"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୧୨ କ ଧାଡ଼ି:
ଓଡ଼ିଶାରେ ମିସନାରୀମାନଙ୍କର କାର୍ଯ୍ୟକଳାପ ଯେତେବେଳେ ସକ୍ରିୟ ହୋଇ ଉଠିଥିଲା, ସେତେବେଳେ ଆଧୁନିକଧରଣର ବିଦ୍ୟାଳୟ ପ୍ରତିଷ୍ଠା ସେମାନଙ୍କର ପ୍ରଥମ ଲକ୍ଷ୍ୟ ହୋଇପଡିଥିଲା । ସେହିମାନଙ୍କର ପ୍ରଚେଷ୍ଠାରେ ପ୍ରଥମେ କଟକରେ ଆଧୁନିକ ସ୍କୁଲ ଖ୍ରୀ.୧୮୨୨ରେ ପ୍ରତିଷ୍ଠା ହେଲା । କମ୍ପାନୀ ସରକାରଙ୍କ ନୂତନ ଶିକ୍ଷାନୀତି ଫଳରେ ଖ୍ରୀ.୧୮୩୫ରେ ମିସନାରୀମାନଙ୍କ ପୁରୀ ଇଂରେଜୀ ସ୍କୁଲ ଖ୍ରୀ.୧୮୪୧ରେ କଟକ ଇଂରେଜୀ ସ୍କୁଲ ଓ ଅନ୍ୟ ୮ଟି ସ୍ଥାନରେ ଇଂରେଜୀ ସ୍କୁଲ ମାନ ପ୍ରତିଷ୍ଠା ହେଲା । ଦେଶୀୟ ବିଦ୍ୟାଳୟଗୋଡିକରେ ଏ ଦେଶର ଛାତ୍ର ମାନଙ୍କୁ ପଶ୍ଚ।ତ୍ୟ ଜ୍ଞାନ-ବିଜ୍ଞାନ ସହିତ ପରିଚିତ କରାଇ ଏ ଦେଶ ଜନସଧାରଣଙ୍କ ପାରମ୍ପରିକ ରୁଚିବୋଧକୁ ବଦଳାଇଦେବା ଓ ଏ ଦେଶ ଲୋକଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ସୂତ୍ରପାତ କରିବା ଏ ଶିକ୍ଷାର ଥିଲା ମୂଳ ଲକ୍ଷ୍ୟ । ମିସନାରୀମାନେ ଖ୍ରୀ.୧୮୨୨ରେ ଓଡ଼ିଶାରେ ପ୍ରଥମ ଇଂରାଜୀ ୪ଟି ସ୍କୁଲ ପ୍ରତିଷ୍ଠା କରିଥିଲେ ମଧ୍ୟ ଅର୍ଥାଭାବ ହେତୁ ତାହା ବେଶି ଦିନ ଚଳାଇ ପାରି ନଥିଲେ । ତେଣୁ ଖ୍ରୀ.୧୮୪୧ରେ କମ୍ପାନୀ ସରକାର ଏହି ସ୍କୁଲର ପରିଚାଳନାଭାର ଗ୍ରହଣ କରିଥିଲେ । ଏହି ବିଦ୍ୟାଳୟଟି କାଳକ୍ରମେ ଓଡ଼ିଶାର ପ୍ରଧାନ ଶିକ୍ଷାକେନ୍ଦ୍ର ହୋଇଉଠିଥିଲା । ପ୍ରଥମେ ହାଇସ୍କୁଲ ଓ ପରେ ଏଠାରେ ଖ୍ରୀ.୧୮୬୮ ଏଫ.ଏ ଶ୍ରେଣୀ ଖୋଲାଯାଇଥିଲା । ଏଥିରେ ଖ୍ରୀ.୧୮୭୬ ବି.ଏ ଶ୍ରେଣୀ ଖୋଲାହେବା ପରେ କଲେଜ ଓ ସ୍କୁଲ ପରସ୍ପର ଠାରୁ ପୃଥକ ହୋଇପଡିଲେ । ଏହି କଲେଜହିଁ ବିଶ୍ୱବିଦ୍ୟାଳୟ ଶିକ୍ଷାର ଅନ୍ୟତମ ପ୍ରଧାନ କେନ୍ଦ୍ର "ରେଭେନ୍ସା କଲେଜ" । ଖ୍ରୀ.୧୮୫୩ ବେଳକୁ ପୁରୀ ଓ ବାଲେଶ୍ୱରରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା ହେଲା । ସେତେବେଳେ ଓଡ଼ିଶାର ପୁରୀ,ଖୋର୍ଦ୍ଧା,ବାଲେଶ୍ଵର,ରେମୁଣା,ଭଦ୍ରକ, କେନ୍ଦ୍ରାପଡା,ମହାଙ୍ଗା,ହରିହରପୁର ପ୍ରଭୃତି ସ୍ଥାନରେ ୮ଟି ଭର୍ଣ୍ଣ।କୁଲ।ର ସ୍କୁଲ ପ୍ରତିଷ୍ଠା କରାଗଲା। ଓଡ଼ିଶାର ଅନ୍ୟ ଅଞ୍ଚଳରେ ମଧ୍ୟ ଖ୍ରୀ.୧୮୫୦ ଠାରୁ ୧୮୬୦ ମଧ୍ୟରେ ଖ୍ରୀଷ୍ଟିଆନ ଓ ପାଦ୍ରୀ ଓ କମ୍ପାନୀ ସରକାରଙ୍କ ପରିଚାଳନାରେ ପ୍ରାୟ ୨୦ଟି ପର୍ଯ୍ୟନ୍ ଭର୍ଣ୍ଣ।କୁଲ।ର ସ୍କୁଲ ପ୍ରତିଷ୍ଠା ହେଲା। । ସମୟକ୍ରମେ ସରକାରୀ ଓ ବେସରକ।ରୀ ସ୍କୁଲସଂଖ୍ୟା ଖ୍ରୀ.୧୮୭୦ ବେଳକୁ ପ୍ରାୟ ୧୦୦ ପାଖାପାଖି ହୋଇଯାଇଥିଲା । ଏଥିରୁ ମାତ୍ର ୧୪ଟି ଥିଲା ଇଁରାଜୀ ବିଦ୍ୟାଳୟ ଓ ବାକି ସବୁ ଭର୍ଣ୍ଣାକୁଲ।ର ସ୍କୁଲ ।
 
===''';ସତ୍ୟବାଦୀ ଯୁଗ'''===
[[ଫାଇଲ:ଗୋପବନ୍ଧୁ ଦାସ.jpg|thumb|ଗୋପବନ୍ଧୁ ଦାସ, ସତ୍ୟବାଦୀ ଯୁଗର ପୁରୋଧା]]
[[ଆଚାର୍ଯ୍ୟ ହରିହର]], [[ପଣ୍ଡିତ କୃପାସିନ୍ଧୁ]] ପ୍ରମୁଖ ସତ୍ୟବାଦୀ ଗୋଷ୍ଠୀର ରଚନାରେ ଆମ ଦେଶର ଚଳଣି ଜାତୀୟତାବାଦର ସ୍ଵର ଦେଖିବାକୁ ମିଳିଥାଏ । ଏହି କାଳରେ [[ଇତିହାସ ସାହିତ୍ୟ|ଇତିହାସ]], [[ସମାଲୋଚନା ସାହିତ୍ୟ]]ର ସାହିତ୍ୟ ଲେଖାଗଲା । [[ଗୋଦାବରୀଶ ମହାପାତ୍ର]], କାନ୍ତକବି [[ଲକ୍ଷ୍ମୀକାନ୍ତ ମହାପାତ୍ର]], [[ପଦ୍ମଚରଣ ପଟ୍ଟନାୟକ]] ପ୍ରଭୃତି ସ୍ରଷ୍ଟାମାନେ ଏହି କାଳରେ ଲେଖନୀ ଚାଳନା କରିଥିଲେ । ଗୋଦାବରୀଶଙ୍କ [[ନିଆଁଖୁଣ୍ଟା ପତ୍ରିକା]] ଓଡ଼ିଶାରେ ବେଶ ପଠନଯୋଗୀ ଓ ଜନପ୍ରିୟ ହୋଇପାରିଥିଲା । ସେକାଳର ସରକାରଙ୍କ ଦୋଷ ତ୍ରୁଟି ସବୁକୁ ପଦାରେ ପକାଇଦେବାରେ ଓ ଇଂରେଜ ସରକାର ବିରୋଧରେ ଜାତୀୟତାବାଦର ଉନ୍ମେଷ ପାଇଁ ଏହି ସମୟର ରଚନା ସବୁ ବାଟ କଢ଼ାଇଥିଲା ।