"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୪ କ ଧାଡ଼ି:
:ଖଳ ଲୋକଙ୍କର ବୋଲି ଧଇଲେ ମୁରାରି<br />କ୍ଷଣକ ଭାବ ତାଙ୍କର ମୁରୁଛି ନପାରି (କୃଷ୍ଣକଳା ଚଉତିଶା)
== ୧୫ଶ ଶତାବ୍ଦୀ ==
=== '''ସାରଳା ଯୁଗ''' ===
:''';ପଦ୍ୟ ସାହିତ୍ୟ''':
୧୫ଶ ଶତାବ୍ଦୀରେ [[ଜଗତସିଂହପୁର ଜିଲା|ଜଗତସିଂହପୁର]]ର [[ଝଙ୍କଡ଼]]ଠାରେ ସାରଳା ଦାସ ଜନ୍ମିଥିଲେ । ତାଙ୍କ ମୂଳ ନାମ ଥିଲା ସିଦ୍ଧେଶ୍ଵର ପରିଡ଼ା । ସେ ଚଣ୍ଡୀଙ୍କର ଜଣେ ଭକ୍ତ ଥିଲେ, ତାଙ୍କ କୃପାରୁ ସେ ସାହିତ୍ୟ ସର୍ଜନା କରିବାର କ୍ଷମତା ଲଭିଥିଲେ ବୋଲି ଲୋକ ବିଶ୍ଵାସ ରହିଅଛି । ସେ [[ତାଳପତ୍ର ପୋଥି]]ରେ ୧୮ ଖଣ୍ଡ [[ଓଡ଼ିଆ ମହାଭାରତ|ମହାଭାରତ]] ଲେଖିଥିଲେ । ଏହା ଦାଣ୍ଡିବୃତ୍ତରେ ଲେଖା । ଏଥିରେ କେବଳ ପୁରାଣ ବଖାଣ ନାହିଁ, ବରଂ ଓଡ଼ିଶାର ଇତିହାସ, ଭୂଗୋଳ, ଲୋକକଥା ଓ ସାଧାରଣ ଜନଜୀବନର ଛବି ରହିଛି । ତାଙ୍କ ରଚିତ [[ବିଲଙ୍କା ରାମାୟଣ]], [[ଚଣ୍ଡୀପୁରାଣ]] ଓ [[ରାମାୟଣ]] ଗ୍ରନ୍ଥ ଏହି ଯୁଗର କିଛି କଳାଜୟୀ ସୃଷ୍ଟି ସମ୍ପଦ ।
 
:''';ଗଦ୍ୟ ସାହିତ୍ୟ''':
ଓଡ଼ିଆ ଗଦ୍ୟ ରଚନାରେ [[ନାରାୟଣାନନ୍ଦ ଅବଧୂତ ସ୍ଵାମୀ]]ଙ୍କ ରଚିତ [[ରୁଦ୍ର ସୁଧାନିଧି]] ଏକ ଅମୂଲ୍ୟ ଗ୍ରନ୍ଥ । ଖୁବ ଛୋଟ ଛୋଟ ବାକ୍ୟରେ ଏହା ଲେଖାଯାଇଛି । ଏହାର ଗଦ୍ୟ ରଚନା ଭଙ୍ଗୀରେ ପଦ୍ୟ ମାଧୁରୀ ଦେଖିବାକୁ ମିଳିଥାଏ । [[ବତ୍ସା ଦାସ]]ଙ୍କ [[କଳସା ଚଉତିଶା]] ଓ [[ମାର୍କଣ୍ଡ ଦାସ]]ଙ୍କ [[କେଶବ କୋଇଲି]] ଓଡ଼ିଆ ସାହିତ୍ୟର ଦୁଇଟି ପ୍ରାଚୀନ ରଚନା । ଚଉତିଶା ଓ କୋଇଲି ରଚନା ଓଡ଼ିଆ ସାହିତ୍ୟକୁ ଅତି ଉନ୍ନତ କରିଛି ।
<!--Sixteenth and Seventeenth Century: Balarama Das (Jagamohana Ramayana, Bhaba Samudra, Brahamanda Bhugola) Jagannatha Das (Bhagabata, Artha Koili, Tulabhina, Darubrahma Gita) Achhyutananda Das (Gurubhakti Gita, Tattwabodhini, Sunya Samhita, Brahmasankuli, anakara Samhita) Jasobanta Das (Sibaswarodaya, Prembhakti Brahmagita)-->
୮୮ କ ଧାଡ଼ି:
<!--Nineteenth Century (the second half): Bhima Bhoi (Stutichintamani, Brahamniruapana Gita and the numerous bhajans) Pyarimohan Acharya (Odisa Itihasa) Radhanatha Ray [1848-1908] (Chilika, Chandrabhaga, Mahajatra, Darabara) Madhusudana Rao [1858-1912] Fakiramohan Senapati [1847-1918] (Abasara Basare, Utkala Bhramanam, Atmajibanacharita, Chha Mana Athaguntha, Lachama)-->
 
=== '''ପଞ୍ଚ ସଖା ଯୁଗ''' ===
[[ଜଗନ୍ନାଥ ଦାସ]]ଙ୍କ [[ଓଡ଼ିଆ ଭାଗବତ]], [[ବଳରାମ ଦାସ|ବଳରାମ]]ଙ୍କ [[ଜଗମୋହନ ରାମାୟଣ]], [[ଅଚ୍ୟୁତାନନ୍ଦ ଦାସ|ଅଚ୍ୟୁତାନନ୍ଦ]]ଙ୍କ [[ହରିବଂଶ]] ଓ [[ମାଳିକା]] ଏହି ଯୁଗର କେତୋଟି ଅମୂଲ୍ୟ ରଚନା ।
 
ପଞ୍ଚସଖାଙ୍କ ପରେ [[ଖଡ଼ିଆଳ]]ର [[ଚୈତନ୍ୟ ଦାସ]]ଙ୍କ ରଚନା ମଧ୍ୟ ଓଡ଼ିଆ ସାହିତ୍ୟକୁ ଉନ୍ନତ କରିଛି । ଏହି କାଳରେ ଓଡ଼ିଆ ଭାଷାରେ ପ୍ରଥମ ଜୀବନୀ ଲେଖକ [[ଦିବାକର ଦାସ]]ଙ୍କ ଦେଇ ଲେଖାଯାଇଥିଲା । ଶ୍ରୀ [[ଜଗନ୍ନାଥ]]ଙ୍କ ପରମ ଭକ୍ତ [[ସାଲବେଗ]]ଙ୍କ ଭକ୍ତି ରଚନା ମଧ୍ୟ ଅଗ୍ରଗଣ୍ୟ ।
 
== ୧୬ଶ-୧୭ଶ ଶତାବ୍ଦୀ ==
୧୬ଶ-୧୭ଶ ଶତାବ୍ଦୀ ବେଳକୁ ଅନେକ କିଛି ପଦ୍ୟ ରଚନା କରାଯାଇଥିଲା । [[ସୋମନାଥ ବ୍ରତକଥା]], [[ମାଦଳା ପାଞ୍ଜି]] ଏହି ସମୟରେ ଲେଖାହେବା ଅନୁମାନ କରାଯାଇଥାଏ ।