"ଉଇକିପିଡ଼ିଆ:ଆଲୋଚନା ସଭା/Archive 1" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୨୭ କ ଧାଡ଼ି:
== ଓଡ଼ିଶା ସରକାର ଓ ସି.ଆଇ.ଏସ. ସହ MoU ବିଷୟରେ ସୂଚନା ==
 
୨୦୧୭ ଜୁଲାଇ ମାସରେ ଓଡ଼ିଶା ସରକାର ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପର ୱେବସାଇଟକୁ ପ୍ରଥମ ଥର ପାଇଁ ଏକ ମୁକ୍ତ ଲାଇସେନ୍ସ ଆଣିଥିଲେ, ଏହାଦ୍ଵାରା ୱେବସାଇଟରେ ଥିବା ସମସ୍ତ ଫୋଟୋକୁ ଉଇକିମିଡ଼ିଆ କମନ୍ସରେ ଅପଲୋଡ କରାଯାଇପାରିଥିଲା, ପରେ ଏହି ଫୋଟୋଗୁଡ଼ିକ ଖେଳାଳିଙ୍କ ଉପରେ ବିଭିନ୍ନ ଭାଷାରେ ଥିବା ଉଇକିପିଡ଼ିଆ ଲେଖା ଗୁଡ଼ିକରେ ମଧ୍ୟ ବ୍ୟବହାର ହେଇଛି । ଏହି ପ୍ରକଳ୍ପ ପରେ ସେପ୍ଟେମ୍ବର ୨୦୧୭, ଜାନୁଆରୀ ୨୦୧୮ ଓ ଏପ୍ରିଲ ୨୦୧୮ରେ ସରକାରଙ୍କ ଅନ୍ୟ କିଛି ବିଭାଗ ଏହି ଲାଇସେନ୍ସଟିକୁ ଆପଣେଇ ଥିଲେ ଓ ସେହି ବିଭାଗର ୱେବସାଇଟମାନଙ୍କୁ କ୍ରିୟେଟିଭ କମନ୍ସ ଆଟ୍ରିବୁସନ ୪.o ଲାଇସେନ୍ସରେ ଆଣିଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅଫିସ, InPR ବିଭାଗ ସମେତ ୫ଟି ବିଭାଗର ୭ଟି ୱେବସାଇଟ ଏହି ଲାଇସେନ୍ସକୁ ବ୍ୟବହାର କରୁଛନ୍ତି । ଏହି ୧୨ ମାସ ଭିତରେ ୪୬୨ଟି ଫାଇଲ ଉଇକିମିଡ଼ିଆ କମନ୍ସରେ ଅପଲୋଡ ହେଇଛି ଓ ସେହି ଭିତରୁ ୬୭.୩% ଫାଇଲ ବିଭିନ୍ନ ଉଇକି ପ୍ରକଳ୍ପରେ ବ୍ୟବହାର ହେଇଛି ଓ ଉଇକିପିଡ଼ିଆରେ ବ୍ୟବହାର ହେଇଥିବା ଫାଇଲକୁ [https://tools.wmflabs.org/glamtools/glamorous/?mode=category&text=Content%20donated%20by%20Government%20of%20Odisha&depth=1&pageviews=1&month=2017-06%7C2018-07 ୯୦ ଲକ୍ଷ୍ୟଲକ୍ଷ୍] ଥର ଦେଖାଯାଇଛି ।
 
ସରକାର ଏହି ପ୍ରକଳ୍ପକୁ ଏକ ପଲିସି ଭାବେ ଆଣିବାକୁ ଚାହୁଁଛି ଯାହା ଦ୍ଵାରା ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ କ୍ରିୟେଟିଭ କମନ୍ସ ଆଟ୍ରିବୁସନ ୪.o ଲାଇସେନ୍ସରେ ଆପଣେଇବେ । ଏଥିପାଇଁ ସି.ଆଇ.ଏସ. ଭାରତରେ କ୍ରିୟେଟିଭକ୍ରିଏଟିଭ କମନ୍ସର ଏକ ସହଯୋଗୀ ହେଇଥିବାରୁ ଓଡ଼ିଶା ସରକାର ଓ ସି.ଆଇ.ଏସ. ସହ MoU କରିବାକୁ ଚାହୁଁଛି । ଏହି MoUରେ କ୍ରିୟେଟିଭକ୍ରିଏଟିଭ କମନ୍ସକୁ ଏକ ପଲିସି ଭାବେ ଆଣିବାରେ ଆମେ ସହାୟତା କରିବୁ । ଆମେ ସରକାରକୁ ଓଡ଼ିଆ ଭାଷାର ଡିଜିଟାଲ ସଚେତନତା ବଢେଇବା ପାଇଁ ଗୋଟେ ପ୍ରୋପୋଜାଲ ଦେବାର ଯୋଜନା କରୁଛୁ, ଯେଉଁଥିରେ ଉଇକିପିଡ଼ିଆ ଭଳିଆ ପ୍ରକଳ୍ପ, ଇନ୍ଟରନେଟରେ ଓଡ଼ିଆ ଭାଷାର ବ୍ୟବହାର କରିବାରେ ଲୋକଙ୍କୁ ସହାୟତା କରିହେବ ସେହି ଯୋଜନା କରୁଛୁ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କିଛି ମତ ଦିଅନ୍ତୁ ଓ କିପରି ଆମେ ଏହାକୁ ଏକ ସଫଳ ପ୍ରକଳ୍ପ ଭାବେ କରିପାରିବୁ ସେଥିପାଇଁ ଆମକୁ ସହାୟତା କରନ୍ତୁ । --[[ବ୍ୟବହାରକାରୀ:Saileshpat|Saileshpat]] ([[ବ୍ୟବହାରକାରୀଙ୍କ ଆଲୋଚନା:Saileshpat|ମୋ ଆଲୋଚନା]]) ୧୯:୩୩, ୧ ଜୁଲାଇ ୨୦୧୮ (IST)
 
: ଆମେ ନୂଆ ଲୋକମାନଙ୍କୁ ଲେଖିବାକୁ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କ ସ‌ହ ମିଶି କିଛି ପ୍ରତିଯୋଗୀତା ଭଳି କାର୍ଯ୍ୟ କରିପାରିବା, ଯେଉଁଥିରେ ପ୍ରଥମେ ଜଣେ ସାଧାରଣ ଲୋକଟିଏ କିପରି ଗୋଟିଏ ପ୍ରଥମ ପ୍ରସଙ୍ଗ ଲେଖିବ, ସେ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ଏବଂ ପରେ କିମ୍ବା ଲେଖିବା ଭିତରେ ସେମାନଙ୍କର ଲେଖା ପଦ୍ଧତି କେଉଁଭଳି ତାକୁ ବତେଇବାକୁ ହେବ । ଅବଶ୍ୟ ଏହା ଏକ କଷ୍ଟସାପେକ୍ଷ କାର୍ଯ୍ୟ, କିନ୍ତୁ ଏହିଭଳି ହେବା ଦ୍ୱାରା, ଅଧିକ ଲୋକ ଆମ ସ‌ହ ଯୋଡ଼ିହୋଇପାରିବେ ବୋଲି ଆଶା । ଏକାଥରେ ବଡ଼ ଆଶା ବି ଆମେ କରିପାରିବାନି, କିନ୍ତୁ ଏହିଭଳି ହେଲେ, ଯଦି ୫୦ ଜଣ ଯୋଡ଼ିହୁଅନ୍ତି, ସେଥିରୁ ୨୦ ଜଣଙ୍କୁ ଆମେ ଠିକ୍‌ଠାକ୍ ବାଟ କଢ଼େଇପାରିବା, ତେବେ ସେମାନଙ୍କ ମଧ୍ୟରୁ ହୁଏତ ୧୦ ଜଣ ଆମ ସ‌ହ ଅଧିକଦିନ ଯାଏଁ ଯୋଡ଼ି ହୋଇ ରହିବେ ।
୩୪୦ କ ଧାଡ଼ି:
 
: ସରକାରଙ୍କ ଆରକାଇଭରେ ଥିବା ପୁରୁଣା ବ‌ହିଗୁଡ଼ିକ ଉଇକିପାଠାଗାରକୁ ଆଣିବା ଓ ସରକାରଙ୍କ ସାହାର୍ଯ୍ୟ ବ‌ହିଗୁଡ଼ିକ ଡ଼ିଜିଟାଇଜ କରିବା ସକାଶେ ଲୋଡ଼ିବା । ଡ଼ିଜିଟାଇଜ କରିବା ପ୍ରଣାଳୀ ଏବଂ ଏହାର ଉପ‌ଯୋଗୀତା ଓ ବ୍ୟ‌ବ‌ହାର ବିଷୟରେ ଆଲୋଚନା କରିପାରିବା ।--[[ବ୍ୟବହାରକାରୀ:Pmsarangi|Pmsarangi]] ([[ବ୍ୟବହାରକାରୀଙ୍କ ଆଲୋଚନା:Pmsarangi|ମୋ ଆଲୋଚନା]]) ୧୫:୧୮, ୪ ଜୁଲାଇ ୨୦୧୮ (IST)
 
: ସରକାରଙ୍କ ସହ ଗୋଟିଏ ବିଷୟରେ ଆଲୋଚନା କଲେ ପରେ ଅନ୍ୟ ସବୁ ବିଭାଗ ସହ ବୁଝାମଣା କରିବାପାଇଁ ଆମପାଇଁ ବାଟ ଫିଟିଯିବ। -- [[ବ୍ୟବହାରକାରୀ:Guguly18|ଦୀପ୍ତିମାନ ପାଣିଗ୍ରାହୀ]] ([[ବ୍ୟବହାରକାରୀଙ୍କ ଆଲୋଚନା:Guguly18|ମୋ ଆଲୋଚନା]]) ୧୭:୧୦, ୭ ଜୁଲାଇ ୨୦୧୮ (IST)