"ଉଇକିପିଡ଼ିଆ:ଆଲୋଚନା ସଭା/Archive 1" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୨୭ କ ଧାଡ଼ି:
== ଓଡ଼ିଶା ସରକାର ଓ ସି.ଆଇ.ଏସ. ସହ MoU ବିଷୟରେ ସୂଚନା ==
 
୨୦୧୭ ଜୁଲାଇ ମାସରେ ଓଡ଼ିଶା ସରକାର ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପର ୱେବସାଇଟକୁ ପ୍ରଥମ ଥର ପାଇଁ ଏକ ମୁକ୍ତ ଲାଇସେନ୍ସ ଆଣିଥିଲେ, ଏହାଦ୍ଵାରା ୱେବସାଇଟରେ ଥିବା ସମସ୍ତ ଫୋଟୋକୁ ଉଇକିମିଡ଼ିଆ କମନ୍ସରେ ଅପଲୋଡ କରାଯାଇପାରିଥିଲା, ପରେ ଏହି ଫୋଟୋଗୁଡ଼ିକ ଖେଳାଳିଙ୍କ ଉପରେ ବିଭିନ୍ନ ଭାଷାରେ ଥିବା ଉଇକିପିଡ଼ିଆ ଲେଖା ଗୁଡ଼ିକରେ ମଧ୍ୟ ବ୍ୟବହାର ହେଇଛି । ଏହି ପ୍ରକଳ୍ପ ପରେ ସେପ୍ଟେମ୍ବର ୨୦୧୭, ଜାନୁଆରୀ ୨୦୧୮ ଓ ଏପ୍ରିଲ ୨୦୧୮ରେ ସରକାରଙ୍କ ଅନ୍ୟ କିଛି ବିଭାଗ ଏହି ଲାଇସେନ୍ସଟିକୁ ଆପଣେଇ ଥିଲେ ଓ ସେହି ବିଭାଗର ୱେବସାଇଟମାନଙ୍କୁ କ୍ରିୟେଟିଭ କମନ୍ସ ଆଟ୍ରିବୁସନ ୪.o ଲାଇସେନ୍ସରେ ଆଣିଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅଫିସ, InPR ବିଭାଗ ସମେତ ୫ଟି ବିଭାଗର ୭ଟି ୱେବସାଇଟ ଏହି ଲାଇସେନ୍ସକୁ ବ୍ୟବହାର କରୁଛନ୍ତି । ଏହି ୧୨ ମାସ ଭିତରେ ୪୬୨ଟି ଫାଇଲ ଉଇକିମିଡ଼ିଆ କମନ୍ସରେ ଅପଲୋଡ ହେଇଛି ଓ ସେହି ଭିତରୁ ୬୭.୩% ଫାଇଲ ବିଭିନ୍ନ ଉଇକି ପ୍ରକଳ୍ପରେ ବ୍ୟବହାର ହେଇଛି ଓ ଉଇକିପିଡ଼ିଆରେ ବ୍ୟବହାର ହେଇଥିବା ଫାଇଲକୁ [https://tools.wmflabs.org/glamtools/glamorous/?mode=category&text=Content%20donated%20by%20Government%20of%20Odisha&depth=1&pageviews=1&month=2017-06%7C2018-07 ୯୦ ଲକ୍ଷ୍ଲକ୍ଷ] ଥର ଦେଖାଯାଇଛି ।
 
ସରକାର ଏହି ପ୍ରକଳ୍ପକୁ ଏକ ପଲିସି ଭାବେ ଆଣିବାକୁ ଚାହୁଁଛି ଯାହା ଦ୍ଵାରା ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ କ୍ରିୟେଟିଭ କମନ୍ସ ଆଟ୍ରିବୁସନ ୪.o ଲାଇସେନ୍ସରେ ଆପଣେଇବେ । ଏଥିପାଇଁ ସି.ଆଇ.ଏସ. ଭାରତରେ କ୍ରିଏଟିଭ କମନ୍ସର ଏକ ସହଯୋଗୀ ହେଇଥିବାରୁ ଓଡ଼ିଶା ସରକାର ଓ ସି.ଆଇ.ଏସ. ସହ MoU କରିବାକୁ ଚାହୁଁଛି । ଏହି MoUରେ କ୍ରିଏଟିଭ କମନ୍ସକୁ ଏକ ପଲିସି ଭାବେ ଆଣିବାରେ ଆମେ ସହାୟତା କରିବୁ । ଆମେ ସରକାରକୁ ଓଡ଼ିଆ ଭାଷାର ଡିଜିଟାଲ ସଚେତନତା ବଢେଇବା ପାଇଁ ଗୋଟେ ପ୍ରୋପୋଜାଲ ଦେବାର ଯୋଜନା କରୁଛୁ, ଯେଉଁଥିରେ ଉଇକିପିଡ଼ିଆ ଭଳିଆ ପ୍ରକଳ୍ପ, ଇନ୍ଟରନେଟରେ ଓଡ଼ିଆ ଭାଷାର ବ୍ୟବହାର କରିବାରେ ଲୋକଙ୍କୁ ସହାୟତା କରିହେବ ସେହି ଯୋଜନା କରୁଛୁ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କିଛି ମତ ଦିଅନ୍ତୁ ଓ କିପରି ଆମେ ଏହାକୁ ଏକ ସଫଳ ପ୍ରକଳ୍ପ ଭାବେ କରିପାରିବୁ ସେଥିପାଇଁ ଆମକୁ ସହାୟତା କରନ୍ତୁ । --[[ବ୍ୟବହାରକାରୀ:Saileshpat|Saileshpat]] ([[ବ୍ୟବହାରକାରୀଙ୍କ ଆଲୋଚନା:Saileshpat|ମୋ ଆଲୋଚନା]]) ୧୯:୩୩, ୧ ଜୁଲାଇ ୨୦୧୮ (IST)