"ବାନ୍ଧବଗଡ଼ ଜାତୀୟ ଉଦ୍ୟାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୦ କ ଧାଡ଼ି:
ସୀତାର ମୃତ୍ୟୁ ପରେ '''''ମୋହିନୀ''''' ନାମକ ବାଘୁଣୀ ବାନ୍ଧବଗଡ଼ର ଏକ ବଡ଼ ଇଲାକା ନିୟନ୍ତ୍ରଣ କରିବାକୁ ଲାଗିଲା । ସେ '''''ମହାମାନ''''' ନାମକ ଏକ ଅଣ୍ଡିରା ବାଘର ସଙ୍ଗିନୀ ଥିଲା । ଏକ ଗାଡ଼ି ସହ ଦୁର୍ଘଟଣାରେ ମୋହିନୀ ପ୍ରାଣ ହରାଇଥିଲା ।
 
୨୦୦୦ ମସିହାରେ ବହୁତ ବୁଢ଼ା ହୋଇଯିବା ପରେ ଚାର୍ଜର୍ କ୍ରମେ ନିଜ କ୍ଷେତ୍ରରୁ ଅନ୍ୟ ଯୁବ ବାଘଙ୍କ ଦ୍ଵାରା ବିତାଡ଼ିତ ଓ କ୍ଷତବିକ୍ଷତ ହୋଇ ମୃତ୍ୟୁବରଣ କରିଥିଲା । ବାନ୍ଧବଗଡ଼ର ଚାର୍ଜର୍ ପଏଣ୍ଟ୍ ନାମକ ଏକ ସ୍ଥାନରେ ଚାର୍ଜର୍‍କୁ ମୃତ୍ୟୁ ପରେ ପୋତାଯାଇଥିଲା । ନିଜ ବୃଦ୍ଧ ଜୀବନର ଶେଷ କିଛି ଦିନ ଚାର୍ଜର୍ ଏହି ଚାର୍ଜର୍ ପଏଣ୍ଟ୍ ଆଖାପାଖି ଇଲାକାରେ ଅତିବାହିତ କରିଥିଲା । ୨୦୦୩ରୁ ୨୦୦୬ ମସିହା ମଧ୍ୟରେ ଚାର୍ଜର୍‍ର ଅନେକ ବଂଶଧର ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁ ବରଣ କରିଥିଲେ । ବି୧ (ବି-ୱାନ୍) ବିଦ୍ୟୁତ୍ ଆଘାତରେ, ବି୩ (ବି-ଥ୍ରି) ଅବୈଧ ଶିକାରୀଙ୍କ ହାତରେ ମୃତ୍ୟୁବରଣ କରିଥିଲେ । ବାଘୁଣୀ ସୀତା ମଧ୍ୟ ଅବୈଧ ଶିକାର ଯୋଗୁଁ ବଳି ପଡ଼ିଥିଲା । ଚାର୍ଜର୍‍ର ମୃତ୍ୟୁ ପରେ ନିଜ ଯୁବାବସ୍ଥାରେ ଥିବା ବି୨ ଏକ ବଡ଼ ଇଲାକା ନିୟନ୍ତ୍ରଣ କରିବାକୁ ଲାଗିଲା ଓ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ରାଜା ହୋଇ ରହିଥିଲା । ବଳିଷ୍ଠ ଓ ଶକ୍ତିଶାଳୀ ବି୨ ଏବଂ '''''ସିଦ୍ଧବାବା ବାଘୁଣୀ'''''ର (ସିଦ୍ଧବାବା ଇଲାକାର ବାଘୁଣୀ) ମିଳନରୁ ୩ଟି ବାଘଛୁଆ ଜନ୍ମ ହଇଥିଲେହୋଇଥିଲେ । ତିନିଜଣଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ବାଘଛୁଆ ପ୍ରଥମେ ୨୦୦୮ ମସିହାରେ ଠାବ ହୋଇଥିଲା ଓ ତାହାକୁ '''''ବାମେରା''''' ନାମିତ କରାଯାଇଥିଲା । ବର୍ତ୍ତମାନପରେ ବାମେରା ମଧ୍ୟ ବାନ୍ଧବଗଡ଼ର ଏକ ବଡ଼ ଇଲାକାର ରାଜା ହେଲା । ୨୦୧୧ ନଭେମ୍ଵର ମାସରେ ବି୨ ମୃତ୍ୟୁବରଣ କରିଥିଲା । ବି୨ର ଶବ ବ୍ୟବଚ୍ଛେଦରୁତା’ର ମୃତ୍ୟୁ ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ କାରଣ (ବୃଦ୍ଧାବସ୍ଥା) ଯୋଗୁଁ ହୋଇଥିବା ଜଣା ପଡ଼ିଲା । କିନ୍ତୁ ଅଣ-କୋର୍ ଅଞ୍ଚଳର କେତେକ ଗ୍ରାମବାସୀ ବି୨କୁ କ୍ଷତାକ୍ତ କରିଥିଲେ ଓ ତାହା ବି୨ର ମୃତ୍ୟୁର କାରଣ ଥିଲା ବୋଲି କିଛି ବ୍ୟକ୍ତି ଦାବୀ କରିଥିଲେ ।
 
ବାନ୍ଧବଗଡ଼ର ତାଲା ଇଲାକାର ରାଜା ଭାବେ ବାମେରା ବହୁଦିନ ଶାସନ କଲା ଓ ନିକଟ ଅତୀତରେ ମୃତ୍ୟୁବରଣ କରିଥିଲା । ତେବେ ୨୦୧୫ ମସିହା ବେଳକୁ ବାନ୍ଧବଗଡ଼ରେ ଅନେକ ଯୁବ ଅଣ୍ଡିରା ବାଘ ବାମେରାର ରାଜତ୍ଵକୁ ଆହ୍ଵାନ ଦେଇ ଆସିଛନ୍ତି । '''''ବ୍ଲୁ ଆଏସ୍''''' (ନୀଳାକ୍ଷ) ଓ '''''ମୁକୁନ୍ଦ''''' ଯଥାକ୍ରମେ ମଗଧୀ ଓ ଖିତୌଲି ଇଲାକାର ମୁଖ୍ୟ ବାଘ ଥିଲେ । ବ୍ଲୁ ଆଏସ୍ ଚିକିତ୍ସା ବେଳେ ଅତ୍ୟଧିକ ଔଷଧ ଦିଆଯିବା କାରଣରୁ ମୃତ୍ୟୁ ବରଣ କରିଥିଲା । ବାନ୍ଧବଗଡ଼ରେ ବାରମ୍ଵାର ଦର୍ଶନ ଦେଇଥିବା କିଛି ବାଘୁଣୀ ହେଲେ '''''ରାଜବେହେରା''''', '''''ମିର୍ଚୈନି''''', '''''ବନ୍‍ବେହି''''', '''''ଶୁଖି ପତ୍ତିୟାଁ''''', '''''ଡମ୍‍ଡମା''''' । ବର୍ତ୍ତମାନ ସମୟରେ ବାନ୍ଧବଗଡ଼ରେ ଅନେକ ତରୁଣ ବାଘ ଓ ଶାବକ ବାଘ ରହିଛନ୍ତି ।