"ବାନ୍ଧବଗଡ଼ ଜାତୀୟ ଉଦ୍ୟାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୦ କ ଧାଡ଼ି:
 
== ବନ୍ୟଜନ୍ତୁ ==
ବାନ୍ଧବଗଡ଼ର ଖାଦ୍ୟଶୃଙ୍ଖଳରେ ମହାବଳ ବାଘ ସର୍ବୋଚ୍ଚ ପ୍ରାଣୀ । ଏଠାକାର ଜଙ୍ଗଲ ୩୭ଟି ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀଙ୍କ ଘର । ବନ ବିଭାଗ ଅଧିକାରୀଙ୍କ ଅନୁସାରେ ୨୫୦ ପ୍ରଜାତିର ପକ୍ଷୀ, ୮୦ ପ୍ରଜାତିର ପ୍ରଜାପତି, ଅନେକ ସରୀସୃପ ରହିଛନ୍ତି । ତେବେ କେତେକ ଗାଇଡ୍ ବହିରେ ଚିତ୍ର ସହିତ ୩୫୦ ପ୍ରଜାତିର ପକ୍ଷୀଙ୍କ ବିଷୟରେ ଲେଖା ହୋଇଛି । ଏଠାକାର ତୃଣଭୂମିର ଶାନ୍ତ ପରିବେଶ ଓ ଖାଦ୍ୟ ବହୁଳତା ଯୋଗୁଁ ବର୍ଷାଋତୁରେ ସାରସ ପକ୍ଷୀମାନଙ୍କ ବହୁ ଯୋଡ଼ି ଆକୃଷ୍ଟ ହୋଇ ପ୍ରଜନନ ପାଇଁ ଆସିଥାନ୍ତି ।
 
ବାନ୍ଧବଗଡ଼ର ମୁଖ୍ୟ ଆକର୍ଷଣ ହେଲା ମହାବଳ ବାଘ । ବାଘ ଦେଖିବାକୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ବାନ୍ଧବଗଡ଼ରେ ଭିଡ଼ ଜମାନ୍ତି । ଏଠାରେ ବାଘଙ୍କ ଘନତା ମଧ୍ୟ ଅଧିକ । ପର୍ଯ୍ୟଟକଙ୍କ ନିମନ୍ତେ ଖୋଲାଯାଇଥିବା ଜାତୀୟ ଉଦ୍ୟାନର ୧୦୫ (କି.ମି.)<sup>୨</sup> ଅଞ୍ଚଳରେ ୨୨ଟି ମହାବଳ ବାଘ ରହିଛନ୍ତି । ୨୦୦୧ ମସିହାର ଏହି ଗଣନା ଅନୁସାରେ ପ୍ରତି ୪.୭୭ (କି.ମି.)<sup>୨</sup>ରେ ଗୋଟିଏ ବାଘ ଅଛି । ୨୦୧୨ ମସିହାରେ ଜାତୀୟ ଉଦ୍ୟାନରେ ବାଘଙ୍କ ସଂଖ୍ୟା ଆନୁମାନିକ ୪୪-୪୯ ରହିଥିଲା । ବାନ୍ଧବଗଡ଼କୁ ନେଇ ଏକ କଥା ଲୋକମୁଖରେ ଶୁଣାଯାଏ । ସେଇଟି ହେଲା – “ ଅନ୍ୟ କୌଣସି ଜାତୀୟ ଉଦ୍ୟାନରେ ତୁମେ ଯଦି ଭାଗ୍ୟବାନ୍ ତାହେଲେ ବାଘ ଦେଖିପାରିବ । କିନ୍ତୁ ଯଦି ବାନ୍ଧବଗଡ଼ରେ ଗୋଟିଏ ହେଲେ ବାଘ ନଦେଖିପାରିଲ ତା’ହେଲେ ତୁମେ ସତରେ ଅଭାଗା ।“
 
ବାନ୍ଧବଗଡ଼ରେ ଅନ୍ୟ ବହୁ ପ୍ରଜାତି ମଧ୍ୟ ଦେଖାଯାନ୍ତି । ଏକଦା [[ବନ୍ୟ ଗୟଳ]] ଲୋପ ପାଇଯାଇଥିଲେ କିମ୍ଵା ଉଦ୍ୟାନରୁ ଅନ୍ୟତ୍ର ଚାଲିଯାଇଥିଲେ । ସମ୍ଵର ଓ କୁଟୁରା ବହୁମାତ୍ରାରେ ଦେଖିବାକୁ ମିଳନ୍ତି । ଏଠାରେ [[ଗଧିଆ]] (''canis lupus indica''), [[ହେଟା ବାଘ]] ଓ [[କାରାକାଲ୍]] ପରି ପ୍ରାଣୀ ରହିଥିବା ମଧ୍ୟ କୁହାଯାଏ । ଜାତୀୟ ଉଦ୍ୟାନର ଖୋଲା ଜାଗାରେ ନୀଳଗାଈ, କାରାକାଲ୍ ଆଦି ଦେଖାଯାନ୍ତି । ମହାବଳ ବାଘ ଓ କଲରାପତରିଆ ବାଘଙ୍କ ମୁଖ୍ୟ ଖାଦ୍ୟ ହେଲା ଚିତଲ୍ ହରିଣ ଓ ବାନ୍ଧବଗଡ଼ରେ ଏମାନେ ମଧ୍ୟ ବହୁ ସଂଖ୍ୟାରେ ବୁଲୁଥାନ୍ତି । [[କାହ୍ନା ଜାତୀୟ ଉଦ୍ୟାନ]]ରୁ ବନ୍ୟ ଗୟଳ ଅଣାଯାଇ ଏଠାରେ ଛଡ଼ାଗଲା ଓ ସେମାନଙ୍କ ବଂଶର ପୁନରୁତ୍ଥାନ କରାଗଲା ।
 
==ବନ୍ୟ ଗୟଳଙ୍କ ପୁନରୁତ୍ଥାନ==