"ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ add tag
ଟିକେ ତଥ୍ୟ ଯୋଡିବା
୧ କ ଧାଡ଼ି:
 
ଭାରତର ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା '''ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ ଓ ଅନ୍ୟାନ୍ୟ''' (1985 SCR (3) 844) ମାମଲାରେ ଦିଆଯାଇଥିବା ଫୈସଲା , ଯାହାକି '''ଶାହା ବାନୁ ମାମଲା''' ଭାବେ ମଧ୍ୟ ସାରା ଭାରତରେ ପରିଚିତ, ଭାରତୀୟ ଆଇନ ସଂଦର୍ଭରେ ଭରଣ ପୋଷଣ ମାମଲା ସମ୍ପର୍କିତ ଏକ ବିବାଦାସ୍ପଦ ମାମଲା । ଉକ୍ତ ମାମଲାରେ ଭାରତର ଉଚ୍ଚତମ ନ୍ୟାୟାଳୟ ଜଣେ ତଲାକ ଦିଆଯାଇଥିବା (ଛାଡପତ୍ର) ପୀଡିତା ମୁସଲିମ ମହିଳା ନିଜ ପୂର୍ବତନ ସ୍ୱାମୀଠାରୁ ଭରଣପୋଷଣ ପାଇବା ସପକ୍ଷରେ ରାୟ ଦେଇଥିଲେ । ଏହି ରାୟ ବସ୍ତୁତଃ ଭାରତୀୟଙ୍କ ଦ୍ୱାରା ଆଦୃତ ହେଲେ ବି ଭାରତରେ ରହୁଥିବା ଋଢୀବାଦୀ ମୁସଲିମ ସଂଗଠନ ଏହାର ଘୋର ବିରୋଧ କଲେକରିଥିଲେ । ଭାରତର ତତ୍କାଳୀନ ଜାତୀୟ କଂଗ୍ରେସ ସରକାର ଏହି ଅଳ୍ପସଂଖ୍ୟକ ମୁସଲିମଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଉଚ୍ଚତମ ନ୍ୟାୟାଲୟଙ୍କନ୍ୟାୟାଳୟଙ୍କ ରାୟକୁ ଅକାମୀ କରିଦେବାଭଳି ଆଉ ଏକ ମୁସଲିମ ବ୍ୟକ୍ତିଗତ ଅଧିନିୟମ "The Muslim Women (Protection of Rights on Divorce) Act 1986" କାର୍ଯ୍ୟକାରୀ କରାଇ ଭୀଷଣ ସମାଲୋଚନାର ଶିକାର ହୋଇଥିଲେ ।<ref name="hindu2003">{{cite web|url=http://www.hindu.com/2003/08/10/stories/2003081000221500.htm |title=The Shah Bano legacy |publisher=The Hindu |date=2003-08-10 |accessdate=2018-07-25}}</ref>
== ପୃଷ୍ଠଭୂମି ==
ମଧ୍ୟ ପ୍ରଦେଶ ସ୍ଥିତ ଇନ୍ଦୋର ବାସିନ୍ଦା ମହମ୍ମଦ୍ ଅହମଦ ଖାଁ ନାମକ ଜଣେ ଧନୀ ଆଇନଜୀବୀ ୧୯୩୨ ମସିହାରେ ଶାହା ବାନୁ ନାମ୍ନୀ ଏକ ମୁସଲିମ ମହିଳାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ପାଞ୍ଚୋଟି ସନ୍ତାନ ସନ୍ତତି ଥିଲେ । ବିବାହର ୧୪ ବର୍ଷ ପରେ ମହମ୍ମଦ୍ ଅହମଦ ଖାଁ ଆଉଜଣେ କମ ବୟସର ମହିଳାଙ୍କୁ ନିଜର ଦ୍ୱୀତୀୟ ପତ୍ନୀ ରୂପେ ଗ୍ରହଣ କଲେ । ଉଭୟ ପତ୍ନୀଙ୍କ ସହ କିଛିଦିନ ମିଳିମିଶି ଚଳିବା ପରେ ସ୍ୱାମୀ ଜଣକ ପ୍ରଥମ ପତ୍ନୀ ଶାହା ବାନୁଙ୍କୁ ତଲାକ (ଛାଡପତ୍ର) ଦେଲେ । ପାଞ୍ଚ ସନ୍ତନ ସନ୍ତତିଙ୍କୁ ଧରି ତଲାକର ଶୀକାର ହୋଇଥିବା ଶାହା ବାନୁଙ୍କ ବୟସ ଥିଲା ୬୨ ବର୍ଷ । ସାହା ବାନୁ ଙ୍କ ଅଭିଯୋଗ ଅନୁସାରେ ଖାନଙ୍କ ପ୍ରତିଶୃତି ମୁତାବକ ଯେତେବେଳେ ସେ ତାଙ୍କୁ ଭରଣପୋଷଣ ବାବଦକୁ ମାସିକ ୨୦୦ ଟଙ୍କା ଦେବା ବନ୍ଦ କରିଦେଲେ, ବଞ୍ଚିବାର ଅନ୍ୟ ରାହା ନ ପାଇ ସେ ଇନ୍ଦୋରର ସ୍ଥାନୀୟ ଅଦାଲତରେ ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଧାରା ୧୨୫ ପ୍ରକାରେ ସ୍ୱାମୀଙ୍କ ବିରୁଦ୍ଧରେ ଭରଣ ପୋଷଣ ନିମିତ୍ତ ଏକ ମାମଲା ରୁଜ୍ଜୁ କଲେ ।,<ref name=wronged>{{cite web|last=Khan|first=Saeed|title='My mother was wronged, gravely wronged'|url=http://www.hindustantimes.com/india-news/my-mother-was-wronged-gravely-wronged/article1-767905.aspx|publisher=Hindustan Times|accessdate=25 July 2018|date=11 November 2011}}</ref> ସ୍ୱାମୀ ଅଦାଲତରେ ନିଜ ପକ୍ଷ ରଖିଲେ କି, ସେ ଶାହ ବାନୁଙ୍କୁ ନଭେମ୍ବର ୧୯୭୮ରେ ତଲାକ ଦେଇଦେବା ପରେ ସେ ଆଉ ତାଙ୍କ ସ୍ତ୍ରୀ ନୁହନ୍ତି ଏବଂ ମୁସଲିମ ବ୍ୟକ୍ତିଗତ ଆଇନ ପ୍ରକାରେ ସେ କେବଳ ଇଦ୍ଦତ ବାବଦକୁ ୫୪୦୦ ଟଙ୍କା ପାଇବାକୁ ହକଦାର । ତେବେ ସ୍ଥାନୀୟ ଅଦାଲତ ବାନୋଙ୍କ ପିଟିଶନ ଗ୍ରହଣ କରି ଶାହା ବନୋଙ୍କୁ ମାସିକ ୨୫ ଟଙ୍କା ଭରନ ପୋଷଣ ବାବଦକୁ ଦେବାପାଇଁ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଲେ । ୧ ଜୁଲାଇ ୧୯୮୦ରେ ବାନୁ ଏହି ମାମଲାରେ ଭରଣପୋଷଣ ଟଙ୍କାର ପରିମାଣରେ ସନ୍ତୁଷ୍ଟ ନ ହୋଇ ଏକ ରିଭିଜନ ଦାଖଲ କରନ୍ତେ, ମଧ୍ୟ ପ୍ରଦେଶ ଊଚ୍ଚ ନ୍ୟାୟାଳୟ ଏହି ଭରଣ ପୋଷଣ ରାଶି ବୃଦ୍ଧି କରି ୧୭୯ ଟଙ୍କା ୨୦ ପଇସା କଲେ । ଏହା ପରେ ଖାନ ଉଚ୍ଚତମ ନ୍ୟାୟାଳୟରେ ଏକ ଅପିଲ କରି ପକ୍ଷ ରଖିଲେ ଯେ ଦ୍ୱୀତୀୟ ବିବାହ କରିବା ପରେ ମୁସଲିମ ବ୍ୟକ୍ତିଗତ ଆଇନ ଅନୁସାରେ ସେ ପ୍ରଥମ ପତ୍ନୀଙ୍କୁ ଭରଣ ପୋଷଣ ଦେବାପାଇଁ ଆଇନତଃ ବାଧ୍ୟ ନୁହନ୍ତି ।{{sfn|Seyla Benhabib|2002|p=91-92}}<ref name=judgment>{{cite journal|title=Mohd. Ahmed Khan and Shah Bano Begum and Others|journal=Supreme Court Reports|date=23 April 1985|volume=3|series=1985|page=844|url=http://indiankanoon.org/doc/823221/}}</ref>