"ପୋକେମୋନ କଲୋସେଅମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨ କ ଧାଡ଼ି:
 
ଏହି ଖେଳର ଆରମ୍ଭ ଓରେ ନାମକ ଏକ ମରୁଭୂମି ଅଞ୍ଚଳରୁ । ଏବଂ ଏହାର ମୁଖ୍ୟ ଖେଳାଳୀର ନାମ ହେଉଛି ୱେସ, ସ୍ନାଗମ ଦଳର ଏକ ପୂର୍ବତନ ସଦସ୍ୟ । ଏହି ଖେଳ ସାରା, ଖେଳାଳି ଜଣକ ଏକ ଛାୟା ପୋକେମୋନ କୁ ବଞ୍ଚାଇବାର ପ୍ରଚେଷ୍ଟା କରିଥାଏ । ଛାୟା ପୋକେମୋନ ହେଉଛନ୍ତି ସେହି ପୋକେମୋନ ଯାହାର ହୃଦୟଟି ସିଫର ଦ୍ୱାରା ଏକ ବିରୋଧୀ ଦଳ ଦ୍ୱାରା ମଇଳା କରିଦିଆ ଯାଇଥାଏ । ଏହି ଖେଳରେ ୱେସ କୁ ସାହାଯ୍ୟ କରିବା ପାଇଁ ରୁଇ ନାମକ ଏକ ଅଣଖେଳାଳୀର ବ୍ୟବସ୍ଥା ମଧ୍ୟ ରହିଅଛି, ଯେ କୋ ଛାୟା ପୋକେମୋନଙ୍କୁ ଖୋଜି ବାହାର କରିଥାଏ ।
 
ପୋକେମୋନ କଲୋସେଅମ ୨୦୦୩ ମସିହାରେ ହୋଇଥିବା ଇଲେକ୍ଟ୍ରୋନିକ ଏଣ୍ଟରଟେଂମେଣ୍ଟ ଏକ୍ସପୋରେ ପ୍ରଦର୍ଶିତ ହୋଇଥିଲା । ଉତ୍ତର ଆମେରିକାରେ ବିକ୍ରି ହୋଇଥିବା ଖେଳରେ ପ୍ରାରମ୍ଭିକ ଭାବେ ଏକ ଅଲଗା ଡିସ୍କ ମଧ୍ୟ ରହିଥିଲା ଯାହା କି ଖେଳାଳି ମାନଙ୍କୁ ପୋକେମୋନ ଜିରଚିକୁ ଡାଉନଲୋଡ କରିବାର ସୁଯୋଗ ମଧ୍ୟ ଦେଉଥିଲା । ଏହି ଖେଳଟି ଉନ୍ମୋଚନ ପରେ ଏହାର ସଙ୍ଗୀତ ଏବଂ ଦୃଶ୍ୟମାନଙ୍କୁ ନେଇ ବିଶ୍ୱ ଦରବାରରେ ପ୍ରଶଂସାର ପାତ୍ର ହୋଇଥିଲା । ଏହାର ବୈଷୟିକ ଉନ୍ମୋଚନ ପରେ ଏହାର ୧.୧୫ ନିୟୁତ ଟି ସଂସ୍କରଣ ଯୁକ୍ତରାଷ୍ଟ୍ର ଆମେରିକାରେ ବିକ୍ରୟ ହୋଇଥିଲା ଏବଂ ଜାପାନରେ ୬୫୬,୨୭୦ଟି ବିକ୍ରୀ ହୋଇଥିଲା ।