"ବାନ୍ଧବଗଡ଼ ଜାତୀୟ ଉଦ୍ୟାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୨ କ ଧାଡ଼ି:
 
== ମହାବଳ ବାଘ ==
ବାନ୍ଧବଗଡ଼ର ବାଘ ଘନତା ବିଶ୍ଵର ଅନ୍ୟ ଯେ କୌଣସି ସ୍ଥାନର ବାଘ-ଘନତାରୁ ଅଧିକ । ଏଠାକାର କିଛି ବାଘବାଘୁଣୀ ନିଜ ଆକାର, ସୁନ୍ଦରତା ପାଇଁ ପର୍ଯ୍ୟଟକ ଓ ଅନ୍ୟ ବାଘପ୍ରେମୀଙ୍କ ମହଲରେ ପ୍ରସିଦ୍ଧ ହୋଇପାରିଛନ୍ତି । ବାନ୍ଧବଗଡ଼ର ଏକ ମୁଖ୍ୟ ଇଲାକାର ରାଜା '''''ଚାର୍ଜର୍''''' ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ହାତୀ ବା ଜିପ୍ ଦେଖିଲେ ଗର୍ଜନ କରି ତା ଆଡ଼କୁ ମାଡ଼ି ଆସୁଥିଲା (ଈଂରାଜୀରେ କହିଲେ Charging at something) । ସେହି କାରଣରୁ ବାଘଟିର ନାମ ଚାର୍ଜର୍ ରଖାଯାଇଥିଲା । ତେବେ ଏହି ବାଘ କୌଣସି ବ୍ୟକ୍ତି ଉପରେ କେବେ ଆକ୍ରମଣ କରିନାହିଁ । ୧୯୯୦ ମସିହାପରଠାରୁ ଚାର୍ଜର୍ ବାନ୍ଧବଗଡ଼ର ପ୍ରଥମ ସ୍ଵସ୍ଥ, ଦୀର୍ଘଜୀବୀ ଓ ରାଜା ପରି ଗୁଣ ବହନ କରୁଥିବା ପ୍ରାଣୀ କହିଲେ ଅତ୍ୟୁକ୍ତି ହେବନାହିଁ । ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରମୁଖପୃଷ୍ଠାରେ ଚାର୍ଜର୍ ଓ '''''ସୀତା''''' ନାମକ ଏକ ବାଘୁଣୀ ସ୍ଥାନ ପାଇଥିଲେ । ବର୍ତ୍ତମାନ ସମୟରେ ବାନ୍ଧବଗଡ଼ର ଅଧିକାଂଶ ବାଘ ଚାର୍ଜର୍ ଓ ସୀତାର ବଂଶଲତିକାର ଅଂଶ ବୋଲି କହିପାରିବା ।
ଚାର୍ଜର୍ ଓ ସୀତାର ଝିଅ '''''ଜୋଇତା''''', ପୁଅ '''''ଲଙ୍ଗଡ଼ୁ''''' ଓ '''''ବି୨''''' (ବି-ଟୁ) ମଧ୍ୟ ବହୁବାର ଦେଖାଯାଇଛନ୍ତି । ପର୍ଯ୍ୟଟକଙ୍କ ଗାଡ଼ି ନିକଟରୁ ଚାଲିଗଲାବେଳେ ସେମାନେ କୌଣସି ପ୍ରକାରର ଭୟ ବା ଆଶଙ୍କା ଦେଖାଉନଥିଲେ ବରଂ ଜଙ୍ଗଲର ରାଜା କିପରି ଜଙ୍ଗଲରେ ରହେ ତାହାର ଏକ ଝଲକ ବାରମ୍ଵାର ଦେଖାଇଛନ୍ତି ।
 
ସୀତାର ମୃତ୍ୟୁ ପରେ '''''ମୋହିନୀ''''' ନାମକ ବାଘୁଣୀ ବାନ୍ଧବଗଡ଼ର ଏକ ବଡ଼ ଇଲାକା ନିୟନ୍ତ୍ରଣ କରିବାକୁ ଲାଗିଲା । ସେ '''''ମହାମାନ''''' ନାମକ ଏକ ଅଣ୍ଡିରା ବାଘର ସଙ୍ଗିନୀ ଥିଲା । ଏକ ଗାଡ଼ି ସହ ଦୁର୍ଘଟଣାରେ ମୋହିନୀ ପ୍ରାଣ ହରାଇଥିଲା ।
 
୨୦୦୦ ମସିହାରେ ବହୁତ ବୁଢ଼ା ହୋଇଯିବା ପରେ ଚାର୍ଜର୍ କ୍ରମେ ନିଜ କ୍ଷେତ୍ରରୁ ଅନ୍ୟ ଯୁବ ବାଘଙ୍କ ଦ୍ଵାରା ବିତାଡ଼ିତ ଓ କ୍ଷତବିକ୍ଷତ ହୋଇ ମୃତ୍ୟୁବରଣ କରିଥିଲା । ବାନ୍ଧବଗଡ଼ର ଚାର୍ଜର୍ ପଏଣ୍ଟ୍ ନାମକ ଏକ ସ୍ଥାନରେ ଚାର୍ଜର୍‍କୁ ମୃତ୍ୟୁ ପରେ ପୋତାଯାଇଥିଲା । ନିଜ ବୃଦ୍ଧ ଜୀବନର ଶେଷ କିଛି ଦିନ ଚାର୍ଜର୍ ଏହି ଚାର୍ଜର୍ ପଏଣ୍ଟ୍ ଆଖାପାଖି ଇଲାକାରେ ଅତିବାହିତ କରିଥିଲା । ୨୦୦୩ରୁ ୨୦୦୬ ମସିହା ମଧ୍ୟରେ ଚାର୍ଜର୍‍ର ଅନେକ ବଂଶଧର ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁ ବରଣ କରିଥିଲେ । ବି୧ (ବି-ୱାନ୍) ବିଦ୍ୟୁତ୍ ଆଘାତରେ, ବି୩ (ବି-ଥ୍ରି) ଅବୈଧ ଶିକାରୀଙ୍କ ହାତରେ ମୃତ୍ୟୁବରଣ କରିଥିଲେ । ବାଘୁଣୀ ସୀତା ମଧ୍ୟ ଅବୈଧ ଶିକାର ଯୋଗୁଁ ବଳି ପଡ଼ିଥିଲା । ଚାର୍ଜର୍‍ର ମୃତ୍ୟୁ ପରେ ନିଜ ଯୁବାବସ୍ଥାରେ ଥିବା ବି୨ ଏକ ବଡ଼ ଇଲାକା ନିୟନ୍ତ୍ରଣ କରିବାକୁ ଲାଗିଲା ଓ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ରାଜା ହୋଇ ରହିଥିଲା । ବଳିଷ୍ଠ ଓ ଶକ୍ତିଶାଳୀ ବି୨ ଏବଂ '''''ସିଦ୍ଧବାବା ବାଘୁଣୀ'''''ର (ସିଦ୍ଧବାବା ଇଲାକାର ବାଘୁଣୀ) ମିଳନରୁ ୩ଟି ବାଘଛୁଆ ଜନ୍ମ ହଇଥିଲେ । ତିନିଜଣଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ବାଘଛୁଆ ପ୍ରଥମେ ୨୦୦୮ ମସିହାରେ ଠାବ ହୋଇଥିଲା ଓ ତାହାକୁ '''''ବାମେରା''''' ନାମିତ କରାଯାଇଥିଲା । ବର୍ତ୍ତମାନ ବାମେରା ବାନ୍ଧବଗଡ଼ର ରାଜା । ୨୦୧୧ ନଭେମ୍ଵର ମାସରେ ବି୨ ମୃତ୍ୟୁବରଣ କରିଥିଲା । ବି୨ର ଶବ ବ୍ୟବଚ୍ଛେଦରୁତା’ର ମୃତ୍ୟୁ ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ କାରଣ (ବୃଦ୍ଧାବସ୍ଥା) ଯୋଗୁଁ ହୋଇଥିବା ଜଣା ପଡ଼ିଲା । କିନ୍ତୁ ଅଣ-କୋର୍ ଅଞ୍ଚଳର କେତେକ ଗ୍ରାମବାସୀ ବି୨କୁ କ୍ଷତାକ୍ତ କରିଥିଲେ ଓ ତାହା ବି୨ର ମୃତ୍ୟୁର କାରଣ ଥିଲା ବୋଲି କିଛି ବ୍ୟକ୍ତି ଦାବୀ କରିଥିଲେ ।
 
ବାନ୍ଧବଗଡ଼ର ତାଲା ଇଲାକାର ରାଜା ଭାବେ ବାମେରା ବହୁଦିନ ଶାସନ କଲା ଓ ନିକଟ ଅତୀତରେ ମୃତ୍ୟୁବରଣ କରିଥିଲା । ତେବେ ୨୦୧୫ ମସିହା ବେଳକୁ ବାନ୍ଧବଗଡ଼ରେ ଅନେକ ଯୁବ ଅଣ୍ଡିରା ବାଘ ବାମେରାର ରାଜତ୍ଵକୁ ଆହ୍ଵାନ ଦେଇ ଆସିଛନ୍ତି । '''''ବ୍ଲୁ ଆଏସ୍''''' (ନୀଳାକ୍ଷ) ଓ '''''ମୁକୁନ୍ଦ''''' ଯଥାକ୍ରମେ ମଗଧୀ ଓ ଖିତୌଲି ଇଲାକାର ମୁଖ୍ୟ ବାଘ ଥିଲେ । ବ୍ଲୁ ଆଏସ୍ ଚିକିତ୍ସା ବେଳେ ଅତ୍ୟଧିକ ଔଷଧ ଦିଆଯିବା କାରଣରୁ ମୃତ୍ୟୁ ବରଣ କରିଥିଲା । ବାନ୍ଧବଗଡ଼ରେ ବାରମ୍ଵାର ଦର୍ଶନ ଦେଇଥିବା କିଛି ବାଘୁଣୀ ହେଲେ '''''ରାଜବେହେରା''''', '''''ମିର୍ଚୈନି''''', '''''ବନ୍‍ବେହି''''', '''''ଶୁଖି ପତ୍ତିୟାଁ''''', '''''ଡମ୍‍ଡମା''''' । ବର୍ତ୍ତମାନ ସମୟରେ ବାନ୍ଧବଗଡ଼ରେ ଅନେକ ତରୁଣ ବାଘ ଓ ଶାବକ ବାଘ ରହିଛନ୍ତି ।
 
==ଜାତୀୟ ଉଦ୍ୟାନର ଭୌଗୋଳିକ ଗଠନ==