"କେଳା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୭ କ ଧାଡ଼ି:
=== ସାପୁଆ କେଳା ସମାଜର ନିୟମକାନୁନ ===
ଅତୀତରେ ରାଜଶାସନ କାଳରେ ରାଜାଙ୍କ ଦ୍ୱାରା ଶାଢ଼ୀ ପାଇଥିବା 'ବେହେରା' ସାପୁଆ କେଳା ଜାତିର ରାଜା ଭାବେ ପରିଗଣିତ ହେଉଥିଲେ । ତାଙ୍କ କହିବା କଥାକୁ ଆଇନ ଭାବେ ବାକି ସମସ୍ତେ ମାନୁଥିଲେ । ଅବଜ୍ଞା କଲେ ଆର୍ଥିକ ଦଣ୍ଡ ଦେବା କିମ୍ବା ଜାତିରୁ ବାଛନ୍ଦ ହେବାକୁ ପଡୁଥିଲା ।<ref>ପିଲାଙ୍କ ଭାଷା ଓ ସାହିତ୍ୟ -ପଞ୍ଚମ ଭାଗ, ପୁସ୍ତକ ମନ୍ଦିର ପ୍ରା:ଲି:, ପୃଷ୍ଠା-୭୮</ref>
==ସାପଖେଳ==
କେଳା ପେଡ଼ିରୁ ସାପଟି ଆଣି ତଳେ ଛାଡ଼ିଦିଏ । ବାଁ ହାତରେ ସାପର ଲାଞ୍ଜକୁ ଧରି ଡାହାଣ ହାତରେ ଡମ୍ବରୁ ବଜାଏ । ଡମ୍ବରୁ ଶବ୍ଦ ଶୁଣି ସାପ ନିଜର ଫଣା ଟେକି ରୁହେ । କେଳା ପଦ୍ମତୋଳା ବୋଲେ:
<blockquote><poem>
କଂସରଘରଣୀ ପଦ୍ମାବତୀ ରାଣୀ
ସେ କଲେ ଧନନ୍ତିରି ଓଷା
ଲକ୍ଷେ ଭାର ପଦ୍ମ ଦେବୁ କି କହ୍ନାଇ
ନଥିବ ପାଖୁଡ଼ା ମିଶା
କି ଗୋବିନ୍ଦ ହରେ ।
ନେତେଇ ଧୋବଣୀ ସୁକୁଟୀ ଚମାରୁଣୀ
ବାଙ୍କି କେଉଟୁଣୀ ପତ୍ର ସଉରୁଣୀ
ଚାରି ଗୁରୁସର୍ପ ଖେଳାଉଛି ତୋତେ
କି ଗୋବିନ୍ଦ ହରେ ।
ମାତା ଗୋ ଯଶୋବନ୍ତୀ ଗୋପରେ ଜାତ ହେଲେ
ଶତ୍ରୁକୁ କେମନ୍ତେ ମାରିବା
କି ଗୋବିନ୍ଦ ହରେ ।
ମଞ୍ଚାରୁ ପଡ଼ି ମାମୁଁ ମଲା
ମୋତେ ତ ଦଇବ ରଖିଲା
ମାମୁଁର ଲାଗି ମାଇଁ କାନ୍ଦୁଛୁ କାହିଁ ପାଇଁ
ମାମୁଁର ବଦଳି ମୁହିଁ
କି ଗୋବିନ୍ଦ ହରେ
କଂସରଘରଣୀ ପଦ୍ମାବତୀ ରାଣୀ
ସେ କଲେ ଧନନ୍ତିରି ଓଷା
ଆ .............. ଆ .......................
ଲକ୍ଷେ ଭାର ପଦ୍ମ ଦେବୁ କି କହ୍ନାଇ
ନଥିବ ପାଖୁଡ଼ା ମିଶା
କି ଗୋବିନ୍ଦ ହରେ ।
...........................ଇତ୍ୟାଦି ଇତ୍ୟାଦି ।
</poem></blockquote>
ପ୍ରକୃତରେ ସାପ କେଳାର ପଦ୍ମତୋଳାକୁ ଶୁଣେନାହିଁ । କାରଣ ତା'ର କାନ ନାହିଁ । ସେ ଖାଲି କେଳାର ହାତର ଡମ୍ବରୁକୁ ଲକ୍ଷ୍ୟ କରି ମୁଣ୍ଡ ହଲାଇ ଥାଏ । ବେଳେ ବେଳେ ସେ ଅନ୍ୟମନସ୍କ ହୋଇ ଅନ୍ୟ ଆଡକୁ ଚାଲିଯାଏ । ସେହି ସମୟରେ କେଳା ବାଁ ହାତରେ ତା' ଲାଞ୍ଜକୁ ଟାଣି ଆଣେ । ଫଳରେ ସାପ ପୁନର୍ବାର ଫଣା ଟେକି ଖେଳେ ।
ସାପର ବିଷଦାନ୍ତକୁ କେଳା ପ୍ରତିମାସରେ କାଟିଦିଏ । ଏଣୁ ସାପ ଚୋଟ ମାରିଲେ କେଳାର କିଛି କ୍ଷତିହୁଏ ନାହିଁ ।<ref>ପିଲାଙ୍କ ଭାଷା ଓ ସାହିତ୍ୟ -ପଞ୍ଚମ ଭାଗ, ପୁସ୍ତକ ମନ୍ଦିର ପ୍ରା:ଲି:, ପୃଷ୍ଠା-୭୮-୭୯</ref>
 
== ଆଧାର ==
"https://or.wikipedia.org/wiki/କେଳା"ରୁ ଅଣାଯାଇଅଛି