"ବାନ୍ଧବଗଡ଼ ଜାତୀୟ ଉଦ୍ୟାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୩୧ କ ଧାଡ଼ି:
'''ବାନ୍ଧବଗଡ଼ ଜାତୀୟ ଉଦ୍ୟାନ''' ଭାରତର ଲୋକପ୍ରିୟ ଜାତୀୟ ଉଦ୍ୟାନମାନଙ୍କ ମଧ୍ୟରୁ ଗୋଟିଏ । ମଧ୍ୟପ୍ରଦେଶର ଉମରିଆ ସହର ନିକଟରେ ଏହି ଅଭୟାରଣ୍ୟ ଅବସ୍ଥିତ । ବାନ୍ଧବଗଡ଼କୁ ୧୯୬୮ ମସିହାରେ ଏକ ଜାତୀୟ ଉଦ୍ୟାନ ବୋଲି ଅଭିହିତ କରାଯାଇଥିଲା । ଏହାର ଅରଣ୍ୟର ୧୦୫ ବର୍ଗ କି.ମି. କୋର୍ ଅଞ୍ଚଳ । ଉମରିଆ, କଟନି ଓ ଅନ୍ୟ କିଛି ବନଖଣ୍ଡର ଅଣ-କୋର୍ ଅଞ୍ଚଳ ମିଶି ପ୍ରାୟ ୮୨୦ ବର୍ଗ କି.ମି. ହେବ । ଏହି ଅରଣ୍ୟ ନିକଟରେ ରହିଥିବା ଏକ ଛୋଟ ପାହାଡ଼ରୁ ଜାତୀୟ ଉଦ୍ୟାନର ନାମ ଉଦ୍ଧୃତ । ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ଏହି ପାହାଡ଼ସ୍ଥିତ ଦୁର୍ଗ ପ୍ରଦାନ କରିଥିଲେ ଓ ଲଙ୍କା ଉପରେ ନଜର ରଖିବାକୁ କହିଥିଲେ ବୋଲି କିମ୍ଵଦନ୍ତୀ ରହିଛି । ଏହି କାରଣରୁ ଏହି ଦୁର୍ଗର ସଂସ୍କୃତ ନାମ ବାନ୍ଧବଗଡ଼ର ଅର୍ଥ ହେଲା ଭ୍ରାତାଙ୍କ ଦୁର୍ଗ ।
 
ଏହି ଜାତୀୟ ଉଦ୍ୟାନର ଜୈବବିବିଧତା ବିସ୍ତୃତ । ଭାରତର ଅଳ୍ପ କିଛି ଜାତୀୟ ଉଦ୍ୟାନମାନଙ୍କରେ ବାଘଙ୍କ ଘନତା ଅଧିକ ରହିଆସିଛି ଓ ବାନ୍ଧବଗଡ଼ ସେହି ଶ୍ରେଣୀରେ ପରିଗଣିତ ଏକ ଜାତୀୟ ଉଦ୍ୟାନ । ଏହାଛଡ଼ା ବାନ୍ଧବଗଡ଼ରେ ବହୁ କଲରାପତରିଆ ବାଘ ଓ ଅନେକ ପ୍ରଜାତିର ହରିଣ ମଧ୍ୟ ରହିଛନ୍ତି । ରେୱାର ମହାରାଜ ମାର୍ତ୍ତଣ୍ଡ ସିଂ ୧୯୫୧ ମସିହାରେ ଏହି ଜଙ୍ଗଲର ପ୍ରଥମ ଧଳାବାଘ ଧରିଥିଲେ । ଏହି ବାଘର ନାମ ମୋହନ ରଖାଯାଇଥିଲା । ମଲା ପରେ ମୋହନର ଚମଡ଼ାଭିତରେଚମଡ଼ା ଭିତରେ ପାଳକୁଟା ଇତ୍ୟାଦି ଭର୍ତ୍ତି କରି ଏହାକୁ ସଂରକ୍ଷିତ କରି ରେୱାର ରାଜପ୍ରାସାଦରେ ରଖାଯାଇଛି । ବାନ୍ଧବଗଡ଼ ନିକଟସ୍ଥ ଗାଁବାସୀ ଓ ସେମାନଙ୍କ ଗୋରୁଗାଈ ସବୁବେଳେ ବାଘମାନଙ୍କ ପ୍ରତି ବିପଦ ସୃଷ୍ଟି କରନ୍ତି । ପୁଣି ଏହି ଅଞ୍ଚଳରେ ବଢ଼ୁଥିବା ଖଣିକାମ ବାଘଙ୍କ ପାଇଁ ନୂଆ ବିପଦ ସୃଷ୍ଟି କରିଛି ।
 
==ଇତିହାସ==