"ଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୧୦ କ ଧାଡ଼ି:
 
==ଇତିହାସ ==
ଗଙ୍ଗବଂଶର ରାଜତ୍ୱ କାଳରେ ଗଙ୍ଗେଶ୍ୱରୀ ଦେଉଳ ତୋଳାଯାଇଥିଲା । ମନ୍ଦିରର ସ୍ଥାପତ୍ୟ ଓ କଳାକୃତି ଅନୁସାରେ ଏହାକୁ ଖ୍ରୀଷ୍ଟୀୟ ୧୩ଶ ଶତାବ୍ଦୀର ମନ୍ଦିର ଭାବେ ଚିହ୍ନଟ କରାଯାଇଛି ।<ref name=":0" /> ଲୋକମାନଙ୍କ ମଧ୍ୟରେ ଗଙ୍ଗେଶ୍ୱରୀ ଦେଉଳ ତୋଳାଯିବାର ବେଶୀ କିଛି କିମ୍ବଦନ୍ତୀ ମିଳେ ନାହିଁ ।<ref name=":1">[https://books.google.co.in/books?id=OXbYAAAAMAAJ Buddhism And Other Religious Cults Of South - East India], Shyam Sunder Tripathy. Sundeep Prakashan, 01-Jan-1988, 446 pages.</ref> ଜନସ୍ମୃତିରେ କେବଳ ଏହି କଥା ଜୀବିତ ରହିଛି ଯେ ଏହି ମନ୍ଦିରଟି [[କୋଣାର୍କ|କୋଣାର୍କର]] [[କୋଣାର୍କ ସୂର୍ଯ୍ୟ ମନ୍ଦିର|ସୂର୍ଯ୍ୟ ମନ୍ଦିର]] ଗଢ଼ାଯିବା ପୂର୍ବରୁ ତାହାର ଏକ କ୍ଷୁଦ୍ର ନକଲ ଭାବେ କରାଯାଇଥିଲା ।<ref>{{cite news |title=ଦ୍ୱିତୀୟ କୋଣାର୍କ ଗଙ୍ଗେଶ୍ୱର ମନ୍ଦିର ପ୍ରତି ଅବିଚାର |url=http://sambadepaper.com/Details.aspx?id=479201&boxid=15135302 |accessdate=30 July 2018 |issue=ସମ୍ବାଦ ୩୦/୦୭/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩}}</ref>
 
ବର୍ତ୍ତମାନ ଦେଉଳର ମୁଖ୍ୟ ପୂଜାରୀ ଭଗବାନ ପଣ୍ଡା ପ୍ରତ୍ୟହ ପୂଜାର୍ଚ୍ଚନା କରୁଛନ୍ତି ।<ref name=":0" />
୨୨ କ ଧାଡ଼ି:
===କଳାକୃତି ===
[[ଫାଇଲ:Barahi (Varahi) at Gangeswari Temple, Bayalisabati.jpg|thumb|ଗଙ୍ଗେଶ୍ୱରୀ ଦେଉଳର ପାର୍ଶ୍ୱଦେବୀ ରୂପେ ବିରାଜିତା ବରାହୀ]]
ଦେଉଳର ଗାତ୍ରରେ ଅନେକ ସୂକ୍ଷ୍ମ କଳାକୃତି ରହିଅଛି କିନ୍ତୁ ଏହି ମଧ୍ୟରୁ ଅଧିକାଂଶ ସମୟକ୍ରମେ ଭାଙ୍ଗିଯାଇଛି କିମ୍ବା ଘଷିହୋଇ ଯାଇଛି । ଗାତ୍ରରେ ଅଷ୍ଟଦିଗପାଳ ଖୋଦିତ ହୋଇଛନ୍ତି । ଏହା ଛଡ଼ା ଚାମୁଣ୍ଡା ଓ ଭୈରବ ମଧ୍ୟ ରହିଛନ୍ତି । ପାର୍ଶ୍ୱଦେବତାଙ୍କ ପାଇଁ ଉଦ୍ଦିଷ୍ଟ ନିଶା ଯାଗାଗୁଡ଼ିକ ମଧ୍ୟରୁ ଦୁଇଟିରେ ଅଧୁନା ବରାହୀ ଓ ଗଣେଶଙ୍କ ଅତି ସୁନ୍ଦର ମୂର୍ତ୍ତି ରହିଛି । ତୃତୀୟଟିରେ ଏକ ଭଗ୍ନ ଅଂଶଟି ରହି ପୂଜା ପାଉଛି । ଏହା ଅପେକ୍ଷାକୃତ କ୍ଷୁଦ୍ର ଓ ମୂଳ ପାର୍ଶ୍ୱଦେବତା ହେଲା ପରି ମନେ ହେଉନାହିଁ ।
 
ବରାହୀଙ୍କ ମୂର୍ତ୍ତିରେ ତାଙ୍କୁ ରକ୍ତପାନ କରୁଥିବା ଭଙ୍ଗୀରେ ଚିତ୍ରିତ କରାଯାଇଛି । ତାଙ୍କର ଚାରିଗୋଟି ହାତ ଅଛି । ଦେବୀ ରକ୍ତପାନ କରିବା ପାଇଁ ଗୋଟିଏ ହାତରେ ପାନପାତ୍ର ଟେକି ଅଧର ପାଖରେ ଧରିଅଛନ୍ତି । ବରାହ ମୁଖରୁ ଜିଭ କାଢ଼ି ରୂପାୟିତ କରାଯାଇଛି । ତାଙ୍କର କେଶ ଅତି ନିଖୁଣ ଭାବରେ ଗୁଚ୍ଛଗୁଚ୍ଛ ଭାବେ ଖୋଦିତ । ତଳ ଦୁଇ ହାତରେ ସେ ବଙ୍କା କଟୁରୀ ଓ ଢାଲ ଧରିଛନ୍ତି । ଉପରେ ଦୁଇପଟେ ବିଦ୍ୟାଧରମାନେ ମାଳ ଧରି ଅଛନ୍ତି । ତଳେ ଉଭୟ ପାଖରେ କ୍ଷୁଦ୍ର ଦୁଇଜଣ ଦ୍ୱିଭୁଜା ବରାହମୁଣ୍ଡି ଦେବୀ ଠିଆହୋଇଛନ୍ତି । ସେମାନେ ମଧ୍ୟ ସମାନ ଭଙ୍ଗୀରେ ରହିଛନ୍ତି ।