"ପାପନାଶିନୀ ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
{{Infobox Hindu temple
| name = ପାପନାଶିନୀ ଦେଉଳ
| image = Papanasini Siva TempleFile:Papanasini_Temple_2..pngjpg
| map_type = ଭାରତ ଓଡିଶା
| map_caption = ଓଡିଶାରେ ଅବସ୍ଥିତି
Line ୨୧ ⟶ ୨୦:
'''ପାପନାଶିନୀ ଦେଉଳ''' ଭୁବନେଶ୍ୱରରେ ଥିବା ଏକ ପରିତ୍ୟକ୍ତ ହିନ୍ଦୁମନ୍ଦିର ଅଟେ । ମୁଖ୍ୟ ପାପନାଶିନୀ ଦେଉଳ ବ୍ୟତୀତ ଏହାର ପରିସରରେ ଅନ୍ୟ ଦୁଇଟି ଶୈବମନ୍ଦିର ରହିଛି ।
== ଅବସ୍ଥିତି ==
ଏହା ଭୁବନେଶ୍ୱରର ଓର୍ଲଡ ଟାଉନ ଅଞ୍ଚଳରେ ଥିବା ବଢ଼େଇବାଙ୍କ ଛକରେ ଅବସ୍ଥିତ ।<ref>https://www.inspirock.com/india/bhubaneswar/papanasini-siva-temple-a5382772861</ref> ଏହାର ଅଳ୍ପ ଦୂରରେ [[ଚିତ୍ରକାରିଣୀ ମନ୍ଦିର]] ଅବସ୍ଥିତ ।
== ମନ୍ଦିର ପରିସର ==
ତିନୋଟି ଶୈବମନ୍ଦିର ଏବଂ ଗୋଟିଏ ପୁଷ୍କରିଣୀ ପାପନାଶିନୀ ମନ୍ଦିର ପରିସରରେ ଅନ୍ତର୍ଗତ । ତିନୋଟି ମନ୍ଦିରର ନାମ ପାପନାଶିନୀ ମନ୍ଦିର, ବନେଶ୍ୱର ଶିବମନ୍ଦିର ଏବଂ ମଇତ୍ରେଶ୍ୱର ମନ୍ଦିର<ref>https://www.revolvy.com/main/index.php?s=Papanasini+Siva+Temple</ref> ହୋଇଥିବାବେଳେ ପୁଷ୍କରିଣୀଟିର ନାମ ପାପନାଶିନୀ ପୁଷ୍କରିଣୀ ।
* '''ପାପନାଶିନୀ ମନ୍ଦିର''': ଯଦିଓ ମନ୍ଦିରସମୂହଟିକୁ ପାପନାଶିନୀ ମନ୍ଦିର କୁହାଯାଏ, ମାତ୍ର ପ୍ରକୃତ ପାପନାଶିନୀ ମନ୍ଦିର ପରିସରର ଗୋଟିଏ କୋଣରେ ଅବସ୍ଥିତ । ମନ୍ଦିରଟିରେ କେବଳ ଗର୍ଭଗୃହ ରହିଥିବାବେଳେ ଜଗମୋହନ ନାହିଁ । ମନ୍ଦିରବିମାନ ଭାଗଟି ପିଢ଼ା ବା ରେଖା ଦେଉଳ ଶୈଳୀରେ ନିର୍ମିତ । ମନ୍ଦିରଟି ଦକ୍ଷିଣ ଦିଗକୁ ମୁହାଁଇଛି । ଏହି ଛୋଟ ଶିବମନ୍ଦିରର ଗର୍ଭଗୃହରେ କୌଣସି ଦେବଦେବୀ ନଥିବାବେଳେ ଦ୍ୱାରଦେଶରେ ନବଗ୍ରହଙ୍କର ବିଗ୍ରହ ରହିଛି । ପ୍ରାୟ ଚତୁର୍ଦ୍ଦଶ-ପଞ୍ଚଦଶ ଶତାବ୍ଦୀରେ ଏହି ମନ୍ଦିର ତିଆରି ହୋଇଥିବାର ପ୍ରମାଣ ମିଳେ ।
* '''ବନେଶ୍ୱର ଶିବମନ୍ଦିର''': ପାପନାଶିନୀ ମନ୍ଦିରର ପୂର୍ବଦିଗରେ ଥିବା ଅନ୍ୟ ଏକ ଶିବମନ୍ଦିର ବନେଶ୍ୱର ଶିବମନ୍ଦିର ଭାବେ ଜଣା । ମନ୍ଦିରର ବିମାନ ତ୍ରିରଥ-ବିମାନ ଶୈଳୀରେ ନିର୍ମିତ । ମନ୍ଦିର ଚତୁଃପାର୍ଶ୍ୱରେ କୌଣସି ପାର୍ଶ୍ୱଦେବତା ନାହାନ୍ତି । ମନ୍ଦିର ମଧ୍ୟରେ ଭଗବାନ ଶିବ ପୂଜିତ ଏବଂ ଶିବଙ୍କ ଦିଗକୁ ମୁହାଁଇ ନନ୍ଦିଙ୍କ ମୂର୍ତ୍ତି ରହିଛି । ମନ୍ଦିରଟି ପୂର୍ବ ଦିଗକୁ ମୁହାଁଇଛି । ବନେଶ୍ୱର ମନ୍ଦିର ସୋମବଂଶୀୟ ରାଜାଙ୍କ ଶାସନକାଳରେ ଅର୍ଥାତ ନବମ ଶତାବ୍ଦୀରେ ନିର୍ମିତ ।
* '''ମଇତ୍ରେଶ୍ୱର ମନ୍ଦିର''': ଏହା ପାପନାଶିନୀ ମନ୍ଦିର ପରିସରରେ ଥିବା ମୁଖ୍ୟମନ୍ଦିର । ମନ୍ଦିରବିମାନ ଭାଗ ଏବଂ ଜଗମୋହନର ଉପରଭାଗ ରେଖା ଦେଉଳ ଶୈଳୀରେ ନିର୍ମିତ । ଗର୍ଭଗୃହରେ କୌଣସି ଦେବବିଗ୍ରହ ନାହିଁ । ମନ୍ଦିରର ଉପରଭାଗ ଭଗ୍ନ । କିନ୍ତୁ ନାଗ, ହାତୀ ଏବଂ ନାରୀମୂର୍ତ୍ତି ମନ୍ଦିର କାନ୍ଥରେ ଖୋଦିତ ହୋଇଛନ୍ତି । ଏହା ଗଙ୍ଗବଂଶୀୟ ରାଜାଙ୍କ ଦ୍ୱାରା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ।
* '''ପାପନାଶିନୀ ପୁଷ୍କରିଣୀ''': ମନ୍ଦିର ପରିସରରେ ଥିବା ଏକ ବଡ଼ ପୋଖରୀ । ଏହା ମଧ୍ୟ ପାପନାଶିନୀ କୁଣ୍ଡ ଭାବେ ଜଣା । ପୁଷ୍କରିଣୀଟି ଏକାଦଶ ଶତାବ୍ଦୀରେ ଖନିତ ।
 
== ଚିତ୍ରାବଳୀ ==
<gallery>
File:Papanasini temple.jpg|ଓଡ଼ିଶା ଟୁରିଜିମର ସାଇନବୋର୍ଡ
File:Maitreswar_Temple.jpg|ମଇତ୍ରେଶ୍ୱର ମନ୍ଦିର
File:Maitreswar_Temple_2.jpg|ମଇତ୍ରେଶ୍ୱର ମନ୍ଦିରର ଜଗମୋହନ
File:Lion_sculpture.jpg|ମଇତ୍ରେଶ୍ୱର ମନ୍ଦିର ଭିତ୍ତିରେ ଖୋଦିତ ସିଂହମୂର୍ତ୍ତି
File:Abandoned_Papanasini_tank.jpg|ପାପନାଶିନୀ ପୁଷ୍କରିଣୀ
File:Temple stone carving.jpeg|ମଇତ୍ରେଶ୍ୱର ମନ୍ଦିର ଭିତ୍ତିରେ ଖୋଦିତ ନାରୀମୂର୍ତ୍ତି
File:Shivalinga structure.jpg|ପରିସରରେ ଥିବା ଶିବଲିଙ୍ଗ
</gallery>
 
== ଆଧାର ==
{{ଆଧାର}}
 
[[ଶ୍ରେଣୀ:ହିନ୍ଦୁ ମନ୍ଦିର]]
[[ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର]]