"ମହାନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୦୬ କ ଧାଡ଼ି:
== ମହାନଦୀ ଜଳ ବିବାଦ ==
 
ମହାନଦୀ ବେସିନର ସମୁଦାୟ ଜଳ ସଂଗୃହୀତ କ୍ଷେତ୍ରଫଳ ମଧ୍ୟରୁ ୫୪% [[ଛତିଶଗଡ଼]]ରେ ଥିବା ବେଳେ ୪୬% [[ଓଡ଼ିଶା]]ରେ ଅଵସ୍ଥିତ । ମହାନଦୀ ଵର୍ଷାଋତୁରେ [[ଗଙ୍ଗା]] ସମାନ ଜଳ ନିଷ୍କାସନ କରିଥାଏ । ଖରାଦିନେ ଶୁଷ୍କ ହୋଇ କ୍ଷୀଣ ହୋଇଯାଏ । ଓଡ଼ିଶାରେ ବନ୍ୟା ସୃଷ୍ଟିର କାରଣ ସାଜୁଥିବାରୁ ୧୯୫୩ ମସିହାରେ [[ହୀରାକୁଦ ନଦୀବନ୍ଧ]] ସ୍ଥାପନ ହେବା ପୂର୍ଵରୁ ମହାନଦୀ ଓଡ଼ିଶାର ଦୁଃଖ ଭାଵେ ଅଭିହିତ ହେଉଥିଲା ।
 
ହୀରାକୁଦ ନଦୀବନ୍ଧକୁ ଆଗମନ ହେଉଥିବା ମହାନଦୀ ଜଳର ହାରାହାରି ମାତ୍ରା ୪୪,୭୭୩ ଅୟୁତ ଘନ ମିଟର (MCM) । ଏଥିରୁ ୩୫,୩୦୮ ଅୟୁତ ଘନ ମିଟର ଜଳ ଵା ୯୦% ଜଳ ଛତିଶଗଡ଼ରୁ ଆସିଥାଏ । ଛତିଶଗଡ଼ ୯,୦୦୦ ଅୟୁତ ଘନ ମିଟର ଜଳ ନିଜ ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ୟବହାର କରିଥାଏ । ଅନ୍ୟ ପକ୍ଷରେ ଓଡ଼ିଶା ଯୁକ୍ତି ବାଢ଼େ ଯେ, ପାକ୍ଷିକ ଭାଵେ ଛତିଶଗଡ଼ ତିନୋଟି ବ୍ୟାରେଜ ନିର୍ମାଣ କରି ଜଳ ପ୍ରବାହକୁ କ୍ଷୀଣ କରିଦେଇଛି ଯାହା ଫଳରେ ହୀରାକୁଦ ଜଳ ଭଣ୍ଡାର ଗ୍ରୀଷ୍ମ ଦିନେ ପ୍ରଭାବିତ ହେଉଛି । ପୁରାତନ କାଳରୁ ମହାନଦୀ ଜଳ ଓଡ଼ିଶା ଵ୍ୟଵହାର କରିଆସୁଥିବାରୁ ମହାନଦୀ ଜଳ ଉପରେ ଓଡ଼ିଶାର ସମ୍ପୂର୍ଣ୍ଣ ଅଧିକାର ଅଛି ଏବଂ ଛତିଶଗଡ଼ର ଯୋଜନାବଦ୍ଧ ଜଳଧାରା ପରିଵର୍ତ୍ତନ ଓଡ଼ିଶାର କୃଷି ଓ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାଵ ପକାଇବ ବୋଲି ଓଡ଼ିଶା ଯୁକ୍ତି କରେ । ଛତିଶଗଡ଼ ଯୁକ୍ତି କରେ ଯେ, ଉପର ମୁଣ୍ଡରେ ବ୍ୟାରେଜ ମହାନଦୀ ଜଳର ସମାନ ବଣ୍ଟନ କରିବ ଯାହାଯେଉଁଥିପାଇଁ ଛତିଶଗଡ଼ ଏପର୍ଯ୍ୟନ୍ତଏଯାବତ ପଦକ୍ଷେପଚିନ୍ତା ନେଇନଥିଲାକରିନଥିଲା ଆଉ ମହାନଦୀ ଜଳ ଉପରେ ତାହାର ମଧ୍ୟ ସମାନ ଅଧିକାର ଅଛି । ଏଥିରୁ ହିଁ ମହାନଦୀ ଜଳ ବିବାଦର ସୂତ୍ରପାତ ହେଲା ।<ref>‘Mahanadi row must be settled politically’
 
https://m.timesofindia.com/city/bhubaneswar/mahanadi-row-must-be-settled-politically/amp_articleshow/64141000.cms?utm_campaign=andapp&utm_medium=referral&utm_source=twitter.com&__twitter_impression=true</ref>
 
୨୦୧୭ଛତିଶଗଡ ମସିହା ବେଳକୁ ଓଡ଼ିଶା ସରକାରମଧ୍ୟରେ ହୀରାକୁଦ ଛତିଶଗଡ଼ଜଳଭଣ୍ଡାରକୁ ସରକାରଙ୍କଜଳପ୍ରବାହ ମଧ୍ୟରେଉପରେ ମହନଦୀକୁବୁଝାମଣା ନେଇନାହିଁ ଜଳବୋଲି ବିବାଦଜଣାଯାଏ ଘନୀଭୂତ। ଓଡ଼ିଶା ତରଫରୁ ଥରକୁ ଥର 'ମହାନଦୀ ବଞ୍ଚାଅ' ବିକ୍ଷୋଭ ହୋଇଥିଲା । ୨୦୧୬ ମସିହା ଶେଷ ସୁଦ୍ଧା ଏହାର କୌଣସି ସମାଧାନ ହୋଇପାରିନଥିଲା । ୨୦୧୭ ମସିହା ବେଳକୁ [[ବିଜେପି]] ଓ [[ବିଜେଡ଼ି]] ମଧ୍ୟରେ ରାଜନୈତିକ ଵିଵାଦରେଵିଵାଦ ପରିଣତବଢ଼ିବା ସହିତ ଓଡ଼ିଶା ସରକାର ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ମହନଦୀକୁ ନେଇ ଜଳ ବିବାଦ ଘନୀଭୂତ ହୋଇଥିଲା । ଏଥିସହ କେନ୍ଦ୍ର ନିକଟରେ ଓଡ଼ିଶା ସରକାର ଜଳ ବିବାଦ ସମାଧାନ ପାଇଁ ଗୁହାରି କରିଥିଲେ । ଛତିଶଗଡ଼ଦ୍ୱାରା ମହାନଦୀର ଉପର ମୁଣ୍ଡରେ ୬ଟି ନିର୍ମାଣାଧୀନ ବ୍ୟାରେଜର କାମକୁ ରୋକିବା ପାଇଁ ଓଡ଼ିଶା ତରଫରୁ ଏକ ପତ୍ର ମାଧ୍ୟମରେ ଦାବି ହୋଇଥିଲା ।<ref>ମହାନଦୀ ଜଳ ବିବାଦ ମାମଲାରେ ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଲେ ନବୀନ https://www.fastmailtv.com/news/amp/odisha/cm-writes-to-pm/6384</ref>
 
୨୦୧୭ ମସିହା ବେଳକୁ ଓଡ଼ିଶା ସରକାର ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ମହନଦୀକୁ ନେଇ ଜଳ ବିବାଦ ଘନୀଭୂତ ହୋଇଥିଲା ଓ [[ବିଜେପି]] ଓ [[ବିଜେଡ଼ି]] ମଧ୍ୟରେ ରାଜନୈତିକ ଵିଵାଦରେ ପରିଣତ ହୋଇଥିଲା । ଏଥିସହ କେନ୍ଦ୍ର ନିକଟରେ ଓଡ଼ିଶା ସରକାର ଜଳ ବିବାଦ ସମାଧାନ ପାଇଁ ଗୁହାରି କରିଥିଲେ । ଛତିଶଗଡ଼ଦ୍ୱାରା ମହାନଦୀର ଉପର ମୁଣ୍ଡରେ ୬ଟି ନିର୍ମାଣାଧୀନ ବ୍ୟାରେଜର କାମକୁ ରୋକିବା ପାଇଁ ଓଡ଼ିଶା ତରଫରୁ ଏକ ପତ୍ର ମାଧ୍ୟମରେ ଦାବି ହୋଇଥିଲା ।<ref>ମହାନଦୀ ଜଳ ବିବାଦ ମାମଲାରେ ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଲେ ନବୀନ https://www.fastmailtv.com/news/amp/odisha/cm-writes-to-pm/6384</ref>
===ଟ୍ରିବ୍ୟୁନାଲ ଗଠନ===
ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ ବ୍ୟାରେଜ ନିର୍ମାଣକୁ ବିରୋଧ କରି ଓଡ଼ିଶା ପକ୍ଷରୁ ଆନ୍ତଃରାଜ୍ୟ ଜଳବିବାଦ ଆଇନ-୧୯୫୬ର ଧାରା ୩ ଅନୁସାରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ନିକଟରେ ପିଟିସନ ଦାଖଲ କରିଥିଲେ । ଓଡ଼ିଶାର ଏହି ଆବେଦନ ପରେ କେନ୍ଦ୍ର ଏକ ବୁଝାମଣା କମିଟି ଗଠନ କରିଥିଲେ । ଯେଉଁ କମିଟି ଦୁଇଗୋଟି ବୈଠକ ଡକାଇଥିଲେ, ଏଥିରେ ଓଡ଼ିଶା ସରକାର ଯୋଗ ଦେଇନଥିବାରୁ କୌଣସି ସୁଫଳ ମିଳିପାରିନଥିଲା । ଫଳରେ ଟ୍ରିବ୍ୟୁନାଲ ଗଠନ ଜିଦରେ ଅଟଳ ଓଡ଼ିଶା ୨୦୧୭ରେ [[ସର୍ବୋଚ୍ଚ ନ୍ୟାୟାଳୟ]]ରେ ଏକ ମାମଲା ଦାଏର କରିଥିଲେ । ଓଡ଼ିଶା ପକ୍ଷରୁ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଅରିଜିନାଲ ସୁଟ ଦାଖଲ କରାଯାଇଥିଲା।<ref>ମହାନଦୀ ଜଳ ବିବାଦ ପ୍ରସଙ୍ଗ: ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଟିଓଆର ହସ୍ତାନ୍ତର http://sambad.in/india-and-beyond/mahanandi-water-issue-123283/</ref> ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ ହୁଏ ତାହେଲେ ଏହାର ଲାଭ ଛତିଶଗଡ଼ ଉଠାଇବା ସହ ଓଡ଼ିଶା କ୍ଷତିଗ୍ରସ୍ତ ହେବ ବୋଲି ଓଡ଼ିଶା କହିଥିଲା ।<ref> http://www.janatakhabar.in/ରାଜ୍ୟ/ମହାନଦୀ-ଜଳ-ବିବାଦ-ତୁରନ୍ତ-ଟ୍/</ref>୨୦୧୮ ଜାନୁଆରୀ ୨୩ରେ ସୁପ୍ରିମକୋର୍ଟ ବିଚାରପତି ଏସ ଏ ବବଦେ ଓ ଏଲ ନାଗେଶ୍ୱରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ।<ref> ମହାନଦୀ ଜଳ ବିବାଦ ମାମଲା: ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ http://www.dharitri.com/main/news/19163</ref>କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର, ଵିଚାରପତି [[ଖାନଵିଲକର]]ଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଏଥିରେ ସଦସ୍ୟ ଭାଵେ [[ପାଟଣା ଉଚ୍ଚନ୍ୟାୟାଳୟ]]ର ଵିଚାରପତି ଡକ୍ଟର [[ରଵି ରଞ୍ଜନ]] ଏବଂ [[ଦିଲ୍ଲୀ ଉଚ୍ଚନ୍ୟାୟାଳୟ]] ଵିଚାରପତି [[ଇନ୍ଦ୍ରମିତ କୌର]] ଅଛନ୍ତି । <ref>ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଅଵଗତ କରାଇଲା କେନ୍ଦ୍ର - ଧରିତ୍ରୀ ୧୮ ଏପ୍ରିଲ ୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫</ref> ସମ୍ପୂର୍ଣ୍ଣ ମହାନଦୀ ଶଯ୍ୟାରେ ଥିବା ଜଳର ପରିମାଣ, ପ୍ରତ୍ୟେକ ରାଜ୍ୟର ଯୋଗଦାନ, ପ୍ରତ୍ୟେକ ରାଜ୍ୟରେ ବର୍ତ୍ତମାନ ଜଳ ସମ୍ପଦର ଉପଯୋଗ ଏବଂ ଭବିଷ୍ୟତର ବିକାଶ ଲାଗି ରହିଥିବା ସମ୍ଭାବନା ଆଧାରରେ ଟ୍ରିବ୍ୟୁନାଲ ଏଥିପ୍ରତି ବିଚାର କରିବେ । ଆଇଏସଆରଡବ୍ଲ୍ୟୁଡି ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ ଏବଂ ଆବଶ୍ୟକତା ସ୍ଥଳେ ଏହାକୁ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।<ref>http://www.pmindia.gov.in/ory/news_updates/ମହାନଦୀ-ଜଳ-ବିବାଦ-ଟ୍ରିବ୍ୟୁ/</ref> ଟ୍ରାଇବୁନାଲର ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ରହିବ ବୋଲି ସ୍ଥିର କରାଯାଇଥିଲା ।<ref>ଗଠନ ହେଲା ମହାନଦୀ ଜଳ ବିବାଦ ଟ୍ରାଇବୁନାଲ http://www.samajalive.in/a-42/2662.html</ref>
 
===ଶୁଣାଣି===
 
===ପ୍ରତିକ୍ରିୟା===
ଯେଉଁଠି ଛତିଶଗଡ଼ ସରକାର ନିଜ ଜଳ ସମ୍ପଦକୁ ସୁବିନିଯୋଗ କରିବାରେ ବହୁତ ପୂର୍ଵରୁ ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି, ନବୀନ ସରକାର ତାଙ୍କର ୨୦ ବର୍ଷ ଶାସନକାଳ ସମୟରେ ମହାନଦୀ ଉପରେ କୌଣସି ଵି ଉନ୍ନୟନ ମୂଳକ କାର୍ଯ୍ୟ କରିନାହାଁନ୍ତି ଓ ଜଳ ସଂରକ୍ଷଣ ନକରି ସମୁଦ୍ରକୁ ବହିଯିବାକୁ ଦେଇଛନ୍ତି । କେବଳ ମହାନଦୀ ନୁହେଁ ରାଜ୍ୟର ଅନ୍ୟ ନଦୀର ଜଳସମ୍ପଦକୁ ସୁବିନିଯୋଗ ନକରି ରାଜ୍ୟ ସରକାର ଅନ୍ୟ ଉପରେ ଦୋଷ ଲଦି ଖସିଯିବାକୁ ବସିଛନ୍ତି ଓ କେବଳ ନିର୍ବାଚନ ପାଇଁ ବିଜେଡି ମହାନଦୀ ପ୍ରସଙ୍ଗକୁ ଉଠାଇ ଲୋକଙ୍କୁ ବିଭ୍ରାନ୍ତି କରି ଚାଲିଛି ବୋଲି ବିଜେପି ପକ୍ଷରୁ ସମାଲୋଚନା କରାଯାଇଥିଲା ।<ref>ମହାନଦୀ ପ୍ରସଙ୍ଗକୁ ନେଇ ଶାସକ ବିଜେଡିର ଆଚରଣ ହାସ୍ୟାସ୍ପଦ: ବିଜେପି h
 
ମହାନଦୀ ପ୍ରସଙ୍ଗକୁ ନେଇ ଶାସକ ବିଜେଡିର ଆଚରଣ ହାସ୍ୟାସ୍ପଦ: ବିଜେପିhttp://odiapua.com/ମହାନଦୀ-ପ୍ରସଙ୍ଗକୁ-ନେଇ-ଶାସ/</ref>
 
ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ରାଜ୍ୟ ସରକାର ୨୯ଟି ମଧ୍ୟମ, ବୃହତ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ବୋଲି ୨୦୧୮ ମେ ୧୨ତାରିଖରେ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଥିଲେ । ମହାନଦୀର ତଳମୁଣ୍ଡରେ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ୭ଟି ସ୍ଥାନ ଚିହ୍ନଟ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି, କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗଠାରୁ ଅନୁମତି, କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି) ଏବଂ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟଠାରୁ ଅନୁମତି ମିଳିବା ପରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ । ଖଇରାମାଳଠାରେ ଏକ ବ୍ୟାରେଜ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ୨ଟି ବୃହତ ନଦୀବନ୍ଧ ପ୍ରକଳ୍ପ ଇବ ଓ ଅଙ୍ଗ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ, ଚିଲିକାର ଜଳରାଶି ଓ ଜୈବ ବିବିଧତା ବଜାୟ ରଖିବା ପାଇଁ ମହାନଦୀର ଶାଖାନଦୀ କାଠଯୋଡ଼ିରୁ ବାହାରିଥିବା କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀ ଜଳ ପରିଚାଳନା ପାଇଁ ସ୍ବତନ୍ତ୍ର ଯୋଜନା କରାଯିବା ନିଷ୍ପତ୍ତି ନିଆଯାଇଥିବାର ଘୋଷଣା କରିଥିଲେ ।<ref>ମହାନଦୀ ତଳମୁଣ୍ଡରେ ନିର୍ମାଣ ହେବ ୭ ବୃହତ ବ୍ୟାରେଜ http://www.dharitri.com/main/news/36794</ref>
===ମହାନଦୀ ବଞ୍ଚାଅ ଦ୍ଵିତୀୟ ପର୍ଯ୍ୟାୟ ଆନ୍ଦୋଳନ===
୨୦୧୮ମେ ୧୬ରୁ ମହାନଦୀ ଉପକୂଳବର୍ତ୍ତୀ ୧୫ଟି ଜିଲ୍ଲାମାନଙ୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଜେଡ଼ି ତରଫରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ଡାକରା ଦିଆଯାଇଥିଲା । [[ବରଗଡ଼]] ଓ [[ଝାରସୁଗୁଡ଼ା]]ରୁ ଆରମ୍ଭ କରି [[ପାରାଦୀପ]]ଠାରେ ଶେଷ ହେବ ।<ref>ମହାନଦୀ ମହାସଂଗ୍ରାମ : ମେ ୧୬ରୁ ବିଜେଡ଼ିର ଜନ ଜାଗରଣ ଯାତ୍ରା https://m.dailyhunt.in/news/india/oriya/odisha+live-epaper-odishliv/mahanadi+mahasangrama+me+16ru+bijedira+janajagarana+yatra-newsid-86976203?listname=topicsList&index=0&topicIndex=0&mode=pwa</ref>
 
== ଆଧାର ==
"https://or.wikipedia.org/wiki/ମହାନଦୀ"ରୁ ଅଣାଯାଇଅଛି