"ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ ବନାନ ଶୁଦ୍ଧି |
Hpsatapathy (ଆଲୋଚନା | ଅବଦାନ) ଟିକେ →ପୃଷ୍ଠଭୂମି |
||
୨ କ ଧାଡ଼ି:
ଭାରତର ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା '''ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ''' (1985 SCR (3) 844) ମାମଲାରେ ଦିଆଯାଇଥିବା ଫୈସଲା , ଯାହାକି '''ଶାହା ବାନୁ ମାମଲା''' ଭାବେ ମଧ୍ୟ ସାରା ଭାରତରେ ପରିଚିତ, ଭାରତୀୟ ଆଇନ ସଂଦର୍ଭରେ ଭରଣ ପୋଷଣ ମାମଲା ସମ୍ପର୍କିତ ଏକ ବିବାଦାସ୍ପଦ ମାମଲା । ଉକ୍ତ ମାମଲାରେ ଭାରତର ଉଚ୍ଚତମ ନ୍ୟାୟାଳୟ ଜଣେ ତଲାକ ଦିଆଯାଇଥିବା (ଛାଡପତ୍ର) ପୀଡିତା ମୁସଲିମ ମହିଳା ସ୍ୱାମୀଠାରୁ ଭରଣପୋଷଣ ପାଇବା ସପକ୍ଷରେ ରାୟ ଦେଇଥିଲେ । ଏହି ରାୟ ବସ୍ତୁତଃ ଭାରତୀୟଙ୍କ ଦ୍ୱାରା ଆଦୃତ ହେଲେ ବି ଭାରତରେ ରହୁଥିବା ଋଢୀବାଦୀ ମୁସଲିମ ସଂଗଠନ ଏହାର ଘୋର ବିରୋଧ କଲେ । ଭାରତର ତତ୍କାଳୀନ ଜାତୀୟ କଂଗ୍ରେସ ସରକାର ଏହି ଅଳ୍ପସଂଖ୍ୟକ ମୁସଲିମଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଉଚ୍ଚତମ ନ୍ୟାୟାଲୟଙ୍କ ରାୟକୁ ଅକାମୀ କରିଦେବାଭଳି ଆଉ ଏକ ମୁସଲିମ ବ୍ୟକ୍ତିଗତ ଅଧିନିୟମ କାର୍ଯ୍ୟକାରୀ କରାଇ ଭୀଷଣ ସମାଲୋଚନାର ଶିକାର ହୋଇଥିଲେ ।<ref name="hindu2003">{{cite web|url=http://www.hindu.com/2003/08/10/stories/2003081000221500.htm |title=The Shah Bano legacy |publisher=The Hindu |date=2003-08-10 |accessdate=2018-07-25}}</ref>
== ପୃଷ୍ଠଭୂମି ==
ମଧ୍ୟ ପ୍ରଦେଶ ସ୍ଥିତ ଇନ୍ଦୋର ବାସିନ୍ଦା ମହମ୍ମଦ୍ ଅହମଦ ଖାଁ ନାମକ ଜଣେ ଧନୀ ଆଇନଜୀବୀ ୧୯୩୨ ମସିହାରେ ଶାହା ବାନୁ ନାମ୍ନୀ ଏକ ମୁସଲିମ ମହିଳାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ପାଞ୍ଚୋଟି ସନ୍ତାନ ସନ୍ତତି ଥିଲେ । ବିବାହର ୧୪ ବର୍ଷ ପରେ ମହମ୍ମଦ୍ ଅହମଦ ଖାଁ ଆଉଜଣେ କମ ବୟସର ମହିଳାଙ୍କୁ ନିଜର ଦ୍ୱୀତୀୟ ପତ୍ନୀ ରୂପେ ଗ୍ରହଣ କଲେ । ଉଭୟ ପତ୍ନୀଙ୍କ ସହ କିଛିଦିନ ମିଳିମିଶି ଚଳିବା ପରେ ସ୍ୱାମୀ ଜଣକ ପ୍ରଥମ ପତ୍ନୀ ଶାହା ବାନୁଙ୍କୁ ତଲାକ (ଛାଡପତ୍ର) ଦେଲେ । ପାଞ୍ଚ ସନ୍ତନ ସନ୍ତତିଙ୍କୁ ଧରି ତଲାକର ଶୀକାର ହୋଇଥିବା ଶାହା
== ଅଦାଲତଙ୍କ ରାୟ ==
୩ ଫେବୃଆରୀ ୧୯୮୧ରେ ଉଚ୍ଚତମ ନ୍ୟ୍ୟୟାଳୟର ଜଷ୍ଟିସ ସୟୀଦ ମୁର୍ତାଜ ଫଜଲ ଅଲ୍ଲୀ ଏବଂ ଜଷ୍ଟିସ ଏ ବରଦାରାଜନ ଙ୍କୁ ନେଇ ଦୁଇଜଣିଆ ଖଣ୍ଡପୀଠ ପ୍ରଥମେ ଏହାର ଶୁଣାଣି କରି ମତ ପୋଷଣ କଲେ ଯେ ୧୨୫ ଧାରା ମୁସଲମାନ ମହିଳା କ୍ଷେତ୍ରରେ ମଧ୍ୟ ଲାଗୁ ହେବ । ତେବେ ଉକ୍ତ ମାମଲାରେ ମୂଳ ଆଇନର ବ୍ୟାଖ୍ୟା ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ଦ୍ୱନ୍ଦର ସମାଧାନ ନିମିତ ଏହା ଏକ ବୃହତ୍ତର ଖଣ୍ଡପୀଠ ଶୁଣାଣି କରିବା ଦରକାର ବୋଲି ତାଙ୍କ ରାୟରେ ଉଲ୍ଲେଖ କଲେ । ପରେ ପରେ ଉକ୍ତ ମାମଲାରେ ସର୍ବ ଭାରତୀୟ ମୁସଲିମ ପର୍ସନାଲ ଲା ବୋର୍ଡ ଏବଂ ଜାମିଆତ ଉଲେମା ଇ ହିନ୍ଦ ଉଭୟେ ମଧ୍ୟସ୍ଥ ଭାବେ ଉକ୍ତ ମାମଲାରେ ଯୋଗ ଦେଲେ । ମାମଲାଟିର ପରେ ଉଚ୍ଚତମ ନ୍ୟାୟାଳୟର ତତକାଳୀନ ମୁଖ୍ୟ ବିଚାରପତି ୱାଇ ଭି ଚନ୍ଦ୍ରଚୂଡ, ଜଗନ୍ନାଥ ମିଶ୍ର, ଡି ଏ ଦେଶାଇ, ଓ ଚିନ୍ନାପା ରେଡ୍ଡି ଏବଂ ଇ ଏସ୍ ଭେକେଟରାମିୟା ଙ୍କୁ ନେଇ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠରେ ଶୁଣାଣି ହେଲା । ୨୩ ଅପ୍ରେଲ ୧୯୮୫ରେ ଉଚ୍ଚତମ ନ୍ୟାୟାଳୟଙ୍କ ଏହି ପାଞ୍ଚଜଣିଆ ଖଣ୍ଡପୀଠ ଅଧସ୍ତନ ଅଦାଲତଙ୍କ ରାୟକୁ କାଏମ ରଖିବା ସହ ବାନୁଙ୍କ ସ୍ୱାମୀ କରିଥିବା ଅପିଲ ଅଗ୍ରାହ୍ୟ କଲେ ।<ref name=judgment>{{cite journal|title=Mohd. Ahmed Khan and Shah Bano Begum and Others|journal=Supreme Court Reports|date=23 April 1985|volume=3|series=1985|page=844|url=http://indiankanoon.org/doc/823221/}}</ref>
|