"ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ପୃଷ୍ଠଭୂମି |
Hpsatapathy (ଆଲୋଚନା | ଅବଦାନ) ବନାନ ଶୁଦ୍ଧି |
||
୨ କ ଧାଡ଼ି:
ଭାରତର ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା '''ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ''' (1985 SCR (3) 844) ମାମଲାରେ ଦିଆଯାଇଥିବା ଫୈସଲା , ଯାହାକି '''ଶାହା ବାନୁ ମାମଲା''' ଭାବେ ମଧ୍ୟ ସାରା ଭାରତରେ ପରିଚିତ, ଭାରତୀୟ ଆଇନ ସଂଦର୍ଭରେ ଭରଣ ପୋଷଣ ମାମଲା ସମ୍ପର୍କିତ ଏକ ବିବାଦାସ୍ପଦ ମାମଲା । ଉକ୍ତ ମାମଲାରେ ଭାରତର ଉଚ୍ଚତମ ନ୍ୟାୟାଳୟ ଜଣେ ତଲାକ ଦିଆଯାଇଥିବା (ଛାଡପତ୍ର) ପୀଡିତା ମୁସଲିମ ମହିଳା ସ୍ୱାମୀଠାରୁ ଭରଣପୋଷଣ ପାଇବା ସପକ୍ଷରେ ରାୟ ଦେଇଥିଲେ । ଏହି ରାୟ ବସ୍ତୁତଃ ଭାରତୀୟଙ୍କ ଦ୍ୱାରା ଆଦୃତ ହେଲେ ବି ଭାରତରେ ରହୁଥିବା ଋଢୀବାଦୀ ମୁସଲିମ ସଂଗଠନ ଏହାର ଘୋର ବିରୋଧ କଲେ । ଭାରତର ତତ୍କାଳୀନ ଜାତୀୟ କଂଗ୍ରେସ ସରକାର ଏହି ଅଳ୍ପସଂଖ୍ୟକ ମୁସଲିମଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଉଚ୍ଚତମ ନ୍ୟାୟାଲୟଙ୍କ ରାୟକୁ ଅକାମୀ କରିଦେବାଭଳି ଆଉ ଏକ ମୁସଲିମ ବ୍ୟକ୍ତିଗତ ଅଧିନିୟମ କାର୍ଯ୍ୟକାରୀ କରାଇ ଭୀଷଣ ସମାଲୋଚନାର ଶିକାର ହୋଇଥିଲେ ।<ref name="hindu2003">{{cite web|url=http://www.hindu.com/2003/08/10/stories/2003081000221500.htm |title=The Shah Bano legacy |publisher=The Hindu |date=2003-08-10 |accessdate=2018-07-25}}</ref>
== ପୃଷ୍ଠଭୂମି ==
ମଧ୍ୟ ପ୍ରଦେଶ ସ୍ଥିତ ଇନ୍ଦୋର ବାସିନ୍ଦା ମହମ୍ମଦ୍ ଅହମଦ ଖାଁ ନାମକ ଜଣେ ଧନୀ ଆଇନଜୀବୀ ୧୯୩୨ ମସିହାରେ ଶାହା ବାନୁ ନାମ୍ନୀ ଏକ ମୁସଲିମ ମହିଳାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ପାଞ୍ଚୋଟି ସନ୍ତାନ ସନ୍ତତି ଥିଲେ । ବିବାହର ୧୪ ବର୍ଷ ପରେ ମହମ୍ମଦ୍ ଅହମଦ ଖାଁ ଆଉଜଣେ କମ ବୟସର ମହିଳାଙ୍କୁ ନିଜର ଦ୍ୱୀତୀୟ ପତ୍ନୀ ରୂପେ ଗ୍ରହଣ କଲେ । ଉଭୟ ପତ୍ନୀଙ୍କ ସହ କିଛିଦିନ ମିଳିମିଶି ଚଳିବା ପରେ ସ୍ୱାମୀ ଜଣକ ପ୍ରଥମ ପତ୍ନୀ ଶାହା ବାନୁଙ୍କୁ ତଲାକ (ଛାଡପତ୍ର) ଦେଲେ । ପାଞ୍ଚ ସନ୍ତନ ସନ୍ତତିଙ୍କୁ ଧରି ତଲାକର ଶୀକାର ହୋଇଥିବା ଶାହା ବାନୁଙ୍କ ବୟସ ଥିଲା ୬୨ ବର୍ଷ । ସାହା ବାନୁ ଙ୍କ ଅଭିଯୋଗ ଅନୁସାରେ ଖାନଙ୍କ ପ୍ରତିଶୃତି ମୁତାବକ ଯେତେବେଳେ ସେ ତାଙ୍କୁ ଭରଣପୋଷଣ ବାବଦକୁ ମାସିକ ୨୦୦ ଟଙ୍କା ଦେବା ବନ୍ଦ କରିଦେଲେ, ବଞ୍ଚିବାର ଅନ୍ୟ ରାହା ନ ପାଇ ସେ ଇନ୍ଦୋରର ସ୍ଥାନୀୟ ଅଦାଲତରେ
== ଅଦାଲତଙ୍କ ରାୟ ==
|