"ମାୟା ଏଞ୍ଜେଲୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୬ କ ଧାଡ଼ି:
ସେ ଅନେକ କିଛିରେ କାର୍ଯ୍ୟ କରିବା ପରେ କବି ଏବଂ ଲେଖକ ହୋଇଥିଲେ । ସେ ତାଙ୍କର ଯୁବାବସ୍ଥାରେ ରୋଷେୟା, ସେକ୍ସ ୱାର୍କର୍, ରାତିରେ କ୍ଲବ୍‌ରେ ନୃତ୍ୟ କରିବା, ''ପୋର୍ଗି ଆଣ୍ଡ ବେସ୍'' ଅପେରାରେ ନାଟକରେ ଅଭିନୟ କରିବା, ଦକ୍ଷିଣୀ ଖ୍ରିଷ୍ଟିଆନ ନେତୃ ସମ୍ମିଳନୀର ଆୟୋଜିକା ଏବଂ ଇଜିପ୍ଟ ଓ ଘାନାରେ ସମ୍ୱାଦ‌ଦାତା ଭାବରେ କାର୍ଯ୍ୟ କରିଥିଲେ । ସେ ବିଭିନ୍ନ ଚଳଚ୍ଚିତ୍ର ତଥା ସାଧାରଣ ଗଣମାଧ୍ୟମ ଓ ଦୂରଦର୍ଶନର ଜଣେ ଅଭିନେତ୍ରୀ, ଲେଖିକା, ନିର୍ଦ୍ଦେଶିକା ଏବଂ ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ । ୧୯୮୨ ମସିହାରେ ତାଙ୍କୁ ଆମରିକୀୟ ପାଠ୍ୟକ୍ରମର ପ୍ରଥମ ଅଧ୍ୟାପକଙ୍କ ନାମାନୁସାରେ ଥିବା ଉପାଧୀରେ ଉତ୍ତର କାଲିଫର୍ଣ୍ଣିଆର ୱାସିଂଟନ-ସଲେମ୍‌ର ୱେକ୍ ଫରଷ୍ଟ ବିଶ୍ୱବିଦ୍ୟାଳୟ ନାମିତ କରିଥିଲା । ସେ ମାନବାଧିକାର ଆନ୍ଦୋଳନର ଜଣେ ନିୟମିତ ସଦସ୍ୟ ଭାବରେ ମାର୍ଟିନ୍ ଲୁଥର୍ କିଙ୍ଗ୍ ଜୁନିଅର ଏବଂ ମାଲ୍‌କୋଲମ୍ ଏକ୍ସ‌ଙ୍କ ସ‌ହ କାର୍ଯ୍ୟ କରିଆସୁଥିଲେ । ୯୦ ଦଶକର ଆରମ୍ଭରେ ସେ ମାତ୍ର ଗୋଟିଏ ବର୍ଷରେ ପାଖାପାଖି ୮୦ ଥର ସମ୍ମାନ‌ଜନ‌କ ପୁରସ୍କାର ଗ୍ରହଣ କରିଥିଲେ । ୧୯୯୩ ମସିହାରେ ଆମରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍‌ଙ୍କର ପଦବୀଗ୍ରହଣ ସଭାରେ ମାୟା "ଓନ୍ ଦ ପଲ୍ସ ଅଫ୍ ମର୍ଣ୍ଣିଙ୍ଗ୍"‌ କବିତା ଆବୃତି କରିଥିଲେ । ୧୯୬୧ ମସିହାରେ ରୋବର୍ଟ ଫ୍ରୋଷ୍ଟ ଜନ୍‌ ଏଫ୍. କେନେଡ଼ୀ‌ଙ୍କର ପଦବୀଗ୍ରହଣ ସଭାରେ ପ୍ରଥମଥର ପାଇଁ ଏହିଭଳି କବିତା ଆବୃତି କରିଥିଲେ ଏବଂ ମାୟ ୨ୟ ବ୍ୟକ୍ତି ଭାବରେ ନିମନ୍ତ୍ରିତ ହୋଇଥିଲେ ।
 
ଆଇ ନୋ ହ୍ୱାଏ ଦ କେଜ୍‌ଡ୍ ବାର୍ଡ଼ ସିଙ୍ଗ୍‌ସ୍ ବ‌ହିର ପ୍ରକାଶନ ପରେ ମାୟା ଏଞ୍ଜେଲୋ ସର୍ବସାଧାରଣରେ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ବଖାଣିବା ଆରମ୍ଭ କରିଥିଲେ । ଆମରିକାରେ ଥିବା କଳାଗୋରା ଭେଦଭାବ ପାଇଁ ସେ କଳାଲୋକମାନଙ୍କର ଏବଂ ମ‌ହିଳାମାନଙ୍କର ପ୍ରବକ୍ତା ଭାବରେ ସମ୍ମାନ ପାଇଥିଲେ ଏବଂ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ସେଠାରେ ଚାଲିଥିବା କଳା-ଗୋରା ଭେଦଭାବ ବିରୁଦ୍ଧରେ ପ୍ରତିବାଦର ସ୍ୱର ଭଳି କାର୍ଯ୍ୟ କରିଥିଲା । ତାଙ୍କର ଏହି ଭଳି କାର୍ଯ୍ୟ ପାଇଁ ସେ ବିଭିନ୍ନ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟମାନଙ୍କରେ ସାରା ବିଶ୍ୱରେ ଆଦୃତ ହୋଇଥିଲେ, ମାତ୍ର ତାଙ୍କର ଏହିଭଳି କିଛି କାର୍ଯ୍ୟ ପାଇଁ ଯୁକ୍ତରାଷ୍ଟ୍ର ଆମରିକାର କିଛି ପାଠାଗାରରେ ତାଙ୍କର ବ‌ହି ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଥିଲା । ମାୟା ଏଞ୍ଜେଲୋଙ୍କର ଆତ୍ମକଥାରେ ପ୍ରକାଶ ପାଇଥିବା ସାତୋଟି କାଳ୍ପନିକ ବ‌ହି ତାଙ୍କୁ ସବୁଠାରେ ଲୋକପ୍ରିୟ କରାଇଥିଲା ଏବଂ ସମୀକ୍ଷକମାନେ ମଧ୍ୟ ଏହାକୁ ତାଙ୍କର ନିଜର କାହାଣୀ ଭାବରେ ଦର୍ଶାଇଥିଲେ । ସେ ତାଙ୍କର ଏହି ଆତ୍ମକଥାର ସାତୋଟି ବ‌ହିକୁ ଅନେକ ପ୍ରତିବନ୍ଧ ସତ୍ୱେ ଲେଖିଥିଲେ ଏବଂ ଲେଖିବାର ଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇଦେଇଥିଲେ ।
 
==ଆଧାର==