"ଅନୁରାଗ କଶ୍ୟପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୬ କ ଧାଡ଼ି:
 
ଅନୁରାଗ ପ୍ରଥମେ ଜଣେ ଦୂରଦର୍ଶନ ଧାରାବାହିକ କାହାଣୀକାର ଭାବରେ କାର୍ଯ୍ୟ କରିଥିଲେ । ସେ କିଛି ସଫଳ ଏବଂ ଚର୍ଚ୍ଚିତ ଧାରାବାହିକର କାହାଣୀ ରଚନା କରିବା ପରେ ୧୯୯୮ ମସିହାରେ ରାମ ଗୋପାଳ ବର୍ମାଙ୍କ ହତ୍ୟାଭିତ୍ତକ ଚଳଚ୍ଚିତ୍ର ସତ୍ୟାର ସ‌ହ-ଲେଖକ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସେ ପାଞ୍ଚ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, ମାତ୍ର ଏହି ଚଳଚ୍ଚିତ୍ରଟିରେ ଥିବା ମାତ୍ରାଧିକ ଆପତ୍ତିଜନ‌କ ଦୃଶ୍ୟ ଏବଂ କାହାଣୀ ପାଇଁ ଭାରତୀୟ ଚଳଚ୍ଚିତ୍ର ନିୟନ୍ତ୍ରକ ସଂଘ ଏହାକୁ ମୁକ୍ତିଲାଭ କରିବାର ଅନୁମତି ଦେଇନଥିଲେ । ୨୦୦୭ ମସିହାରେ ଅନୁରାଗଙ୍କ ନିର୍ଦ୍ଦେଶନାରେ ପ୍ରଥମ ଚଳଚ୍ଚିତ୍ର ବ୍ଲାକ୍ ଫ୍ରାଇଡେ ମୁକ୍ତିଲାଭ କଲା । ଏହି ଚଳଚ୍ଚିତ୍ରଟିର ୧୯୯୩ର ବମ୍ବେ ବୋମା ବିସ୍ଫୋରଣ ଉପରେ ଆଧାରିତ ହୁସେନ ଜାଇଦିଙ୍କ ପୁସ୍ତକର କାହାଣୀକୁ ନେଇ ନିର୍ମାଣ କରାଯାଇଥିଲା । ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାବେଳେ ପୁଣିଥରେ ଜାତୀୟ ଚଳଚ୍ଚିତ୍ର ପ୍ରମାଣପତ୍ରପାଇଁ ଦୁଇ ବର୍ଷ ଅପେକ୍ଷା କରିଥିଲା । ସେତେବେଳକୁ ୧୯୯୩ ବୋମା ବିସ୍ଫୋରଣର ମକୋଦ୍ଦମା ଚାଲିଥିଲା, ତେଣୁ ଏହାର କାହାଣୀ ଉପରେ ରୋକ ଲଗାଯାଇଥିଅ । ମାତ୍ର ମକୋଦ୍ଦମା ଶେଷ ହେବା ଆଗରୁ ୨୦୦୭ରେ ଏହାକୁ ମୁକ୍ତିଲାଭ ପାଇଁ ଅନୁମତି ଦିଆଯାଇଥିଲା । ଏହି ଚଳଚ୍ଚିତ୍ରକୁ ନେଇ ସର୍ବସାଧାରଣରେ ଜାଗିଥିବା ଲୋକପ୍ରିୟତା ପାଇଁ ଏହାକୁ ମୁକ୍ତିଲାଭର ଅନୁମତି ମିଳିଥିଲା । ଏହାପରେ ୨୦୦୭ରେ ତାଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ଅନ୍ୟ ଏକ ଚଳଚ୍ଚିତ୍ର ନୋ ସ୍ମୋକିଙ୍ଗ୍ ସମୀକ୍ଷକଙ୍କଠାରୁ ନାକାରାତ୍ମକ ପ୍ରତିକ୍ରୟା ପାଇଥିବାବେଳେ ବ୍ୟବସାୟରେ ବ‌ହୁତ ଖରାପ ପ୍ରଦର୍ଶନ କରିଥିଲା । ଏହାପରେ ୨୦୦୯ରେ ମୁକ୍ତିଲାଭ କରିଥିବା ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ଚଳଚ୍ଚିତ୍ର ଦେଭ୍.ଡିଙ୍କୁ ସମୀକ୍ଷକ ଓ ଦର୍ଶକ ପସନ୍ଦ କରିଥିଲେ ଏବଂ ଏହା ବ୍ୟବସାୟିକ ସଫଳ ମଧ୍ୟ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଦେବଦାସ ଚରିତ୍ରର ଏକ ଆଧୁନିକ ରୂପ ଥିଲା । ଏହାପରେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ୨୦୦୯ର ରାଜନୈତିକ ନାଟକ ଗୁଲ୍ଲାଲ୍ ଏବଂ ୨୦୧୧ର ଦ୍ୟାଟ୍ ଗାର୍ଲ ଇନ୍ ୟେଲ୍ଲୋ ବୁଟ୍‌ସ୍ ସଫଳ ହୋଇଥିଲା । ୨୦୧୨ରେ ମୁକ୍ତିଲାଭ କରିଥିବା ଅପରାଧ ଭିତ୍ତିକ ନାଟକ ଗ୍ୟାଙ୍ଗ୍‌ସ୍ ଅଫ୍ ୱାସେପୁରର ଦୁଇଟି ଭାଗ ଅନୁରାଗଙ୍କର ସବୁଠାରୁ ବଡ଼ ସଫଳତା ଥିଲା । ଏହି ଚଳଚ୍ଚିତ୍ରଟି ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ମନୋନୀତ ହୋଇଥିଲା ଏବଂ କିଛି ପୁରସ୍କାର ପାଇଥିଲା । ଏହାପରେ ୨୦୧୩ରେ ବମ୍ବେ ଟକିଜ୍, ୨୦୧୪ରେ ଅଗ୍‌ଲି ଏବଂ ୨୦୧୫ରେ ବମ୍ୱେ ଭେଲବେଟ ନିର୍ମାଣ କରିଥିଲେ ଅନୁରାଗ । ମାତ୍ର ଏହି ଚଳଚ୍ଚିତ୍ରଗୁଡ଼ିକ ବିଫଳ ହୋଇଥିଲା । ୨୦୧୬ ମସିହାରେ ଅନୁରାଗ ରମଣ ରାଘବ ଚଳଚ୍ଚିତ୍ରର ୨ୟ ଭାଗ ରମଣ ରାଘବ ୨.୦ ଅଭିନେତା ନବାଜ ଉଦ୍ଦିନ ସିଦ୍ଦିକଙ୍କୁ ନେଇ ନିର୍ମାଣ କରିଥିଲେ ।
 
ଚଳଚ୍ଚିତ୍ର ଦୁନିଆରେ କାମ କରିବା ବ୍ୟତୀତ ଅନୁରାଗ ମୁମ୍ବାଇର ଏକ ବେସରକାରୀ ସଂସ୍ଥା ଆଙ୍ଗନ୍‌ର ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥା ଭାରତରେ ଥିବା ଦୁର୍ବଳତମ ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଛି । ଅନୁରାଗ କଶ୍ୟପ ନାମକ ତାଙ୍କର ନିଜର ଏକ ଚଳଚ୍ଚିତ୍ର ନିର୍ମାଣ ସଂସ୍ଥା ଅଛି ।
 
 
[[ଶ୍ରେଣୀ:୧୯୭୨ ଜନ୍ମ]]