"ହାତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୧,୪୮୪ ବାଇଟଗୁଡିକ ଯୋଡାଗଲା ,  ୩ ବର୍ଷ ପୂର୍ବେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
 
IUCN ସଂସ୍ଥା ଆଫ୍ରିକୀୟ ହାତୀଙ୍କୁ “Vulnerable” ଓ ଏସୀୟ ହାତୀଙ୍କୁ “Endangered” ତାଲିକାଭୁକ୍ତ କରିଛି । ହାତୀଦାନ୍ତର ଚୋରା ବ୍ୟବସାୟ ସମଗ୍ର ବିଶ୍ଵର ହାତୀଙ୍କ ପ୍ରତି ବିପଦ ସୃଷ୍ଟି କରିଛି । ହାତୀଦାନ୍ତ ପାଇଁ ହାତୀଙ୍କର ଅବୈଧ ଶିକାର କରାଯାଏ । ଅଧିବାସ କ୍ଷୟ, ମନୁଷ୍ୟଙ୍କ ସହତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ମଧ୍ୟ ହାତୀଙ୍କ ପାଇଁ ବିପଦ ସୃଷ୍ଟି କରେ । ଏସିଆରେ ହାତୀଙ୍କୁ ବିଭିନ୍ନ କାମରେ ନିୟୋଜିତ କରାଯାଇଥାଏ । ପ୍ରାଚୀନ କାଳରେ ହାତୀଙ୍କୁ ଯୁଦ୍ଧରେ ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ସମୟରେ ଚିଡ଼ିଆଖାନାରେ ପ୍ରଦର୍ଶନ, ସର୍କସ୍, ମନୋରଞ୍ଜନ, ପର୍ଯ୍ୟଟନ, ବନ ନିରୀକ୍ଷଣ ଓ ପର୍ବପର୍ବାଣୀ ଇତ୍ୟାଦି ପାଇଁ ହାତୀ ବ୍ୟବହୃତ ହେଉଛନ୍ତି । କଳା, ଲୋକକଥା, ଧର୍ମ, ସାହିତ୍ୟ ଓ ଲୋକପ୍ରିୟ ସଂସ୍କୃତିରେ ହାତୀଙ୍କ ଉପସ୍ଥିତି ଦେଖିବାକୁ ମିଳେ । ଭୁବନେଶ୍ୱରର ନନ୍ଦନ କାନନ ଏବଂ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ହାତୀ ଦେଖିବାକୁ ମିଳନ୍ତି । [[ଚନ୍ଦକା]] ଜଙ୍ଗଲ ଏକ ହାତୀ [[ଅଭୟାରଣ୍ୟ]] ରୂପେ ମଧ୍ୟ ମାନ୍ୟତା ପାଇଛି ।
 
==ଶରୀରତତ୍ତ୍ୱ==
ଗୋଟିଏ ବୟସ୍କ ଏସୀୟ ହାତୀର ଓଜନ ୫୦୦୦ କେଜି ପର୍ଯ୍ୟନ୍ତ ଓ ଆଫ୍ରିକୀୟ ହାତୀର ଓଜନ ୬୦୦୦ କେଜି ପର୍ଯ୍ୟନ୍ତ ହୋଇଥାଏ। ଆକାରରେ ଆଫ୍ରିକୀୟ ହାତୀ ଏସୀୟ ହାତୀଙ୍କଠାରୁ ବଡ଼ ହୋଇ ଥାନ୍ତି। ଏସୀୟ ହାତୀର କାନ ଆଫ୍ରିକୀୟ ହାତୀ ଠାରୁ ଛୋଟ। ଆଫ୍ରିକୀୟ ହାତୀଙ୍କର ଦୁଇଟି କାନ କୁ ଯୋଡ଼ିଲେ ଆଫ୍ରିକା ମହାଦେଶର ମାନଚିତ୍ର ପରି ଦେଖାଯାଏ। ଏସୀୟ ଅଣ୍ଡିରା ହାତୀଙ୍କର ଦୁଇଟି ବଡ଼ ଛାମୁ ଦାନ୍ତ (tusk) ଥାଏ, ସେଥିପାଇଁ ଏମାନଙ୍କୁ ଦନ୍ତା ହାତୀ କୁହାଯାଏ। ଦନ୍ତହୀନ ଅଣ୍ଡିରା ହାତୀଙ୍କୁ ମାଖନା କୁହାଯାଏ। ଏମାନଙ୍କ ସଂଖ୍ୟା କମ। ଏସୀୟ ମାଈ ହାତୀଙ୍କର ପରିଣତ ବୟସରେ ଛୋଟ ଛୋଟ ଦାନ୍ତ (tuss) ବାହାରେ। ଆଫ୍ରିକୀୟ ହାତୀମାନଙ୍କ କ୍ଷେତ୍ରରେ ଉଭୟ ଅଣ୍ଡିରା ଓ ମାଈଙ୍କର ବଡ ଛାମୁ ଦାନ୍ତ ଥାଏ।
 
==ନାମକରଣର ଇତିହାସ==
୧୫୪

ଗୋଟି ସମ୍ପାଦନା