"ରଣବୀର ସିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
add reference
୩୪ କ ଧାଡ଼ି:
ପିଲାଟି ଦିନରୁ ତାଙ୍କର ଅଭିନୟ ତଥା ନାଚ ପ୍ରତି ଆକର୍ଷଣ ରହିଥିଲା । ମୁମ୍ବାଇର H.R. College of Commerce and Economics ରେ ଯୋଗ ଦେବାପରେ ସେ ଅନୁଭବ କଲେ କି ଅଭିନେତା ହେବା ଏତେ ସହଜ ନୁହେଁ । ଅଭିନେତା ହେବା ନିଶାରୁ ସେ ଦୁରେଇଯାଇ ଉଚ୍ଚତର ଶିକ୍ଷା ପାଇଁ ସେ ଯୁକ୍ତରାଷ୍ଟ୍ର ଆମେରିକାର ଯାଇ ଇଣ୍ଡିଆନା ୟୁନିଭରସିଟିରୁ କଳାରେ ସ୍ନାତକ ଡିଗ୍ରୀ ହାସନ କଲେ । ତେବେ ୟୁନିଭର୍ସିଟିରେ ସେ ଅଭିନୟ ଶିକ୍ଷାରେ ରୁଚି ରଖିବା ସହ ଥିଏଟର ପାଠ୍ୟକ୍ରମକୁ ଗୋଉଣ ବିଷୟ ରୁପେ ବାଛିଥିଲେ । ୨୦୦୭ରେ ମୁମ୍ବାଇ ଫେରି କିଛି ଦିନ ବିଜ୍ଞାପନ ଦୁନିଆରେ କପି ଲେଖକ ଭାବେ ଏବଂ କିଛି ଦିନ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କଲେ । ତେବେ ଅଭିନୟ ପ୍ରତି ତାଙ୍କର ନିଶା ତାଙ୍କୁ ଅଭିନୟ ଜଗତକୁ ଟାଣିବାରେ ଲାଗିଲା । ସେ ଗୋଟାଏ ପରେ ଗୋଟାଏ ଅଡିସନ ଦେଲେ ସିନା ପ୍ରାରମ୍ବିକ ଅବସ୍ଥାରେ କୋଉଶସିଥିଲେ ସଫଳ ହେଲେ ନାହିଁ ।
 
<ref name="pinkvilla">{{cite web|title=A Star is born.|url=https://www.pinkvilla.com/entertainment/discussion/ranveer-singh-star-magazine-star-born-do-you-agree-or-not|accessdate=15 May 2018}}</ref>=== ଅଭିନୟ ଜୀବନ ===
=== ଅଭିନୟ ଜୀବନ ===
ଜାନୁଆରୀ ୨୦୧୦ରେ ୟଶରାଜ ଫିଲ୍ମସର ପାତ୍ର ମନୋନୟନ ବିଭାଗର ମୁଖ୍ୟ ଶାନୁ ଶର୍ମାଙ୍କଠାରୁ ରଣବୀରଙ୍କୁ ହିନ୍ଦୀ ଚଳଚ୍ଚିତ୍ର Band Baaja Baaraat ର ଏକ ପ୍ରମୁଖ ଭୂମିକା ପାଇଁ ଏକ ଅଡିସନ ଦେବାକୁ ଡାକରା ଆସିଲା । କମ୍ପାନୀର ଉପାଧ୍ୟକ୍ଷ ଆଦିତ୍ୟ ଚୋପ୍ରା ଅଡିସନର ଟେପ ଦେଖି ରଣବୀରଙ୍କ ଅଭିନୟରେ ପ୍ରଭାବିତ ହେଲେ ଏବଂ ତାଙ୍କୁ ମୁଖ୍ୟ ପାତ୍ର(ନାୟକ) ବିଟ୍ଟୁ ଶର୍ମା ପାଇଁ ମନସ୍ଥ କଲେ । ତେବେ ଅଧ୍ୟକ୍ଷ ମନୀଶ ଶର୍ମା ରଣବୀରଙ୍କ ଅଭିନୟ ପସନ୍ଦ କରିବା ଆଗରୁ ଆଉ କିଛିଥର ଅଡିସନ ନେଇଥିଲେ । ତେବେ ରଣବୀରଙ୍କ ଅଭିନୟ ଦକ୍ଷତାରେ ପ୍ରୀତ ହୋଇ ଚଳଚ୍ଚିତ୍ରର ବିଟ୍ଟୁ ଶର୍ମା ଭୁମିକା ପାଇଁ ତାଙ୍କୁ ମନୋନୀତ କରିନିଆଗଲା । ତାଙ୍କ ବିପକ୍ଷରେ ଅଭିନେତ୍ରୀ ଅନୁଷ୍କା ଶର୍ମା ନାୟୀକା ଭୁମିକାରେ ମନୋନୀତ ହୋଇଥିଲେ ।