"ଲେଡି ଗାଗା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୦ କ ଧାଡ଼ି:
 
ଗାଗାଙ୍କର ୨ୟ ବଡ଼ ଆଲବମ୍ ''ବର୍ଣ୍ ଦିସ୍ ୱେ'' ୨୦୧୧ରେ ଇଲେକ୍ଟ୍ରୋନିକ୍ ରକ୍ ଏବଂ ଟେକ୍ନୋ ତରିକାରେ ପ୍ରସ୍ତୁତ କରାଯାଇଥିଲା । ପ୍ରଥମ ସପ୍ତାହରେ ହିଁ ଏହି ଅଲବମ୍‌ଟି ୧୦ ଲକ୍ଷରୁ ଅଧିକ ଲୋକ କିଣିଥିଲେ । ଏହି ଆଲବ‌ମ୍‌ର ଶୀର୍ଷକ ଗୀତଟି ଆଇଟ୍ୟୁନ୍ ଷ୍ଟୋରରୁ ଗୋଟିଏ ସପ୍ତାହରୁ କମ୍ ସମୟରେ ୧୦ ଲକ୍ଷରୁ ଅଧିକଥର ଡାଉନ୍‌ଲୋଡ୍ ହୋଇଥିଲା । ଏହାପରେ ୨୦୧୩ରେ ତାଙ୍କର ୩ୟ ଆଲବମ୍ ଯୁକ୍ତରାଷ୍ଟ୍ର ଆମେରିକାରେ ବ‌ହୁଳ ବ୍ୟବସାୟ କରିବା ସ‌‌ହ ଅନେକ ଲୋକଙ୍କର ମନ‌କୁ ଜିଣିଥିଲା ଓ ଇତିହାସ ରଚନା କରିଥିଲା । ୨୦୧୫ରେ ଗାଗା ଆମେରିକାର ଏକ ଦୂରଦର୍ଶନର ଏକ ଧାରାବାହିକରେ ଅଭିନୟ କରିଥିଲେ । ସେ ୨୦୧୫-୨୦୧୬ରେ ପ୍ରସାରିତ ଆମେରିକୀୟ ଧାରାବାହିକ ''ଆମେରିକାନ୍ ହରର୍ ଷ୍ଟୋରୀ: ହୋଟେଲ୍''‌ରେ ଅଭିନୟ କରିଥିଲେ । ଏହି ଧାରାବାହିକରେ ତାଙ୍କର ଅଭିନୟ ପାଇଁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୧୬ ମସିହାରେ ଗାଗାଙ୍କର ମୁକ୍ତିଲାଭ କରିଥିବା ୫ମ ଆଲବମ୍ ଆମେରିକାର ଜଣେ ମ‌ହିଳାଙ୍କର ୨୦୧୦ ପରେ ଚାରୋଟି ଆଲବମ୍‌ର ରେକର୍ଡ଼ କରିଥିଲା । ୨୦୧୭ ଫେବୃଆରୀରେ ଗାଗା ସୁପର୍ ବଉଲ୍ ଏଲ୍‌.ଆଇ. ହାଫ୍‌ଟାଇମ୍ ସୋରେ ଗୀତ ଗାଇଥିଲେ, ଯେଉଁଠି ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା ।
 
୨୦୧୬ ଜାନୁଆରୀ ସୁଦ୍ଧା ଗାଗାଙ୍କର ୨ କୋଟି ୭୦ ଲକ୍ଷରୁ ଅଧିକ ଆଲବମ୍ ବିକ୍ରି ହୋଇଥିଲା ଏବଂ ୧୪ କୋଟି ୬୦ ଲକ୍ଷରୁ ଅଧିକ ସମୁଦାୟ ଗୀତ ବିକ୍ରି ହୋଇଥିଲା । ଏହି ରେକର୍ଡ଼ ସବୁଠାରୁ ଅଧିକ ବିକ୍ରି ହୋଇଥିବା ଗୀତ କଳାକାରଙ୍କ ମଧ୍ୟରେ ଗାଗାଙ୍କୁ ସ୍ଥାନିତ କରିଥିଲା । ଗାଗାଙ୍କୁ ମିଳିଥିବା ପୁରସ୍କାର ଭିତରେ ଅନେକ ବିଶ୍ୱ ରେକର୍ଡ଼, ତିନୋଟି ବ୍ରିଟ୍ ପୁରସ୍କାର, ଛଅଟି ଗ୍ରାମି ପୁରସ୍କାର ଏବଂ ଅନେକ ପୁରସ୍କାର ଉତ୍ସବରେ ପରସ୍କୃତ ହୋଇଛନ୍ତି ଏବଂ ମନୋନୀତ ହୋଇଛନ୍ତି । ବିଲ୍‌ବୋର୍ଡ଼ ପତ୍ରିକା ଗାଗାଙ୍କୁ ଅନେକ ସଫଳପୂର୍ଣ୍ଣ ସ୍ଥାନରେ ସ୍ଥାନିତ କରିବା ସ‌ହ ଶ୍ରେଷ୍ଠ କଳାକାର ଭାବରେ ମଧ୍ୟ ସମ୍ମାନିତ କରିଥିଲା । ୨୦୧୧ରେ ତାଙ୍କୁ ଟାଇମ୍ ପତ୍ରିକା ବିଶ୍ୱର ଶ୍ରେଷ୍ଠ ୨ୟ କଣ୍ଠଶିଳ୍ପୀ ଭାବରେ ଏବଂ ୨୦୧୨ରେ ଭିଏଚ୍‌1 ତାଙ୍କୁ ଶ୍ରେଷ୍ଠ ମ‌ହିଳା କଣ୍ଠଶିଳ୍ପୀ ତାଲିକାରେ ୪ର୍ଥ ସ୍ଥାନରେ ରଖିଥିଲା । ୨୦୧୫ରେ ବିଲ୍‌ବୋର୍ଡ଼ର ସର୍ଭେକ୍ଷଣ ତାଙ୍କୁ ଶ୍ରେଷ୍ଠ ମ‌ହିଳା କଣ୍ଠଶିଳ୍ପୀ ଭାବରେ ସ୍ଥାନିତ କରିଥିଲା । ଗୀତ ବ୍ୟତୀତ ଗାଗା ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟ ସମେତ ବିଭିନ୍ନ ଅଣଲାଭକାରୀ ସଂସ୍ଥା ସ‌ହ ଯୋଡ଼ିହୋଇଛନ୍ତି ଏବଂ LGBT ଅଧିକାର ପାଇଁ ସେ ମୁଖ୍ୟତଃ କାର୍ଯ୍ୟ କରିଆସୁଛନ୍ତି ।
 
==ଆଧାର==