"ଇମ୍ରାନ ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୨ କ ଧାଡ଼ି:
ଇମ୍ରାନ ନାୟକ ଭାବରେ ତାଙ୍କର ଅଭିନୟ ଆରମ୍ଭ କଲେ ୨୦୦୮ ମସିହାରେ । ସେ ହିନ୍ଦୀ କଥାଚିତ୍ର ଯାନେ ତୁ... ୟା ଯାନେନା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟି ସମୀକ୍ଷକମାନେ ପସନ୍ଦ କରିଥିଲେ ଏବଂ ବ୍ୟବସାୟରେ ମଧ୍ୟ ସଫଳ ହୋଇଥିଲା । ଏହି କଥାଚିତ୍ର ପାଇଁ ଇମ୍ରାନଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତ ପୁରସ୍କାର ମଧ୍ୟ ମିଳିଥିଲା । ଏହାପରେ ଇମ୍ରାନଙ୍କର ଦୁଇଟି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିପାରିନଥିଲା ଏବଂ ଗଣମାଧ୍ୟମରେ ତାଙ୍କୁ ଅନେକ ସମାଲୋଚନା କରାଯାଇଥିଲା । ଏମିତିକି ସେ ଗୋଟିଏ ଫିଲ୍ମର ଯୋଗ୍ୟ ବୋଲି ମଧ୍ୟ କଟାକ୍ଷ କରାଯାଇଥିଲା । ଏହାପରେ ସେ ୨୦୧୦ରେ ଆଇ ହେଟ୍ ଲଭ୍ ଷ୍ଟୋରୀସ୍, ୨୦୧୧ରେ ଦେଲ୍ଲୀ ବେଲ୍ଲୀ ଓ ମେରେ ବ୍ରଦର୍ କି ଦୁଲ୍‌ହନ୍ ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମେରେ ବ୍ରଦର୍ କି ଦୁଲ୍‌ହନ୍‌ ଇମ୍ରାନଙ୍କର ଶେଷ ସଫଳ ଚଳଚ୍ଚିତ୍ର ଥିଲା । ଏହାପରେ ସେ ଅନେକ ବ୍ୟବସାୟିକ ବିଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
 
ଚଳଚ୍ଚିତ୍ରରେ କାମ କରିବା ବ୍ୟତୀତ ଇମ୍ରାନ କିଛି ସାମାଜିକ ସେବା ସଂସ୍ଥା ସ‌ହ ମିଶି କାମ କରୁଛନ୍ତି । ସେ ହିନ୍ଦୁସ୍ତାନ ଟାଇମ୍‌ସ୍ ପାଇଁ କିଛି ସ୍ତମ୍ଭ ମଧ୍ୟ ଲେଖିଛନ୍ତି । ସେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଥିବା ଆମେରିକୀୟ ଅଣଲାଭକାରୀ ବେସରକାରୀ ସଂସ୍ଥାର ଜଣେ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥାଦ୍ୱାରା ଆୟୋଜିତ କିଛି କାର୍ଯ୍ୟକ୍ରମରେ ମଧ୍ୟ ଇମ୍ରାନ ଯୋଗ ଦେଇଛନ୍ତି । ଜାନୁଆରୀ ୨୦୧୧ରେ ଇମ୍ରାନ ଅବନ୍ତିକା ମଲ୍ଲିକଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ଦୁହିଁଙ୍କର ଦଶ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା ।
 
==ଆଧାର==