"ବୃହସ୍ପତି (ଜ୍ୟୋତିଷ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୮ କ ଧାଡ଼ି:
ବୃହସ୍ପତି ହିନ୍ଦୁ ଦେବତାମାନଙ୍କ ଗୁରୁ ଅଟନ୍ତି ଏବଂ ଦୈତ୍ୟ ଗୁରୁ '''ଶୁକ୍ରାଚାର୍ଯ୍ୟ'''ଙ୍କ କଠୋର ବିରୋଧୀ ରହିଛନ୍ତି । ସେ ନବଗ୍ରହ ସମୂହର ନାୟକ ବୋଲି ଜଣାଯାଏ, ସେଥିପାଇଁ ତାଙ୍କୁ ଗଣପତି ବୋଲି ବିଶ୍ୱାସ କରାଯାଏ । ସେ ଜ୍ଞାନ ଓ ବାଗ୍ମିତାର ଦେବତା ଋପେ ଗ୍ରହଣିୟ ଅଟନ୍ତି । ସେ '''"ବାର୍ହସ୍ପତ୍ୟ ସୂତ୍ର"'''ର ରଚନା କରିଥିଲେ । ତାଙ୍କର ବର୍ଣ୍ଣ ସୁବର୍ଣ୍ଣ କିମ୍ବା ହଳଦିଆ ବୋଲି ଜଣାଯାଏ ଏବଂ ତାଙ୍କ ପାଖେ ଦଣ୍ଡ, କମଳ ଏବଂ ଜପମାଳା ରହିଥାଏ । ସେ ସପ୍ତବାରରେ ବୃହସ୍ପତିବାରର ସ୍ୱାମୀ ଭାବେ ବିଶ୍ୱାସ କରାଯାଏ ।<ref>Coleman, Charles. ''Mythology of the Hindus'', p. 133</ref> ଜ୍ୟୋତିଷରେ ତାଙ୍କୁ ବୃହସ୍ପତି (ଗ୍ରହ)ର ସ୍ୱାମୀ ଭାବେ ବିଶ୍ୱାସ କରାଯାଏ ।
 
=== ହିନ୍ଦୁ ଧର୍ମରେ ==
ଋଗ୍ବେଦ ଅନୁଶାରେ ବୃହସ୍ପତିକୁ ଅଙ୍ଗିରସ ଋଷିଙ୍କ ପୁତ୍ର ବୋଲି ବିଶ୍ୱାସ କରାଯାଏ <ref>[[ऋग्वेद]] ४.४०.१</ref> ଏବଂ "ଶିବ ପୁରାଣ" ଅନୁଶାରେ ତାଙ୍କୁ ସୁରୁପର ପୁତ୍ର ବୋଲି ବିଶ୍ୱାସ କରାଯାଏ । ତାଙ୍କର ଦୁଇ ଭାଇ ଅଛନ୍ତି: "ଅତଥ୍ୟ" ଏବଂ ସମ୍ବର୍ତନ" । ତାଙ୍କର ତିନିଜଣ ପତ୍ନୀ ଅଛନ୍ତି । ପ୍ରଥମ ପତ୍ନୀ "ଶୁଭା", ସେ ସାତଜଣ ପୁତ୍ରୀ (ଭାନୁମତି, ରାକା, ଆର୍ଚିସ୍ମତି, ମହାମତି, ମହିଷ୍ମତି, ସିନିବଳୀ ଏବଂ ହବିଷ୍ମତିଙ୍କୁ) ଜନ୍ମ ଦେଇଥିଲେ । ଦ୍ୱିତୀୟ ପତ୍ନୀ "ତାରା", ଯାହାଙ୍କର ସାତଜଣ ପୁତ୍ର ଏବଂ ଜଣେ ପୁତ୍ରୀ ଅଛନ୍ତି ତଥା ତୃତୀୟ ପତ୍ନୀ "ମମତା"ଙ୍କ ଠାରୁ କଚ ଓ ଭରଦ୍ୱାଜ ନାମରେ ଦୁଇଜଣ ପୁତ୍ର ଜନ୍ମ ହୋଇଥିଲେ । ବୃହସ୍ପତି, ପ୍ରଭାସ ତୀର୍ଥର ତଟ ଭଗବାନ ଶିବଙ୍କର ଅଖଣ୍ଡ ତପସ୍ୟା କରି ଦେବଗୁରୁର ପଦବୀ ପାଇଥିଲେ । ସେତିକିବେଳେ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କୁ "ନବଗ୍ରହ"ରେ ଏକ ସ୍ଥାନ ଦେଇଥିଲେ । କଚ, ବୃହସ୍ପତିଙ୍କ ପୁତ୍ର ଥିଲେ କିମ୍ବା ଭ୍ରାତା, ଏହି ବିଷୟରେ ମତଭେଦ ରହିଛି । କିନ୍ତୁ ମହାଭାରତ ଅନୁଶାରେ "କଚ" ତାଙ୍କର ଭ୍ରାତା ଥିଲେ । ଭରଦ୍ୱାଜ ଗୋତ୍ରର ସମସ୍ତ ବ୍ରାହ୍ମଣ ତାଙ୍କ ବଂଶଜ ବୋଲି ବିଶ୍ୱାସ କରାଯାଏ ।
 
== ଜ୍ୟୋତିଷରେ ==