"ପଖାଳ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Psubhashish (ଆଲୋଚନା | ଅବଦାନ) →କାହାଣୀ: କୌଣସି ଆଧାର ନ ଥିବାରୁ ଓ କେବଳ କାହାଣୀ ହୋଇଥିବାରୁ ଉପଯୁକ୍ତ ନୁହେଁ |
DashNistha (ଆଲୋଚନା | ଅବଦାନ) →ଇତିହାସ: ଅଧିକ ତଥ୍ୟ |
||
୨୩ କ ଧାଡ଼ି:
== ଇତିହାସ ==
* [[ତ୍ରିପିଟକ]]ର ମଝିମ ନିକାୟ ଅନୁସାରେ [[ବୁଦ୍ଧ]]ଙ୍କର ଜଣେ ସାନବାପାଙ୍କ ନାଁ ଥିଲା ଧୋତଦନ (ଧୋତ ଉଦନ), ଯାହାର ଅର୍ଥ ହେଉଛି 'ଧୁଆ ବା ପଖାଳ ଭାତରେ ଶ୍ରଦ୍ଧା ଯାହାର ସେ' । ପାଖାପାଖି ଅଢ଼େଇ ହଜାର ବର୍ଷ ଆଗରୁ [[ବୁଦ୍ଧ|ବୁଦ୍ଧଙ୍କ]] ଅମଳରେ ପଖାଳର ଲୋକପ୍ରିୟତା ଥିଲା ।
* ଖ୍ରୀଅ ୬୦୦ ଠାରୁ ୧୨୦୦ ପର୍ଯ୍ୟନ୍ତ ଓଡିଶାରେ ମୁଖ୍ୟ ଖାଦ୍ୟ ଧାରାରେ ଥିଲା ଧାନ,ଗହମ ଓ ବାର୍ଲି । କଳିଙ୍ଗର ଧାନର ପ୍ରସିଦ୍ଧି ସୋମେଶ୍ୱରଙ୍କ ବିରଚିତ "ମାନସୋଲ୍ଲାସ"ରେ ବର୍ଣ୍ଣିତ ହୋଇ ଅଛି । ଶ୍ରୀମଦ ଶଙ୍କରଦେବଙ୍କ ଶ୍ରୀରାମଭାଗବତ ଗ୍ରନ୍ଥରେ (ଖ୍ରୀଅ ପଂଚଦଶ ଶତାଦ୍ଦୀରେ) ଚାଉଳକୁ ସିଝାଇ ସେଥିରେ ପାଣି ପକାଇ ରାତି ସାରା ରଖି ତାହାପରଦିନ ବାଇଗଣ ପୋଡ଼ା ଆଉ ମାଛ ପୋଡ଼ା ସହ ଖାଇବା ଅଧିକ ଜନପ୍ରିୟ ହୋଇଥିଲା । ଏଇ ସମାନ ଖାଦ୍ୟଟି ବଂଗଳାରେ ସମାନ ସମୟରେ ପ୍ରଚଳିତ ଥିଲା।
== ପ୍ରକାର ଭେଦ ==
* ''ସଜ ପଖାଳ'': ଗରମ ଭାତରୁ ପେଜ ନ ଗାଳି, ସେଥିରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ କୁହାଯାଏ । ସଜପଖାଳରେ କାଗିଜି ଲେମ୍ବୁ ଚିପୁଡ଼ି କିମ୍ବା ଦହି ଗୋଳାଇ ଖାଇଲେ ସ୍ୱାଦିଷ୍ଟ ହୋଇଥାଏ ।
|