"ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ଯୋଡିବା
ଟିକେNo edit summary
୧ କ ଧାଡ଼ି:
 
ଭାରତର ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା '''ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୋବାନୁ ବେଗମ''' (1985 SCR (3) 844) ମାମଲାରେ ଦିଆଯାଇଥିବା ଫୈସଲା , ଯାହାକି '''ଶାହା ବାନୋବାନୁ ମାମଲା''' ଭାବେ ମଧ୍ୟ ସାରା ଭାରତରେ ପରିଚିତ, ଭାରତୀୟ ଆଇନ ସଂଦର୍ଭରେ ଭରଣ ପୋଷଣ ମାମଲା ସମ୍ପର୍କିତ ଏକ ବିବାଦାସ୍ପଦ ମାମଲା । ଉକ୍ତ ମାମଲାରେ ଭାରତର ଉଚ୍ଚତମ ନ୍ୟାୟାଳୟ ଜଣେ ତଲାକ ଦିଆଯାଇଥିବା (ଛାଡପତ୍ର) ପୀଡିତା ମୁସଲିମ ମହିଳା ସ୍ୱାମୀଠାରୁ ଭରଣପୋଷଣ ପାଇବା ସପକ୍ଷରେ ରାୟ ଦେଇଥିଲେ । ଏହି ରାୟ ବସ୍ତୁତଃ ଭାରତୀୟଙ୍କ ଦ୍ୱାରା ଆଦୃତ ହେଲେ ବି ଭାରତରେ ରହୁଥିବା ଋଢୀବାଦୀ ମୁସଲିମ ସଂଗଠନ ଏହାର ଘୋର ବିରୋଧ କଲେ । ଭାରତର ତତ୍କାଳୀନ ଜାତୀୟ କଂଗ୍ରେସ ସରକାର ଏହି ଅଳ୍ପସଂଖ୍ୟକ ମୁସଲିମଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଉଚ୍ଚତମ ନ୍ୟାୟାଲୟଙ୍କ ରାୟକୁ ଅକାମୀ କରିଦେବାଭଳି ଆଉ ଏକ ମୁସଲିମ ବ୍ୟକ୍ତିଗତ ଅଧିନିୟମ କାର୍ଯ୍ୟକାରୀ କରାଇ ଭୀଷଣ ସମାଲୋଚନାର ଶିକାର ହୋଇଥିଲେ ।<ref name="hindu2003">{{cite web|url=http://www.hindu.com/2003/08/10/stories/2003081000221500.htm |title=The Shah Bano legacy |publisher=The Hindu |date=2003-08-10 |accessdate=2018-07-25}}</ref>
== ପୃଷ୍ଠଭୂମି ==
ମଧ୍ୟ ପ୍ରଦେଶ ସ୍ଥିତ ଇନ୍ଦୋର ବାସିନ୍ଦା ମହମ୍ମଦ୍ ଅହମଦ ଖାଁ ନାମକ ଜଣେ ଧନୀ ଆଇନଜୀବୀ ୧୯୩୨ ମସିହାରେ ଶାହା ବାନୋବାନୁ ନାମ୍ନୀ ଏକ ମୁସଲିମ ମହିଳାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ପାଞ୍ଚୋଟି ସନ୍ତାନ ସନ୍ତତି ଥିଲେ । ବିବାହର ୧୪ ବର୍ଷ ପରେ ମହମ୍ମଦ୍ ଅହମଦ ଖାଁ ଆଉଜଣେ କମ ବୟସର ମହିଳାଙ୍କୁ ନିଜର ଦ୍ୱୀତୀୟ ପତ୍ନୀ ରୂପେ ଗ୍ରହଣ କଲେ । ଉଭୟ ପତ୍ନୀଙ୍କ ସହ କିଛିଦିନ ମିଳିମିଶି ଚଳିବା ପରେ ସ୍ୱାମୀ ଜଣକ ପ୍ରଥମ ପତ୍ନୀ ଶାହା ବାନୋଙ୍କୁବାନୁଙ୍କୁ ତଲାକ (ଛାଡପତ୍ର) ଦେଲେ । ପାଞ୍ଚ ସନ୍ତନ ସନ୍ତତିଙ୍କୁ ଧରି ତଲାକର ଶୀକାର ହୋଇଥିବା ଶାହା ବାନୋଙ୍କ ବୟସ ଥିଲା ୬୨ ବର୍ଷ । ସାହା ବାନୋଙ୍କ ଅଭିଯୋଗ ଅନୁସାରେ ଖାନଙ୍କ ପ୍ରତିଶୃତି ମୁତାବକ ଯେତେବେଳେ ସେ ସାହା ବାନୋଙ୍କୁ ମାସିକ ଭରଣପୋଷଣ ଭତ୍ତା ୨୦୦ ଟଙ୍କା ଦେବା ବନ୍ଦ କରିଦେଲେ, ବଞ୍ଚିବାର ଅନ୍ୟ ରାହା ନ ପାଇ ସେ ଇନ୍ଦୋରର ସ୍ଥାନୀୟ ଅଦାଲତରେ ୧୨୫ ସି ଆର୍ ପି ସିର ଧାରା ୧୨୫ ପ୍ରକାରେ ସ୍ୱାମୀଙ୍କ ବିରୁଦ୍ଧରେ ଭରଣ ପୋଷଣ ନିମିତ୍ତ ଏକ ମାମଲା ରୁଜ୍ଜୁ କଲେ ।,<ref name=wronged>{{cite web|last=Khan|first=Saeed|title='My mother was wronged, gravely wronged'|url=http://www.hindustantimes.com/india-news/my-mother-was-wronged-gravely-wronged/article1-767905.aspx|publisher=Hindustan Times|accessdate=25 July 2018|date=11 November 2011}}</ref> ସ୍ୱାମୀ ଅଦାଲତରେ ନିଜ ପକ୍ଷ ରଖିଲେ କି, ସେ ଶାହ ବାନୋଙ୍କୁବାନୁଙ୍କୁ ନଭେମ୍ବର ୧୯୭୮ରେ ତଲାକ ଦେଇଦେବା ପରେ ସେ ଆଉ ତାଙ୍କ ସ୍ତ୍ରୀ ନୁହନ୍ତି ଏବଂ ମୁସଲିମ ବ୍ୟକ୍ତିଗତ ଆଇନ ପ୍ରକାରେ ସେ କେବଳ ଇଦ୍ଦତ ବାବଦକୁ ୫୪୦୦ ଟଙ୍କା ପାଇବାକୁ ହକଦାର । ତେବେ ସ୍ଥାନୀୟ ଅଦାଲତ ବାନୋଙ୍କ ପିଟିଶନ ଗ୍ରହଣ କରି ଶାହା ବନୋଙ୍କୁ ମାସିକ ୨୫ ଟଙ୍କା ଭରନ ପୋଷଣ ବାବଦକୁ ଦେବାପାଇଁ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଲେ । ୧ ଜୁଲାଇ ୧୯୮୦ରେ ବନ୍ନୋବାନୁ ଏହି ମାମଲାରେ ଭରଣପୋଷଣ ଟଙ୍କାର ପରିମାଣରେ ସନ୍ତୁଷ୍ଟ ନ ହୋଇ ଏକ ରିଭିଜନ ଦାଖଲ କରନ୍ତେ, ମଧ୍ୟ ପ୍ରଦେଶ ଊଚ୍ଚ ନ୍ୟାୟାଳୟ ଏହି ଭରଣ ପୋଷଣ ରାଶି ବୃଦ୍ଧି କରି ୧୭୯ ଟଙ୍କା ୨୦ ପଇସା କଲେ । ଏହା ପରେ ଖାନ ଉଚ୍ଚତମ ନ୍ୟାୟାଳୟରେ ଏକ ଅପିଲ କରି ପକ୍ଷ ରଖିଲେ ଯେ ଦ୍ୱୀତୀୟ ବିବାହ କରିବା ପରେ ମୁସଲିମ ବ୍ୟକ୍ତିଗତ ଆଇନ ଅନୁସାରେ ସେ ପ୍ରଥମ ପତ୍ନୀଙ୍କୁ ଭରଣ ପୋଷଣ ଦେବାପାଇଁ ଆଇନତଃ ବାଧ୍ୟ ନୁହନ୍ତି ।{{sfn|Seyla Benhabib|2002|p=91-92}}<ref name=judgment>{{cite journal|title=Mohd. Ahmed Khan and Shah Bano Begum and Others|journal=Supreme Court Reports|date=23 April 1985|volume=3|series=1985|page=844|url=http://indiankanoon.org/doc/823221/}}</ref>
== ଅଦାଲତଙ୍କ ରାୟ ==
୩ ଫେବୃଆରୀ ୧୯୮୧ରେ ଉଚ୍ଚତମ ନ୍ୟ୍ୟୟାଳୟର ଜଷ୍ଟିସ Syed Murtaza Fazl Ali ଏବଂ ଜଷ୍ଟିସ A. Varadarajan ଙ୍କୁ ନେଇ ଦୁଇଜଣିଆ ଖଣ୍ଡପୀଠ ପ୍ରଥମେ ଏହାର ଶୁଣାଣି କରି ମତ ପୋଷଣ କଲେ ଯେ ୧୨୫ ଧାରା ମୁସଲମାନ ମହିଳା କ୍ଷେତ୍ରରେ ମଧ୍ୟ ଲାଗୁ ହେବ । ତେବେ ଉକ୍ତ ମାମଲାରେ ମୂଳ ଆଇନର ବ୍ୟାଖ୍ୟା ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ଦ୍ୱନ୍ଦର ସମାଧାନ ନିମିତ ଏହା ଏକ ବୃହତ୍ତର ଖଣ୍ଡପୀଠ ଶୁଣାଣି କରିବା ଦରକାର ବୋଲି ତାଙ୍କ ରାୟରେ ଉଲ୍ଲେଖ କଲେ । ପରେ ପରେ ଉକ୍ତ ମାମଲାରେ ସର୍ବ ଭାରତୀୟ ମୁସଲିମ ପର୍ସନାଲ ଲା ବୋର୍ଡ ଏବଂ ଜାମିଆତ ଉଲେମା ଇ ହିନ୍ଦ ଉଭୟେ ମଧ୍ୟସ୍ଥ ଭାବେ ଉକ୍ତ ମାମଲାରେ ଯୋଗ ଦେଲେ । ମାମଲାଟିର ପରେ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ Justice [[Y. V. Chandrachud|Chandrachud]], Jangnath Misra, D. A. Desai, [[O. Chinnappa Reddy]], and E. S. Venkataramiah ଙ୍କୁ ନେଇ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠରେ ଶୁଣାଣି ହେଲା । ୨୩ ଅପ୍ରେଲ ୧୯୮୫ରେ ଉଚ୍ଚତମ ନ୍ୟାୟାଳୟଙ୍କ ଏହି ପାଞ୍ଚଜଣିଆ ଖଣ୍ଡପୀଠ ଅଧସ୍ତନ ଅଦାଲତଙ୍କ ରାୟକୁ କାଏମ ରଖିବା ସହ ବନ୍ନୋଙ୍କ ସ୍ୱାମୀ କରିଥିବା ଅପିଲ ଅଗ୍ରାହ୍ୟ କଲେ ।<ref name=judgment>{{cite journal|title=Mohd. Ahmed Khan and Shah Bano Begum and Others|journal=Supreme Court Reports|date=23 April 1985|volume=3|series=1985|page=844|url=http://indiankanoon.org/doc/823221/}}</ref>
୮ କ ଧାଡ଼ି:
ଉଚ୍ଚତମ ନ୍ୟାୟାଳୟ ଉକ୍ତ ରାୟରେ ଉଲ୍ଲେଖ କଲେ କି ୧୨୫ ଧାରା ଏବଂ ମୁସଲିମ ପରସନାଲ ଆଇନରେ ଥିବା ଭରଣ ପୋଷଣ ସମ୍ବନ୍ଧୀୟ ପ୍ରବଧାନରେ କୌଣସି ମତଭେଦ ବା ଦ୍ୱନ୍ଦ ନାହିଁ । ଏଥି ସହିତ ଉକ୍ତ ରାୟରେ କୋରାନର ଉଲ୍ଲେଖ କରି କୁହାଗଲା ଯେ କୋରାନର ବାଣୀ ଅନୁସାରେ ମଧ୍ୟ ତଲାକ ଦିଆଯାଇଥିବା ଏବଂ ଅନ୍ୟ କୌଣସି ରାହା ନ ଥିବା ଏକ ସ୍ତ୍ରୀର ଭରଣପୋଷଣ ଦାୟୀତ୍ୱ ସେହି ସ୍ୱାମୀ ଉପରେ ନ୍ୟସ୍ତ ଅଟେ ।
 
ଶାହା ବାନ୍ନୋଙ୍କବାନୁଙ୍କ ଏହି ମାମଲାରେ ଅନ୍ତିମ ରାୟ ଆସିବାକୁ ପ୍ରାୟ ସାତବର୍ଷ ସମୟ ଲାଗିଗଲା । ଉଚ୍ଚତମ ନ୍ୟାୟାଳୟ ୧୨୫ ଧରାର ପ୍ରଜୁଯ୍ୟତା ସମ୍ପର୍କରେ ଏହି କଥା ସ୍ପଷ୍ଟ କଲେ ଯେ ଜାତି ବର୍ଣ୍ନ ଧର୍ମ ନିର୍ବିଶେଷରେ ଏହି ପ୍ରାବଧାନ ସମସ୍ତ ଭାରତବାସୀଙ୍କ ପାଇଁ ପ୍ରଜୁଯ୍ୟ ।
 
== ଆଧାର ==