"କୁନ୍ଦୁଲି ଗଣଦୁଷ୍କର୍ମ ମାମଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ତିଆରି ଚାଲିଛି}} "କୁନ୍ଦୁଲି ଗଣଦୁଷ୍କର୍ମ ମାମଲା" କ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୧:୨୫, ୨୨ ଜାନୁଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ

"କୁନ୍ଦୁଲି ଗଣଦୁଷ୍କର୍ମ ମାମଲା" କୋରାପୁଟଜିଲ୍ଲାର ପଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୁନ୍ଦୁଲିରେ ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ଘଟିିିଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା ଅଟେ । ଜନୈକା ନବମ ଶ୍ରେଣୀର ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ ଯେ ପୁଲିସ ଯବାନ ପୋଷାକ ପିନ୍ଧା ୪ଜଣ ବ୍ୟକ୍ତି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗର ତଦନ୍ତ କରିଥିବା ପୁଲିସ ଟିମ ଏବଂ ଦୁଷ୍କର୍ମ ପୀଡ଼ିତାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମ ଗଣଦୁଷ୍କର୍ମର କୌଣସି ପ୍ରମାଣ ପାଇ ନ ଥିଲେ । ପରେ ଆତ୍ମହତ୍ୟା କରିଥିଲେ କୁନ୍ଦୁଲି ପୀଡିତା ।

ପୀଡ଼ିତା ମିଛ ଅଭିଯୋଗ କରିଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା । ତେବେ ପୁଲିସର ମତକୁ ମିଛ ବୋଲି କହିଥଲେ ପୀଡ଼ିତା। ସେ କହିଥଲେ, ମୋତେ ଦୁଷ୍କର୍ମ କରାଯାଇଛି। କୁନ୍ଦୁଲି ବଜାରରୁ ଗାଁକୁ ଫେରୁଥିବା ବେଳେ ତିନି ଜଣ ପୁଲିସ ବାଟରୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏ ନେଇ ମୁହଁ ଖୋଲିବା ପରେ ଘଟଣାକୁ ଚାପିବା ଲାଗି ଉଦ୍ୟମ ହୋଇଥିଲା। ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଏଡିଜି ମୋ ପାଖରେ ପହଞ୍ଚି ଏକ କାଗଜରେ ଦସ୍ତଖତ କରିବାକୁ କହିଥିଲେ। ପୁଲିସ ଦୁଷ୍କର୍ମ କରିନାହିଁ ବୋଲି କହିବାକୁ ଚାପ ପକାଇଥିଲେ। ଏଥିପାଇଁ ୯୦ ହଜାର ଟଙ୍କା ମଧ୍ୟ ଯାଚିଥିଲେ। ସେମାନଙ୍କ କଥାରେ ରାଜି ନ ହେବାରୁ ମୋ ପରିବାରକୁ ଧମକ ଦିଆଯାଉଛି। ମୋତେ ଦୁଷ୍କର୍ମ କରାଯାଇ ନ ଥିବା କୁହାଯାଉଛି। ବାହାର ରାଜ୍ୟକୁ ନେଇ ପୁଣିଥରେ ମୋର ଡାକ୍ତରୀ ମଇନା କରାଯାଉ। ଯଦି ମୁଁ ମିଛ କହୁଥିବି ତେବେ ଫାଶୀ ଦିଆଯାଉ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ କୁନ୍ଦୁଲି ପୀଡ଼ିତା।

ତଦନ୍ତ

କୁନ୍ଦୁଲି ପୀଡ଼ିତାଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ରାଜ୍ୟ ସରକାର କୋରାପୁଟ ଜିଲ୍ଲାଜଜଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦେଇଥଲେ । ଗତ ୬ ଅନୁଯାୟୀ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା କେଉଁ ପରିସ୍ଥିତିରେ ଘଟିଲା, ଏଥିରେ କେଉଁମାନେ ସଂପୃକ୍ତ, ଏହି ଘଟଣା ସହିତ କେଉଁ ପ୍ରସଙ୍ଗ ଜଡ଼ିତ ଏହି ରୂପେ ୩ଟି ପ୍ରସଙ୍ଗ ଉପରେ କୋରାପୁଟ ଜିଲ୍ଲାଜଜ ତଦନ୍ତ କରୁଥିଲେ। ଅନ୍ୟପକ୍ଷରେ ରେଡ୍ଫ୍ଲାଗ ମାମଲା ପର୍ଯ୍ୟାୟଭୁକ୍ତ କରିଥିବା କ୍ରାଇମବ୍ରାଞ୍ଚ ପୁଲିସ ମଧ୍ୟ ଘଟଣାର ତଦନ୍ତ ଅବ୍ୟାହତ ରଖିଥିଲା।

ପୂର୍ବରୁ ଅକ୍ଟୋବର ୧୦ରେ ୪ ଯବାନଙ୍କ ନାମରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ ପୀଡିତା । ସେତେବେଳେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଓ ରାଜ୍ୟ ପୋଲିସକୁ ଦିଆଯାଇଥିଲା । ତେବେ ଏଚଆରପିସି ଏଡିଜି ଏହି ଘଟଣାର ସତ୍ୟତା ନଥିବା କହିଥିବା ବେଳେ ରାଜ୍ୟ ପୋଲିସ ଏହି ଅଭିଯୋଗକୁ ମିଛ ବୋଲି କହିଥିଲା ।ପରେ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କୋରାପୁଟ ଜିଲ୍ଲା ଜଜ୍ ଏହି ଘଟଣାର ତଦନ୍ତ କରୁଥିଲେ । ଏପରିକି ତାଙ୍କ ଅଭିଯୋଗକୁ ମିଛ ବୋଲି ଦର୍ଶାଯାଉଥିବାରୁ ମାନସିକ ଅବସାଦଗସ୍ତ ରହୁଥିଲେ ପୀଡିତା । ଏନେଇ କଟକ ବଡ ମେଡିକାଲରେ ତାଙ୍କର ଚିକିତ୍ସା କରାଯାଉଥିଲା । ତେବେ କଂଗ୍ରେସ ଏହି ଘଟଣାରେ ପ୍ରତିବାଦ କରିବା ପରେ ପୀଡିତାଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଥିଲା ।ଏହି ଘଟଣାକୁ ନେଇ ସେତେବେଳେ ପୋଲିସ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିନ୍ତୁ

[୧]

[୨]

ଆଧାର

  1. http://sambad.in/state/kundali-gang-rape-victim-sucided-70254/
  2. http://kanaknews.com/kunduli-victim-suicide/