"ଆୟେଶା ଜୁଲ୍କା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୧ କ ଧାଡ଼ି:
ଏହାପରେ ଆୟେଶା ୧୯୯୩ରେ କୈସେ କୈସେ ରିସ୍ତେ, ବଲ୍‌ମା, ମେହେର୍‌ବାନ୍, ସଂଗ୍ରାମ, ଦଲାଲ୍, ରଙ୍ଗ୍, ୱକ୍ତ ହମାରା, ଦିଲ୍‌ କି ବାଜି, ଅଉଲାଦ୍ କେ ଦୁସ୍‌ମନ୍, ୧୯୯୪ରେ ବ୍ରହ୍ମା, ଏକ ରାଜା ରାଣୀ, ଜୟ କିଶନ, ମହାଶକ୍ତିଶାଳୀ, ୧୯୯୫ରେ ଆଶିକ୍ ମସ୍ତାନେ, ୧୯୯୬ରେ ମସୁମ୍, ମୁକଦ୍ଦର୍, ୧୯୯୭ରେ ବିଶ୍ୱବିଧାତା, ସୁରଜ୍, ଘୁଂଙ୍ଘଟ ଆଦି କଥାଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏଥିସ‌ହିତ ସେ କିଛି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବରେ ଏବଂ କିଛି ଚଳଚ୍ଚିତ୍ର ଆଇଟମ ଗୀତରେ ନୃତ୍ୟ କରିଥିଲେ । ୧୯୯୮ରେ ଆୟେଶା କନସାଲୁ ନିନେ ମନସାଲୁ ନିନେ ଶୀର୍ଷକ ଏକ କନ୍ନଡ଼ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୬ ମସିହାରେ ସେ ଏକ ଓଡ଼ିଆ କଥାଚିତ୍ର [[ରକତେ ଲେଖିଚି ନାଁ]]ରେ ସିଦ୍ଧାନ୍ତ ମହାପାତ୍ରଙ୍କ ଭାଉଜ ତ‌ଥା ଜଣେ ଆରକ୍ଷୀ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ ।
 
ଆୟେଶା ପରବର୍ତ୍ତୀ ସମୟରେ ନାୟିକା ଭୂମିକା ଛାଡ଼ି ସ‌ହକାରୀ ଭୂମିକାରେ କିଛି ଚଳଚ୍ଚିତ୍ରରରେ ଅଭିନୟ କରିଥିଲେ । ସେ ୨୦୧୦ ମସିହାରେ ଆଡା... ଏ ୱେ ଅଫ୍ ଲାଇଫ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପରେ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ ଏବଂ ନିଜର ବେପାରରେ ଧ୍ୟାନ ଦେଇଥିଲେ । ତାଙ୍କର ଅନନ୍ତା ସେଲୁନ୍ ନାମକ ଏକ ସ୍ପା ଅଛି । ମାତ୍ର ୨୦୧୮ ମସିହାରେ ସେ ପୁଣିଥରେ କଥାଚିତ୍ର ଜଗତକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଆୟେଶା ସମୀର ୱସିଙ୍କୁ ବିବାହ କରିଛନ୍ତି ।
 
==ଆଧାର==