"କୁନ୍ଦୁଲି ଗଣଦୁଷ୍କର୍ମ ମାମଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
+ଘଟଣାକ୍ରମ
୨୯ କ ଧାଡ଼ି:
ପିଡ଼ିତା ୨୨ ଜାନୁଆରୀ ୨୦୧୮ରେ ନିଜ ଘରେ ଆତ୍ମହତ୍ୟା ପାଇଁ ଊଦ୍ୟମ କରିଥିଲେ ।ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ତେବେ ମେଡିକାଲରେ ତାଙ୍କୁ 'ଡେଡ ରିସଵଡ' ହିଁ ଘୋଷଣା କରାଯାଇଥିଲା । <ref>https://www.fastmailtv.com/news/amp/odisha/kunduli-rape-victim-suicide/5815</ref>
ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲା ।
 
==ଘଟଣାକ୍ରମ==
*ଅକ୍ଟୋବର ୧୦ - କୁନ୍ଦୁଲି ହାଟପଦାରୁ ଫଟୋଉଠାଇ ମୂଷାଗୁଡ଼ାସ୍ଥିତ ଘରକୁ ଫେରୁଥିବାବେଳେ ଗଣବଳାତ୍କାରର ଶିକାର ହେଲେ ବୋଲି ପୀଡ଼ିତାଙ୍କ ଅଭିଯୋଗ । ଚିକିତ୍ସା ପାଇଁ ପ୍ରଥମେ କୁନ୍ଦୁଲି ଓ ପରେ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତିକରାଗଲା ।
*‎ ଅକ୍ଟୋବର ୧୧ - ମାମଲାକୁ ଗୁରୁତ୍ତର ବିଚାର କରି ଏହାକୁ 'ରେଡ଼ ଫ୍ଲାଗ' ଅପରାଧ ଅନ୍ତର୍ଭୁକ୍ତ କରାଗଲା ।
*‎ଅକ୍ଟୋବର ୧୨ - ୩୬ ଘଣ୍ଟା ପରେ ଜାତୀୟ ରାଜପଥରୁ ଜନତାଙ୍କ ଅବରୋଧ ହଟିଲା ।
*‎ ଅକ୍ଟୋବର ୧୬ - ସନ୍ଦେହରେ ୪ ଜଣଙ୍କୁ ଉଠାଇନେଲା ପୁଲିସ । କଂଗ୍ରେସ ତରଫରୁ କୋରାପୁଟ ଜିଲ୍ଲା ବନ୍ଦ ।
*‎ ଅକ୍ଟୋବର ୧୭ - ୩ ଜଣଙ୍କୁ ଛାଡ଼ିଦେଲା ପୁଲିସ
*‎ ଅକ୍ଟୋବର ୧୮ - ଅନ୍ୟତମ ଅଭିଯୁକ୍ତକୁ 'ଲାଇ ଡ଼ିଟେକ୍ସନ ଟେଷ୍ଟ' ପାଇଁ ନିଆଗଲା ।
*‎ ଅକ୍ଟୋବର ୨୧ - ପ୍ରମାଣ ଅଭାବରୁ ଅଭିଯୁକ୍ତକୁ ଛାଡ଼ିଦେଲା ପୁଲିସ
*‎ ଅକ୍ଟୋବର ୨୭ - ମେଡିକାଲରୁ ଛାଡ଼ ପାଇଲେ ପୀଡ଼ିତା । ପୁଲିସ ତାଙ୍କ ବୟାନ ରେକର୍ଡ଼ କଲା ପରେ ଶିଶୁ ମଙ୍ଗଳ କମିଟି ପରାମର୍ଶ କ୍ରମେ ଜୟପୁର ନିକଟସ୍ଥ ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଗଲା।
*‎ ନଵେମ୍ବର ୧ - ପୀଡ଼ିତା ଅସୁସ୍ଥ ଅନୁଭଵ କଲେ । ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଗଲା ।
*‎ ନଵେମ୍ବର ୩ - ସୁସ୍ଥହୋଇ ଶିଶୁ ପରିଚର୍ଯ୍ୟା କେନ୍ଦ୍ରକୁ ଫେରିଲେ ପୀଡ଼ିତା ।
*‎ ନଵେମ୍ବର ୫ - ପୀଡ଼ିତାଙ୍କୁ କାଉନସେଲିଂ କଲେ ଏକ ସ୍ୱତନ୍ତ୍ର ଦଳ ।
*‎ନଵେମ୍ବର ୬ - ଓଏଚଆରସିଙ୍କ ନିକଟରେ ମେଡ଼ିକାଲ ରିପୋର୍ଟ ଦାଖଲ
*‎ନଵେମ୍ବର ୭ - ପୀଡ଼ିତାଙ୍କୁ ଗଣବଳାତ୍କାର ହୋଇନାହିଁ ବୋଲି ପୁଲିସ ଏସପି, ଏନଆରପିସି ଏଡିଜି ଓ ଓଏଚଆରସିଙ୍କ ଘୋଷଣା । ଆତ୍ମହତ୍ୟା ଧମକ ଦେଲେ ପୀଡ଼ିତା ପରିଵାର ।
*‎ ନଵେମ୍ବର ୮ - ଘଟଣାର କ୍ରାଇମବ୍ରାଞ୍ଚ ଓ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
*‎ ନଵେମ୍ବର ୧୦ - କୋରାପୁଟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭକଲା ଅପରାଧ ଶାଖା । ପୀଡ଼ିତାଙ୍କୁ ୫୦,୦୦୦ ଟଙ୍କାର ସହାୟତା ରାଶି ଦେବାକୁ ଓଏଚଆରସିଙ୍କ ନିର୍ଦ୍ଦେଶ ।
*‎ ନଵେମ୍ବର ୧୮ - ସ୍ୱଧାର ଗୃହରୁ ପୀଡ଼ିତାଙ୍କୁ ଅସୁସ୍ଥ ଅବସ୍ଥାରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଗଲା ।
*‎ ନଵେମ୍ବର ୧୯ - ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜକୁ ପଠାଗଲା।
*‎ ନଵେମ୍ବର ୨୭ - ଏସସିବି ମେଡିକାଲରୁ ବାହାରିଲେ ପୀଡ଼ିତା ।
*‎ ନଵେମ୍ବର ୨୮ - ଚିକିତ୍ସିତ ଫେରିବା ପରେ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର । କମିଟିଙ୍କ ନିଷ୍ପତ୍ତି ଅନୁଯାୟୀ ପୀଡ଼ିତାଙ୍କୁ ପରିଵାର ଲୋକଙ୍କ ଜିମାରେ ଦିଆଗଲା । ସନ୍ଧ୍ୟା ସମୟରେ ଘରକୁ ଫେରିଲେ ପୀଡ଼ିତା ।
*‎ ଡିସେମ୍ବର ୧୫ - ମାମଲାକୁ ବନ୍ଦ ଘୋଷଣାକଲେ ଓଏଚଆରସି ।
*‎ ଜାନୁଆରୀ ୨୨ - ନିଜ ଘରେ ପୀଡ଼ିତାଙ୍କ ଆତ୍ମହତ୍ୟା
 
==ରହସ୍ୟ ଘେରରେ==
ପୀଡିତାଙ୍କୁ ବଳାତ୍କାର କରାଯାଇନାହିଁ ବୋଲି ପୋଲିସ ୨୭ ଦିନ ପରେ ଘୋଷଣା କରିଥିବା ବେଳେ ଏତେ ଦିନ ଧରି ଡାକ୍ତର କ’ଣ ଚିକିତ୍ସା କରୁଥିଲେ । ପୀଡିତା ମିଛ କହୁଛି ଓ ତା’ର କିଛି ହୋଇନି ବୋଲି ପୋଲିସ ସ୍ପଷ୍ଟ କରିଥିବା ବେଳେ କାହିଁକି ପୀଡ଼ିତାଙ୍କୁ ଶିଶୁ ମଙ୍ଗଳକମିଟିକୁ ହସ୍ତାନ୍ତର କଲେ ତାହା ଅବୁଝା ହୋଇ ରହିଥିଲା । ଯଦି କିଛି ହୋଇନି ତା’ହେଲେ କାହିଁକି ପରିବାରକୁ ହସ୍ତାନ୍ତର ନକରି ଶିଶୁ ମଂଗଳ ବିଭାଗକୁ ଦେଇ ପୀଡ଼ିତା ଉପରେ ମାନସିକ ଚାପ ପକାଇ ତାକୁ ନଜରବନ୍ଦୀ ଭାବେ କାହିଁକି ରଖାଯାଇଥିଲା । ଘଟଣାର ୩୦ ଦିନ ପରେ ହଠାତ ତାଂକୁ [[ଏସ୍ସିବି ମେଡିକାଲ]]କୁ ରାତି ୧୨ଟାରେ ତାଙ୍କ ପରିବାରକୁ ନଜଣାଯାଇ [[କୋରାପୁଟରୁ ବଡ଼ ମେଡିକାଲ]]କୁ କାହା ନିର୍ଦ୍ଦେଶରେ କରାଗଲା ସ୍ଥାନାନ୍ତର ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୀଡିତା ଏତେ ମାତ୍ରାରେ ଆଇରନ୍ ବଟିକା ପାଇଲେ କେଉଁଠୁ ଓ ତାଙ୍କୁ ଦେଖାଶୁଣା କରୁଥିବା ଶିଶୁ ମଙ୍ଗଳ କମିଟି କିପରି ଜାଣିପାରିଲେ ନି କି ଦେଖିପାରିଲେ ନି ତାହା ତଦନ୍ତ ସାପେକ୍ଷ । ଏକାଥରକେ ଏତେ ବଟିକା ଖାଇବା ଯଦି ସତ୍ୟ ହୋଇଥାଏ ତେବେ ଶିଶୁ ମଂଗଳ କମିଟିତଦନ୍ତ ପରିସରକୁ ଆସିବା ସମୀଚିନ ବୋଲି ମତପ୍ରକାଶ ପାଇଥିଲା ।