"ଲଗାନ (୨୦୦୧ର ହିନ୍ଦୀ କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୮ କ ଧାଡ଼ି:
}}
'''ଲଗାନ''' ହେଉଛି ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଏକ କ୍ରୀଡା (କ୍ରିକେଟ) ପ୍ରସଙ୍ଗ ଯୁକ୍ତ ନାଟକୀୟ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି [[ଆଶୁତୋଷ ଗୋୱାରିକର]] । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି [[ଅମିର ଖାଁ]] ଓ [[ଗ୍ରେସି ସିଂ]] । ଜୁନ ୧୫, ୨୦୦୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଭାରତ ତଥା ବିଦେଶରେ ଅଦ୍ଭୁତପୂର୍ବ ବ୍ୟାବସାୟିକ ସଫଳତା ଲାଭ କରିଥିଲା । ଚଳଚିତ୍ରର ସଂଗୀତ ପରିଚାଳନା କରିଥିଲେ ଏ ଆର୍ ରେହେମାନ । ଚଳଚିତ୍ରଟି ୮ଟି ଶ୍ରେଣିରେ ଫିଲ୍ମଫେୟାର ଆୱାର୍ଡ ଲାଭ କରିଥିଲା ।
 
ଚଳଚିତ୍ରର ପ୍ରମୁଖ ଅଂଶ ଗୁଜରାଟର ପ୍ରାଚୀନ ଗ୍ରାମ ଭୁଜ ନିକଟରେ ଶୁଟିଂ କରାଯାଇଥିଲା । ଅକାଦମୀ ଆୱାର୍ଡ ପାଇଁ ମନୋନୀତ ହେବାରେ ଏହା ଥିଲା ମଦର ଇଣ୍ଡିଆ ପରେ ତୃତୀୟ ଚଳଚିତ୍ର ।
=== କାହାଣୀ ===
ଭାରତରେ ବ୍ରିଟିଶ ରାଜ ସମୟର ଏ କାହାଣୀ । ଗୁଜରାଟର ଚମ୍ପାନେର ଅଞ୍ଚଳରେ ତତ୍କାଳୀନ ବ୍ରିଟିଶ ଅଫିସର କ୍ୟାପଟେନ ଆଣ୍ଡୃ ରସେଲ ଚାଷୀଙ୍କ ଉପରେ ଅଧିକ ଲଗାଣ (କର) ଲଗାଇଲେ । ଲଗାତାର ଅନାବୃଷ୍ଟି ତଥା ଦାରିଦ୍ର‍୍ୟ ଯୋଗୁଁ ଗରୀବ ଚାଷୀ ଏହି ଲଗାଣ ଦେବାରେ ଅସମର୍ଥ ଥିଲେ । ଗାଁ ଲୋକେ ଭୁବନର ନେତୃତ୍ଵରେ ରାଜା ପୂରନ ସିଂଙ୍କୁ ଏହି ଅସୁବିଧା ଜଣାଇବାକୁ ଗଲେ । ସେହି ସମୟରେ କ୍ୟାପଟେନ ରାସେଲ ତାଙ୍କ ଇଁରେଜ ସହଯୋଗୀଙ୍କ ସହ କ୍ରିକେଟ ଖେଳରେ ବ୍ୟସ୍ତ ଥାଆନ୍ତି । ରାଜାଙ୍କ ମାଧ୍ୟମରେ ଏହି ଗୁହାରୀ କଲାବେଳେ ଭୁବନର କ୍ୟାପଟେନ ରସେଲ ସହ ଯୁକ୍ତିତର୍କ ହୁଏ । କ୍ୟାପଟେନ ରାସେଲ ଲଗାଣ (କର) କମାଇବା ପାଇଁ ମନା କରିଦିଅନ୍ତି । ହେଲେ, କଥା ପ୍ରସଙ୍ଗରେ ସେ କହନ୍ତି ଯେ ଚମ୍ପାନେର ବାସୀ ଯଦି କ୍ରୀକେଟ ଖେଳରେ ତାଙ୍କ ଇଁରେଜ ଦଳକୁ ହରାଇଦେବେ ତେବେ ସେ ଲଗାଇଥିବା ଲଗାଣ ସମ୍ପୂର୍ଣ୍ଣ ଛାଡ କରିଦେବେ । କର ଛାଡ କଥା ଶୁଣି ଭୁବନ ଏହାକୁ ଏକ ବାଜି ଭାବେ ଗ୍ରହଣ କରିନିଏ ।