"ରଣବୀର ସିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୩୦ କ ଧାଡ଼ି:
 
== ବାଲ୍ୟ ଜୀବନ ଓ ଶିକ୍ଷା ==
୬ ଜୁଲାଇ ୧୯୮୫ରେ [[ମୁମ୍ବାଇ]] ର ଏକ ସିନ୍ଧି ପରିବାରରେ ରଣବୀର ସିଂଙ୍କ ଜନ୍ମ । ପିତା ହେଉଛନ୍ତି ଜଗଜିତ୍ ସିଂ ଏବଂ ମା ଅଞ୍ଜୁ । ରଣବୀରଙ୍କ ଜେଜେବାପା ସୁନ୍ଦର ସିଂ ଭବନାନୀ ଓ ଜେଜେମା ଚାନ୍ଦ ବୁର୍କେ ଭାରତ ବିଭାଜନ ବେଳେ କରାଚୀରୁ(ବର୍ତ୍ତମାନର ପାକିସ୍ଥାନ) ଆସି ମୁମ୍ବାଇରେ ବସବାସ କଲେ । ରଣବୀରଙ୍କର ବଡ ଭଉଣୀ ରିତିକା ଭବନାନୀ ସିଂ ହେଉଛନ୍ତି ଅଭିନେତ୍ରୀ ସୋନମ୍ କାପୁରଙ୍କ ମାଉସୀ ଝିଅ ଭଉଣୀ । ରଣବୀରଙ୍କ ମତରେ ତାଙ୍କ ନାଆରେ ଆଉ ସାଜ୍ଞା ଭବନାନୀ ବ୍ୟବହାର ନ କରି କେବଳ ରଣବୀର ସିଂ ନାମରେ ପରିଚିତ ହେବାକୁ ସେ ପସନ୍ଦ କରନ୍ତି ।
 
ପିଲାଟି ଦିନରୁ ତାଙ୍କର ଅଭିନୟ ତଥା ନାଚ ପ୍ରତି ଆକର୍ଷଣ ରହିଥିଲା । ମୁମ୍ବାଇର H.R. College of Commerce and Economics ରେEconomicsରେ ଯୋଗ ଦେବାପରେ ସେ ଅନୁଭବ କଲେ କି ଅଭିନେତା ହେବା ଏତେ ସହଜ ନୁହେଁ । ଅଭିନେତା ହେବା ନିଶାରୁ ସେ ଦୁରେଇଯାଇ ଉଚ୍ଚତର ଶିକ୍ଷା ପାଇଁ ସେ ଯୁକ୍ତରାଷ୍ଟ୍ର ଆମେରିକା ଯାଇ ଇଣ୍ଡିଆନା ୟୁନିଭରସିଟିରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କଲେ । ତେବେ ୟୁନିଭର୍ସିଟିରେ ସେ ଅଭିନୟ ଶିକ୍ଷାରେ ରୁଚି ରଖିବା ସହ ଥିଏଟର ପାଠ୍ୟକ୍ରମକୁ ଗୌଣ ବିଷୟ ରୁପେ ବାଛିଥିଲେ । ୨୦୦୭ରେ ମୁମ୍ବାଇ ଫେରି କିଛି ଦିନ ବିଜ୍ଞାପନ ଦୁନିଆରେ କପି ଲେଖକ ଭାବେ ଏବଂ କିଛି ଦିନ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କଲେ । ତେବେ ଅଭିନୟ ପ୍ରତି ତାଙ୍କର ନିଶା ତାଙ୍କୁ ଅଭିନୟ ଜଗତକୁ ଟାଣିବାରେ ଲାଗିଲା । ସେ ଗୋଟାଏ ପରେ ଗୋଟାଏ ଅଡିସନ ଦେଲେ ସିନା ପ୍ରାରମ୍ଭିକ ଅବସ୍ଥାରେ କୌଣସିଠାରେ ସଫଳ ହେଲେ ନାହିଁ ।
 
=== ଅଭିନୟ ଜୀବନ ===
ଜାନୁଆରୀ ୨୦୧୦ରେ ୟଶରାଜ ଫିଲ୍ମସର ପାତ୍ର ମନୋନୟନ ବିଭାଗର ମୁଖ୍ୟ ଶାନୁ ଶର୍ମାଙ୍କଠାରୁ ରଣବୀରଙ୍କୁ ହିନ୍ଦୀ ଚଳଚ୍ଚିତ୍ର Band Baaja Baaraat ରBaaraatର ଏକ ପ୍ରମୁଖ ଭୂମିକା ପାଇଁ ଏକ ଅଡିସନ ଦେବାକୁ ଡାକରା ଆସିଲା ।<ref name="pinkvilla">{{cite web|title=A Star is born.|url=https://www.pinkvilla.com/entertainment/discussion/ranveer-singh-star-magazine-star-born-do-you-agree-or-not|accessdate=15 May 2018}}</ref> କମ୍ପାନୀର ଉପାଧ୍ୟକ୍ଷ ଆଦିତ୍ୟ ଚୋପ୍ରା ଅଡିସନର ଟେପ ଦେଖି ରଣବୀରଙ୍କ ଅଭିନୟରେ ପ୍ରଭାବିତ ହେଲେ ଏବଂ ତାଙ୍କୁ ମୁଖ୍ୟ ପାତ୍ର(ନାୟକ) ବିଟ୍ଟୁ ଶର୍ମା ପାଇଁ ମନସ୍ଥ କଲେ । ତେବେ ଅଧ୍ୟକ୍ଷ ମନୀଶ ଶର୍ମା ରଣବୀରଙ୍କ ଅଭିନୟ ପସନ୍ଦ କରିବା ଆଗରୁ ଆଉ କିଛିଥର ଅଡିସନ ନେଇଥିଲେ । ତେବେ ରଣବୀରଙ୍କ ଅଭିନୟ ଦକ୍ଷତାରେ ପ୍ରୀତ ହୋଇ ଚଳଚ୍ଚିତ୍ରର ବିଟ୍ଟୁ ଶର୍ମା ଭୁମିକା ପାଇଁ ତାଙ୍କୁ ମନୋନୀତ କରିନିଆଗଲା । ତାଙ୍କ ବିପକ୍ଷରେ ଅଭିନେତ୍ରୀ ଅନୁଷ୍କା ଶର୍ମା ନାୟୀକା ଭୁମିକାରେ ମନୋନୀତ ହୋଇଥିଲେ ।
 
ରଣବୀର ଏହି ଭୂମିକା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ଏହି ଉପଲକ୍ଷ୍ୟେ ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପିଲାଙ୍କ ସହ ମିଶି ଚଲଚ୍ଚିତ୍ରର ବିଟ୍ଟୁ ଭୁମିକାର ହାବ ଭାବ ଶିଖିବାକୁ ଲାଗିଲେ । <ref name="glamsham">{{cite web|title=Interview|url=http://www.glamsham.com/movies/interviews/09-ranveer-singh-interview-121014.asp|accessdate=15 May 2018}}</ref>ଚଳଚ୍ଚିତ୍ରଟି ବ୍ୟାବସାୟିକ ସଫଳତା ହାସଲ କଲା ଏବଂ ରଣବୀର ତାଙ୍କ୍ ଅଭିନୟ ଦକ୍ଷତା ପାଇଁ ଦର୍ଶକଙ୍କ ପ୍ରିୟପାତ୍ର ହେଲେ । ୫୬ତମ Filmfare Awards ସମାରୋହରେ ରଣବୀର ନୂତନ କଳାକାର ଶ୍ରେଣୀରେ Best Male Debut ଅଭିନେତା ଭାବେ ପୁରସ୍କୃତ ହେଲେ ।