"ସଲମାନ ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଲିଙ୍କ ସଜାଡିବା
୧୯ କ ଧାଡ଼ି:
'''ସଲମାନ ଖାନ''' (ଜନ୍ମ ୨୭ ଡିସେମ୍ବର ୧୯୬୫) ଜଣେ ବଲିଉଡ଼ ଅଭିନେତା ଓ ନିର୍ଦ୍ଦେଶକ | ତାଙ୍କ ପ୍ରକୃତ ନାମ '''ଅବଦୁଲ ରଶିଦ ସଲିମ ସଲମାନ ଖାନ''' | ନିଜ ପ୍ରଶଂସକ ମାନଙ୍କ ମଧ୍ୟରେ ସେ ସଲ୍ଲୁ, ସଲ୍ଲୁ ମିୟାଁ ଓ ଭାଇଜାନ୍ ନାମରେ ଅଧିକ ଜଣାଶୁଣା | ଦକ୍ଷିଣ ଏସିଆ ଛଡ଼ା ସମଗ୍ର ପୃଥିବୀରେ ତାଙ୍କ ପ୍ରଶଂସକ ରହିଛନ୍ତି |
 
ସେ ୧୯୮୮ରେ "ବିୱି ହୋ ତୋ ଐସି" ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ, ତେବେ ତା ପର ବର୍ଷର ସୁରଜ ବଡଜାତ୍ୟାଙ୍କ ମୈନେ ପ୍ୟାର କିୟା ଚଳଚ୍ଚିତ୍ର ହିଁ ତାଙ୍କ କ୍ୟାରିୟରକୁ ପ୍ରମୁଖ ମୋଡ଼ ଦେଇଥିଲା | ତା ପରେ "ହମ୍ ଆପକେ ହୈଁ କୌନ୍" (୧୯୯୪), "କରନ୍ ଅର୍ଜୁନ୍" (୧୯୯୫), "ବିୱି ନଂ ୧" (୧୯୯୯), "ହମ୍ ସାଥ୍ ସାଥ୍ ହୈଁ" (୧୯୯୯) ପରି ହିଟ୍ ଫିଲ୍ମ ଦେଇ ସେ ସୁପରଷ୍ଟାର ପାଲଟି ଯାଇଥିଲେ | "କୁଛ୍ କୁଛ୍ ହୋତା ହୈ" ଲାଗି ତାଙ୍କୁ ସର୍ବଶ୍ରେଷ୍ଠ ସହାୟକ ଅଭିନେତାର ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା | କିଛି ବର୍ଷର ଅବନତି ପରେ ପୁଣି ୨୦୧୦ରେ ସେ "[[ଦବଙ୍ଗ]]" ଚଳଚ୍ଚିତ୍ରରୁ ନିଜ ପୂର୍ବ ଖ୍ୟାତି ଫେରିପାଇଲେ | ଏହା ପରେ "ବଡ଼ିଗାର୍ଡ଼" (୨୦୧୧), "ଏକ୍ ଥା ଟାଇଗର୍" (୨୦୧୨), "କିକ୍" (୨୦୧୪) , "ବଜରଙ୍ଗୀ ଭାଇଜାନ୍" (୨୦୧୫) ,"ପ୍ରେମ୍ ରତନ୍ ଧନ୍ ପାୟୋ" (୨୦୧୫) , "ସୁଲତାନ୍" (୨୦୧୬) ପରି ସୁପରହିଟ୍ ଫିଲ୍ମ ଦେଇସାରିଲେଣି | ଫିଲ୍ମ ଜଗତକୁ ତାଙ୍କ ଅବଦାନ ଲାଗି ତାଙ୍କୁ ମନୋରଞ୍ଜନରେ ରାଜୀବ ଗାନ୍ଧୀ ପୁରସ୍କାର ମଧ୍ୟ ମିଳିଛି |
 
ଅଭିନେତା ହେବା ଛଡ଼ା ସେ ମଧ୍ୟ ଜଣେ ମାନବତାବାଦୀ ଓ ପରୋପକାରୀ ବ୍ୟକ୍ତି | ତାଙ୍କ ସଙ୍ଗଠନ "ବିଇଙ୍ଗ ହ୍ୟୁମାନ" ମାଧ୍ୟମରେ ସେ ଅନେକ ଗରିବ ବ୍ୟକ୍ତିଙ୍କୁ ସାହାଯ୍ୟ କରିଆସିଛନ୍ତି |