୪୭,୩୭୫
ଗୋଟି ସମ୍ପାଦନା
No edit summary |
No edit summary |
||
ଏହାପରେ ସେ ୧୯୯୧ ମସିହାରେ କୁର୍ବାନ୍, ମିଟ୍ ମେରେ ମନ୍ କେ, ହାଏ ମେରି ଜାନ୍ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୨ ମସିହାରେ ଆୟେଶାଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା ଅଭିନେତା ଅକ୍ଷୟ କୁମାରଙ୍କର ଚଳଚ୍ଚିତ୍ର ଖିଲାଡ଼ିରେ ଏବଂ ଅମିର ଖାଁଙ୍କ ସହ ଯୋ ଜିତା ୱହି ସିକନ୍ଦର ଚଳଚ୍ଚିତ୍ରରେ । ୧୯୯୨ରେ ସେ ମସୁକ୍, ଅନମ୍, କୋହରାମ୍ ଆଦି ଆହୁରି ତିନୋଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଏହାପରେ ଆୟେଶା ୧୯୯୩ରେ କୈସେ କୈସେ ରିସ୍ତେ, ବଲ୍ମା, ମେହେର୍ବାନ୍, ସଂଗ୍ରାମ, ଦଲାଲ୍, ରଙ୍ଗ୍, ୱକ୍ତ ହମାରା, ଦିଲ୍ କି ବାଜି, ଅଉଲାଦ୍ କେ ଦୁସ୍ମନ୍, ୧୯୯୪ରେ ବ୍ରହ୍ମା, ଏକ ରାଜା ରାଣୀ, ଜୟ କିଶନ, ମହାଶକ୍ତିଶାଳୀ, ୧୯୯୫ରେ ଆଶିକ୍ ମସ୍ତାନେ, ୧୯୯୬ରେ ମସୁମ୍, ମୁକଦ୍ଦର୍, ୧୯୯୭ରେ ବିଶ୍ୱବିଧାତା, ସୁରଜ୍, ଘୁଂଙ୍ଘଟ ଆଦି କଥାଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏଥିସହିତ ସେ କିଛି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବରେ ଏବଂ କିଛି ଚଳଚ୍ଚିତ୍ର ଆଇଟମ ଗୀତରେ ନୃତ୍ୟ କରିଥିଲେ । ୧୯୯୮ରେ ଆୟେଶା କନସାଲୁ ନିନେ ମନସାଲୁ ନିନେ ଶୀର୍ଷକ ଏକ କନ୍ନଡ଼ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୬ ମସିହାରେ ସେ ଏକ ଓଡ଼ିଆ କଥାଚିତ୍ର [[ରକତେ ଲେଖିଚି ନାଁ]]ରେ ସିଦ୍ଧାନ୍ତ ମହାପାତ୍ରଙ୍କ ଭାଉଜ ତଥା ଜଣେ ଆରକ୍ଷୀ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ ।
[[ଶ୍ରେଣୀ:୧୯୭୨ ଜନ୍ମ]]
|