"ଜର୍ଜ ବର୍ଣ୍ଣାଡ ଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୯ କ ଧାଡ଼ି:
== ସାହିତ୍ୟିକ କୃତି ==
ଶଙ୍କ ପ୍ରଥମ ସାହିତ୍ୟିକ କୃତିସବୁ ମୁଖ୍ୟତଃ ପୁଞ୍ଜିବାଦ ଜନିତ ସମସ୍ୟା ତଥା ସାମାଜିକ ଏବଂ ନୈତିକ ସମସ୍ୟାଗୁଡିକ ଉପରେ ଆଧାରିତ ଥିଲା । ୧୮୯୨ରେ ରଚିତ ଏହିପରି ଏକ ନାଟକ ହେଉଛି " Widower’s Houses" । ତେବେ ତତ୍କାଳୀନ ସମୟରେ ଶଙ୍କ ରଚିତ ଏହିସବୁ ଲେଖା ସେତେଟା ଆଦୃତ ହୋଇପାରି ନ ଥିଲା । ହେଲେ, ପରବର୍ତ୍ତୀ ସମୟରେ ରଚିତ କିଛି ଲେଖା ଯେପରିକି Candida and John Bull’s Other Island (1904) ଏବଂ Major Barbara ଲୋକଙ୍କ ଦ୍ଵାରା ବେଶ ଆଦୃତ ହେଲା । ତାଙ୍କର ବହୁଚର୍ଚ୍ଚିତ ଲେଖା " Pygmalion" ସେ ଖ୍ୟାତନାମା ବ୍ରିଟିଶ ଅଭିନେତ୍ରୀ ପାଟ୍ରିକ କ୍ୟାମ୍ପବେଲଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । କ୍ୟାମ୍ପବେଲଙ୍କୁ ଲେଖିଥିବା ଅନେକ ବ୍ୟକ୍ତିଗତ ପତ୍ରରୁ ଏକଥା ଜଣାଯାଏ ଯେ ଶ କ୍ୟାମ୍ପବେଲଙ୍କୁ ପସନ୍ଦ କରୁଥିଲେ ଏବଂ ତାଙ୍କ ତାଙ୍କ ପ୍ରେମିକା ଉଦ୍ଦେଶ୍ୟରେ ଏହି ବହିଟି ଲେଖିଯାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ନାଟକଟିର କଥାବସ୍ତୁ ଉପରେ ଆଧାରିତ ଦୁଇଟି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ।.୧୯୧୪ ମସିହା ବେଳକୁ ତାଙ୍କ ଲିଖିତ ଏକ ପ୍ରବନ୍ଧ " Common Sense about The War" ପାଇଁଁ ତାଙ୍କୁ ଅନେକ ସମାଲୋଚନାର ପାତ୍ର ହେବାକୁ ପଡିଥିଲା । ଏପରିକି, ଶଙ୍କ ଲୋକପ୍ରିୟତା ଅନେକ ପରିମାଣରେ ହ୍ରାସ ପାଇଲା । କିନ୍ତୁ ୧୯୨୪ରେ ପ୍ରକାଶିତ ତାଙ୍କ ଲେଖା "Saint Joan" ତାଙ୍କୁ ପୁଣି ଖ୍ୟାତି ଆଣିଦେଲା ।
 
ଶଙ୍କର କିଛି ଜଣାଶୁଣା ସାହିତ୍ୟିକ କୃତି:
 
*Man and Superman
*John Bulls other Island
*Major Barbara
* The Doctors Dillema
 
== ସାମାଜିକ ଜୀବନ ==