟ । ତେଣୁ ଭାଷାତତ୍ତ୍ଵ ସମ୍ପର୍କରେ ଅଧ୍ୟୟନ କରିବାକୁ ଗଲାବେଳେ ଉଚ୍ଚାରଣ ଯନ୍ତ୍ର ଅର୍ଥାତ୍ ବାଗଯନ୍ତ୍ରକୁ ଭଲଭାବରେ ଜାଣିବା ନିତାନ୍ତ ଆବଶ୍ୟକ ।<br>
ବାଗଯନ୍ତ୍ର କହିଲେ ସାଧାରଣତଃ ମୁଖରନ୍ଧ୍ରକୁ ବୁଝାଇଲେ ମଧ୍ୟ ଶ୍ଵାସନଳୀ ଓ ଫୁସଫୁସକୁ ତହିଁରେ ଅନ୍ତର୍ଗତ କରାଯାଇଥାଏ । କାରଣ ଏହି ଫୁସଫୁସ ରୁ ବାୟୁ ନିର୍ଗତ ହୋଇଥାଏ । ଫୁସଫୁସ ରୁ ନିର୍ଗତ ବାୟୁ ଶ୍ୱାସନଳୀରେ ପ୍ରବାହିତ ହୋଇ ପ୍ରଥମେ ସ୍ୱର ଯନ୍ତ୍ରରେ ଆଘାତ ପାଏ । ତା'ପରେ ସେହି ବାୟୁ ଗଳଗହ୍ୱର ଓ ମୁଖରନ୍ଧ୍ର ମାର୍ଗଦେଇ ଓଠବାଟେ ବାହାରକୁ ବାହାରିଥାଏ । କେତେବେଳେ ଅବା ମୁଖରନ୍ଧ୍ର ମାର୍ଗ ବନ୍ଦ ଥିବାରୁ ନାସାରନ୍ଧ୍ର ମାର୍ଗଦେଇ ଚାଲିଯାଏ । ପୃଥିବୀର ଅଧିକାଂଶ ଭାଷାର ଧ୍ୱନି ଉତ୍ପାଦନ ପାଇଁ ଫୁସଫୁସରୁ ମୁଖରନ୍ଧ୍ର ଦେଇ ବାହାରି ଯାଉଥିବା ପବନକୁ ବ୍ୟବହାର କରାଯାଏ , କିନ୍ତୁ ଆଫ୍ରିକାର ହଟେନଟଟ୍(hottentot) ଓ ଆମେରିକାନ୍ ଇଣ୍ଡିଆନ୍ ମାଇଡୁ (maidu) ଭାଷାରେ ବାହାରୁ ମୁଖରନ୍ଧ୍ର ଭିତରକୁ ଯାଉଥିବା ପବନଦ୍ୱାରା ଭାଷାଧ୍ଵନି ସୃଷ୍ଟି ହୋଇଥାଏ ।
 
[[ଶ୍ରେଣୀ:ଅଙ୍ଗପ୍ରତ୍ୟଙ୍ଗ]]