"ବାନ୍ଧବଗଡ଼ ଜାତୀୟ ଉଦ୍ୟାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୨ କ ଧାଡ଼ି:
 
== ମହାବଳ ବାଘ ==
<gallery mode="packed">
Bamera Tiger bandhavgarh.jpg|ବାନ୍ଧବଗଡ଼ର ପୂର୍ବତନ ରାଜା ବାମେରା
Tiger cubs Bandhavgarh.jpg|ନିଜ ଛୁଆଙ୍କ ସହ ରାଜବେହେରା ବାଘୁଣୀ କଚ୍ଚା ସଫାରୀ ସଡ଼କ ଉପରେ ଶୋଇ ବିଶ୍ରାମ କରୁଛି
SPOTTY the tigress.jpg|ବାନ୍ଧବଗଡ଼ ବାଘୁଣୀ ସ୍ପୋଟ୍ଟି (Spotty)
Sukhi Patiah Cub.jpg|ଶୁଖି ପତ୍ତିୟାଁ ବାଘୁଣୀର ଛୁଆ
Quenching the Summer Thirst.jpg|ବାନ୍ଧବଗଡ଼ର କନ୍-କଟି ବାଘୁଣୀ
Tiger Paws.jpg|ଭିଜାମାଟିରେ ଚାଲି ଯାଇଥିବା ବାଘର ପଞ୍ଝା ଚିହ୍ନ
</gallery>
 
ବାନ୍ଧବଗଡ଼ର ବାଘ ଘନତା ବିଶ୍ଵର ଅନ୍ୟ ଯେ କୌଣସି ସ୍ଥାନର ବାଘ-ଘନତାରୁ ଅଧିକ । ଏଠାକାର କିଛି ବାଘବାଘୁଣୀ ନିଜ ଆକାର, ସୁନ୍ଦରତା ପାଇଁ ପର୍ଯ୍ୟଟକ ଓ ଅନ୍ୟ ବାଘପ୍ରେମୀଙ୍କ ମହଲରେ ପ୍ରସିଦ୍ଧ ହୋଇପାରିଛନ୍ତି । ବାନ୍ଧବଗଡ଼ର ଏକ ମୁଖ୍ୟ ଇଲାକାର ରାଜା '''''ଚାର୍ଜର୍''''' ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ହାତୀ ବା ଜିପ୍ ଦେଖିଲେ ଗର୍ଜନ କରି ତା ଆଡ଼କୁ ମାଡ଼ି ଆସୁଥିଲା (ଈଂରାଜୀରେ କହିଲେ Charging at something) । ସେହି କାରଣରୁ ବାଘଟିର ନାମ ଚାର୍ଜର୍ ରଖାଯାଇଥିଲା । ତେବେ ଏହି ବାଘ କୌଣସି ବ୍ୟକ୍ତି ଉପରେ କେବେ ଆକ୍ରମଣ କରିନାହିଁ । ୧୯୯୦ ମସିହାପରଠାରୁ ଚାର୍ଜର୍ ବାନ୍ଧବଗଡ଼ର ପ୍ରଥମ ସ୍ଵସ୍ଥ, ଦୀର୍ଘଜୀବୀ ଓ ରାଜା ପରି ଗୁଣ ବହନ କରୁଥିବା ପ୍ରାଣୀ କହିଲେ ଅତ୍ୟୁକ୍ତି ହେବନାହିଁ । ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରମୁଖପୃଷ୍ଠାରେ ଚାର୍ଜର୍ ଓ '''''ସୀତା''''' ନାମକ ଏକ ବାଘୁଣୀ ସ୍ଥାନ ପାଇଥିଲେ । ବର୍ତ୍ତମାନ ସମୟରେ ବାନ୍ଧବଗଡ଼ର ଅଧିକାଂଶ ବାଘ ଚାର୍ଜର୍ ଓ ସୀତାର ବଂଶଲତିକାର ଅଂଶ ବୋଲି କହିପାରିବା ।
ଚାର୍ଜର୍ ଓ ସୀତାର ଝିଅ '''''ଜୋଇତା''''', ପୁଅ '''''ଲଙ୍ଗଡ଼ୁ''''' ଓ '''''ବି୨''''' (ବି-ଟୁ) ମଧ୍ୟ ବହୁବାର ଦେଖାଯାଇଛନ୍ତି । ପର୍ଯ୍ୟଟକଙ୍କ ଗାଡ଼ି ନିକଟରୁ ଚାଲିଗଲାବେଳେ ସେମାନେ କୌଣସି ପ୍ରକାରର ଭୟ ବା ଆଶଙ୍କା ଦେଖାଉନଥିଲେ ବରଂ ଜଙ୍ଗଲର ରାଜା କିପରି ଜଙ୍ଗଲରେ ରହେ ତାହାର ଏକ ଝଲକ ବାରମ୍ଵାର ଦେଖାଇଛନ୍ତି ।